Odisha News: କୋଟିଆବାସୀଙ୍କୁ ଆକୃଷ୍ଟ କରୁଛନ୍ତି ଚନ୍ଦ୍ର ବାବୁ ନାଇଡୁ ସରକାର, ନିର୍ବାଚନ ପରେ ଭୁଲି ଗଲେ କି ଓଡ଼ିଶା ସରକାର?
Advertisement
Article Detail0/zeeodisha/odisha2457532

Odisha News: କୋଟିଆବାସୀଙ୍କୁ ଆକୃଷ୍ଟ କରୁଛନ୍ତି ଚନ୍ଦ୍ର ବାବୁ ନାଇଡୁ ସରକାର, ନିର୍ବାଚନ ପରେ ଭୁଲି ଗଲେ କି ଓଡ଼ିଶା ସରକାର?

Odisha News: ଏହି ଗ୍ରାମ ସଭାକୁ କୋଟିଆ ଅଞ୍ଚଳର ବିଭିନ୍ନ ଗ୍ରାମର ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ମନରେଗା ଯୋଜନାରେରେ ଶ୍ରମ ନିଯୁକ୍ତି ନେଇ ଆଲୋଚନା କରାଯିବା ସହିତ ଲୋକେ ଯେପରି ସମ୍ପୂର୍ଣ କାମ ପାଇ ପାରିବେ ସେ ଦିଗରେ ମଧ୍ୟ ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି ଆନ୍ଧ୍ର ଅଧିକାରୀମାନେ କହିଥିଲେ। ଏହି ଅବସରରେ ଫାଟୁ ଶିନେରୀରେ ଶ୍ରମିକମାନଙ୍କୁ ମନରେଗା କାର୍ଡ ପ୍ରଦାନ କରା ଯାଇଥିଲା। ଆନ୍ଧ୍ର ଗ୍ରାମ ସଭାରେ ବିଭିନ୍ନ ଉନ୍ନୟନ ମୂଳକ କାମ ନେଇ ଆଲୋଚନା କରା ଯାଇଥିବା ଜଣା ପଡ଼ିଛି।

Odisha News: କୋଟିଆବାସୀଙ୍କୁ ଆକୃଷ୍ଟ କରୁଛନ୍ତି ଚନ୍ଦ୍ର ବାବୁ ନାଇଡୁ ସରକାର, ନିର୍ବାଚନ ପରେ ଭୁଲି ଗଲେ କି ଓଡ଼ିଶା ସରକାର?

Odisha News: (ନିରଜ ଶତପଥୀ) କୋଟିଆକୁ ନେଇ ସୁପ୍ରିମ କୋର୍ଟରେ ମାମଲା ବିଚାରାଧିନ ଥିବାବେଳେ ଦୁଇ ରାଜ୍ୟରେ ନୂତନ ସରକାର ଗଠନ ହେବାର ୪ ମାସ ବିତିଗଲାଣି, ତଥାପି କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇ ପାରି ନାହିଁ। ଆନ୍ଧ୍ରର ପୂର୍ବ ସରକାର କୋଟିଆରେ ପ୍ରବେଶ କରି ଯେପରି ବିକାଶ ମୂଳକ କାମ କରିବା ସହିତ ଲୋକଙ୍କୁ ନିଜ ରାଜ୍ୟ ଆଡ଼କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଥିଲା। ବର୍ତମାନର ଚନ୍ଦ୍ର ବାବୁ ନାଇଡୁ ସରକାର ମଧ୍ୟ ଠିକ୍ ପୂର୍ବ ଭଳି କୋଟିଆରେ ପ୍ରବେଶ କରି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛି।

ଏବେ ପୁଣି ଆନ୍ଧ୍ର କୋଟିଆର ଧୁଲିପଦର, ଫାଟୁ ଶିନେରି ରେ ଗ୍ରାମ ସଭା କରିଛି। ଏହି ଗ୍ରାମ ସଭାକୁ କୋଟିଆ ଅଞ୍ଚଳର ବିଭିନ୍ନ ଗ୍ରାମର ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ମନରେଗା ଯୋଜନାରେରେ ଶ୍ରମ ନିଯୁକ୍ତି ନେଇ ଆଲୋଚନା କରାଯିବା ସହିତ ଲୋକେ ଯେପରି ସମ୍ପୂର୍ଣ କାମ ପାଇ ପାରିବେ ସେ ଦିଗରେ ମଧ୍ୟ ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି ଆନ୍ଧ୍ର ଅଧିକାରୀମାନେ କହିଥିଲେ। ଏହି ଅବସରରେ ଫାଟୁ ଶିନେରୀରେ ଶ୍ରମିକମାନଙ୍କୁ ମନରେଗା କାର୍ଡ ପ୍ରଦାନ କରା ଯାଇଥିଲା। ଆନ୍ଧ୍ର ଗ୍ରାମ ସଭାରେ ବିଭିନ୍ନ ଉନ୍ନୟନ ମୂଳକ କାମ ନେଇ ଆଲୋଚନା କରା ଯାଇଥିବା ଜଣା ପଡ଼ିଛି।

ଅନ୍ୟ ପକ୍ଷରେ ଓଡ଼ିଶା ପକ୍ଷରୁ ଗ୍ରାମ ସଭା ନାମକୁ ମାତ୍ର କରାଯାଇ କେବଳ ଲୋକଙ୍କ ଦସ୍ତଖତ ନିଆ ଯାଉଥିବା ଅଭିଯୋଗ ହୋଇଛି। ଓଡ଼ିଶା ଗ୍ରାମସଭାରେ ବହୁ କମ୍ ସଂଖ୍ୟକ ଲୋକ ଉପସ୍ଥିତ ରହୁଥିବାବେଳେ ପି ଇ ଓ ଏବଂ ଅନ୍ୟ କିଛି କର୍ମଚାରୀ କେବଳ ଲୋକଙ୍କ ଦସ୍ତଖତ ନେଉଥିବା ନେଇ କୋଟିଆ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ର ସତ୍ୟତା ନ ଥିବା ପିଇଓ କହିଛନ୍ତି। ଓଡ଼ିଶା ପକ୍ଷରୁ କୋଟିଆ ଠାରେ ଅନୁଷ୍ଠିତ ଗ୍ରାମ ସଭାରେ ୨୦୨୫-୨୬ ପାଇଁ ଆକ୍ସନ ପ୍ଲାନ୍, ୬୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ, ବୃଦ୍ଧା, ତଥା ବିକଳାଙ୍ଗ ଲୋକେ ଯେଉଁମାନେ ବାଦ୍ ପଡିଛନ୍ତି ସେମାନଙ୍କୁ ସାମିଲ କରିବା ସମେତ ବିଭିନ୍ନ ଉନ୍ନୟନ ମୂଳକ କାମ ଉପରେ ଆଲୋଚନା କରା ଯାଇଥିବା ନେଇ ପିଇଓ ସୂଚନା ଦେଇଛନ୍ତି। ଗୋଟିଏ ଦିନରେ ଆନ୍ଧ୍ର ତିନୋଟି ସ୍ଥାନରେ ଗ୍ରାମସଭା କରିଥିବାବେଳେ ଓଡ଼ିଶା ପକ୍ଷରୁ ଗୋଟିଏ ସ୍ଥାନରେ ଗ୍ରାମସଭା କରା ଯାଇଥିଲା।