Odisha News: କଳା ବ୍ୟାଚ ପିନ୍ଧି ଧାରଣାରେ ବସିଲା ଓଡିଶା ନର୍ସିଂ କର୍ମଚାରୀ ସଂଘ
Advertisement
Article Detail0/zeeodisha/odisha2395541

Odisha News: କଳା ବ୍ୟାଚ ପିନ୍ଧି ଧାରଣାରେ ବସିଲା ଓଡିଶା ନର୍ସିଂ କର୍ମଚାରୀ ସଂଘ

Odisha News: ଯୋଗ୍ୟ ନର୍ସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ ସିନିୟର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି, ଦୀର୍ଘ ୧୮ ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଫିସର ମାନଙ୍କୁ ନିୟମିତ କରିବା ଇତ୍ୟାଦି । ଗତ ୧୪ ତାରିଖରୁ କଳା ବ୍ୟାଚ ପରିଧାନ କରି ନିଜର କାର୍ଯ୍ୟ ସଂପାଦନା କରୁଥିଲେ ବେଳେ ଆଜିଠାରୁ ଟୋକେନ ଷ୍ଟ୍ରାଇକରେ ବସିଛନ୍ତି । 

Odisha News: କଳା ବ୍ୟାଚ ପିନ୍ଧି ଧାରଣାରେ ବସିଲା ଓଡିଶା ନର୍ସିଂ କର୍ମଚାରୀ ସଂଘ

Odisha News: (ପ୍ରେମାନନ୍ଦ ପୂଜାରୀ) ଓଡିଶା ନର୍ସିଂ କର୍ମଚାରୀ ସଂଘ ଡାକରାରେ ୧୦ ଦଫା ଦାବୀ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ମୂଖ୍ୟ ଫାଟକ ସମ୍ମୂଖରେ କଳା ବ୍ୟାଚ ପରିଧାନ କରି ଧାରଣାରେ ବସିଛନ୍ତି ରାୟଗଡା ନର୍ସ। ରୋଗୀ ସେବାରେ ଯେମିତି ବାଧା ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦେଇ କିଛି ନର୍ସିଂ ଅଫିସର ରୋଗୀ ସେବାରେ ନିୟୋଜିତ ଥିଲା ବେଳେ ଆଉ କିଛି ନର୍ସିଂ ଅଫିସର ଧାରଣାରେ ବସିଛନ୍ତି। 

ସେମାନଙ୍କ ଅଭିଯୋଗ ଅନୁଯାୟୀ ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷ ଚୁକ୍ତି ଭିତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥୀକ ସୁବିଧା ଯୋଗାଇଦେବା, ଯୋଗ୍ୟ ନର୍ସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ ସିନିୟର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି, ଦୀର୍ଘ ୧୮ ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଫିସର ମାନଙ୍କୁ ନିୟମିତ କରିବା ଇତ୍ୟାଦି । ଗତ ୧୪ ତାରିଖରୁ କଳା ବ୍ୟାଚ ପରିଧାନ କରି ନିଜର କାର୍ଯ୍ୟ ସଂପାଦନା କରୁଥିଲେ ବେଳେ ଆଜିଠାରୁ ଟୋକେନ ଷ୍ଟ୍ରାଇକରେ ବସିଛନ୍ତି । ଆସନ୍ତା ୨୩ ତାରିଖରେ ଭୂବନେଶ୍ୱର ଠାରେ ଏକ ବଡ ରେଲିର କାର୍ଯ୍ୟକ୍ରମ ରହିଛି। 

ଯଦି ସରକାର ନମାନନ୍ତି ତେବେ ଆସନ୍ତା ୨୭ ତାରିଖ ଠାରୁ ସିରିଞ୍ଜ ଛାଡ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ରାୟଗଡା ଓଡିଶା ନର୍ସ ଆସୋସିଏସନ୍‌ର ସଂପାଦକ ଶୁଭର୍ଶି ସାହୁ।