Road Accident: ନୟାଗଡ଼ରେ ଅଘଟଣ! ପିକନିକ୍ ପାଇଁ ଯାଉଥିବା ବେଳେ ୩ ଛାତ୍ରଙ୍କର ମୃତ୍ୟୁ, ୧୨ ଗୁରୁତର..
Advertisement
Article Detail0/zeeodisha/odisha2080848

Road Accident: ନୟାଗଡ଼ରେ ଅଘଟଣ! ପିକନିକ୍ ପାଇଁ ଯାଉଥିବା ବେଳେ ୩ ଛାତ୍ରଙ୍କର ମୃତ୍ୟୁ, ୧୨ ଗୁରୁତର..

Road Accident: ପିକନିକ୍ ସାଜିଲା କାଳ। ନୟାଗଡ଼ ଦଶପଲ୍ଲାରେ ବଡ଼ ଅଘଟଣ। ପିକନିକ କରିବାକୁ  ଯିବାବେଳେ ବସକୁ ଧକ୍କା ଦେଲା ଟ୍ରକ। ଏହି ଦୁର୍ଘଟଣାରେ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜମ ଗୁରୁତର ଥିବା ଜଣାପଡ଼ିଛି। ନୟାଗଡ(Nayagarh) ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। 

Road Accident: ନୟାଗଡ଼ରେ ଅଘଟଣ! ପିକନିକ୍ ପାଇଁ ଯାଉଥିବା ବେଳେ ୩ ଛାତ୍ରଙ୍କର ମୃତ୍ୟୁ, ୧୨ ଗୁରୁତର..

Road Accident: ପିକନିକ୍ ସାଜିଲା କାଳ। ନୟାଗଡ଼ ଦଶପଲ୍ଲାରେ ବଡ଼ ଅଘଟଣ। ପିକନିକ କରିବାକୁ  ଯିବାବେଳେ ବସକୁ ଧକ୍କା ଦେଲା ଟ୍ରକ। ଏହି ଦୁର୍ଘଟଣାରେ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜମ ଗୁରୁତର ଥିବା ଜଣାପଡ଼ିଛି। ନୟାଗଡ(Nayagarh) ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ଏକ ଘରୋଇ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନଙ୍କୁ ନେଇ ପିକନିକ(Picnic)ରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ୩ ଜଣ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇପଡିଥିବାବେଳେ ୧୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଛାତ୍ରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଓ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଓ ହେଲପରକୁ ଅଟକ ରଖିଛି ପୋଲିସ ।

କେବଳ ନୟାଗଡ଼ାରେ ନୁହେଁ ସେପଟେ ଗଜପତି ମହେନ୍ଦ୍ରଗିରିରେ ଖୁସି ମନରେ ପିକନିକ୍ ପାଇଁ ଯାଉଥିବା ବେଳେ ୪୦ ଫୁଟ ତଳକୁ ଖସିଲା କାର। ଗଜପତି ମହେନ୍ଦ୍ରଗିରି ଶୈବ ପୀଠରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ଦୁର୍ଘଟଣାରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି । ବ୍ରହ୍ମପୁର ସହରର ଚାରି ଜଣ ସାଙ୍ଗ ବୁଲିବାକୁ ମହେନ୍ଦ୍ରଗିରି(Mahendragiri) ଶୈବ ପୀଠ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। ହେଲେ ସମସ୍ତେ ସୁରକ୍ଷିତ ଅଛନ୍ତି ।