Trending Photos
State Fire Department: ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗକୁ ମିଳିଲା ନୂଆ ଉପକରଣ। ଫଳରେ ଅଗ୍ନିଶମ ବିଭାଗ ଶକ୍ତି ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳ ମିଶନ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ୨୪ଟି ଫାୟାର ଫାଇଟିଂ ରୋବୋଟିକ ମନିଟର, ୧୨ଟି ମର୍ଚୁରି, ୧୦ଟି ତାଲିମପ୍ରାପ୍ତ କୁକୁରକୁ ବିଭାଗରେ ସାମିଲ କରାଯାଇଛି। ରାଜ୍ୟରେ ପ୍ରଥମ କରି ରୋବୋଟ ଲିଭାଇବ ନିଆଁ। ଦୁର୍ଗମ ଓ ଭୟାବହ ଅଗ୍ନିକାଣ୍ଡ ଯେଉଁଠିକି ଅଗ୍ନିଶମ ବିଭାଗ ପହଞ୍ଚି ପାରିବ ନାହିଁ ସେଠାରେ ନିଆଁ ଲିଭାଇବ ଫାୟାର ଫାଇଟିଂ ରୋବୋଟିକ ମେସିନ। ଯାହାର ନାମ ରଖାଯାଇଛି କ୍ରିଷ୍ଣା।
ଏଥି ସହିତ ଅଗ୍ନିଶମ ବାହିନୀକୁ ୧୦ଟି ଉଚ୍ଚ ତାଲିମପ୍ରାପ୍ତ କୁକୁର ମିଳିଛି। କୌଣସି ସ୍ଥାନରେ କୋଠା ଭୁଶୁଡିବା ପରେ ସେଥିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସାହାଯ୍ୟ କରିବ ଏହି କୁକୁର। ସେମାନଙ୍କୁ ୭୦ରୁ ଅଧିକ ପ୍ରକାରର ଗନ୍ଧ ଶୁଙ୍ଘାଯାଇ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି। ସେହିପରି ବାହାନଗାରେ ସୃଷ୍ଟି ହୋଇଥିବା ରେଳ ଅଘଟଣକୁ ଦେଖି ୧୨ଟି ମର୍ଚୁରି ଗାଡିକୁ ମଧ୍ୟ ସାମିଲ କରାଯାଇଛି। ଏସବୁ ଉପକରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବାକୁ ଥିବାବେଳେ ସୋମବାର ଓଫଡ୍ରା ପଡିଆରେ ଏହାର ପ୍ରଦର୍ଶନ କରାଯାଇଛି।
ଏଠାରେ କହି ରଖୁ ଭାରତ ଅଗ୍ନିଶମ ସେବା ମଧ୍ୟରେ ଓଡ଼ିଶା ସର୍ବାଗ୍ରେ ରହିଛି। ଅନ୍ୟ ରାଜ୍ୟକୁ ସେବା ଯୋଗାଇ ନିଜର ଖ୍ୟାତି ବଢାଇଛି। ରାଜ୍ୟର ସବୁ ବ୍ଲକରେ ଅଗ୍ନିଶମ କେନ୍ଦ୍ର ଖୋଲିଛି ଯାହା ରାଜ୍ୟରେ ଏପରି ପର୍ଯ୍ୟାପ୍ତ ଅଗ୍ନିଶମ ସେବା କେନ୍ଦ୍ର ନଥିବା ଜଣାପଡ଼ିଛି ।