Cyclone: ଆସୁଛି ବାତ୍ୟା ! ସତ ନା ଗୁଜବ? ଜାଣନ୍ତୁ କ’ଣ କହିଲେ IMD ଡିଜି..
Advertisement

Cyclone: ଆସୁଛି ବାତ୍ୟା ! ସତ ନା ଗୁଜବ? ଜାଣନ୍ତୁ କ’ଣ କହିଲେ IMD ଡିଜି..

ଚଳିତ ମାସ ରାଜ୍ୟରେ କୌଣସି ବାତ୍ୟା ସମ୍ଭାବନା ନଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର(IMD DG Mryityunjay Mohapatra)। ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା(Cyclone) ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଏକ ଗୁଜବ ବୋଲି ସୂଚନା ଦେଇଛନ୍ତି ଡିଜି। ସେ କହିଛନ୍ତି ‘ବାତ୍ୟା ହେବା ନେଇ ଏବେ କୌଣସି ସୂଚନା ନାହିଁ। ବଙ୍ଗୋପ ସାଗରରେ ଅକ

Cyclone: ଆସୁଛି ବାତ୍ୟା ! ସତ ନା ଗୁଜବ? ଜାଣନ୍ତୁ କ’ଣ କହିଲେ IMD ଡିଜି..

Cyclone: ଚଳିତ ମାସ ରାଜ୍ୟରେ କୌଣସି ବାତ୍ୟା ସମ୍ଭାବନା ନଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର(IMD DG Mryityunjay Mohapatra)। ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା(Cyclone) ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଏକ ଗୁଜବ ବୋଲି ସୂଚନା ଦେଇଛନ୍ତି ଡିଜି। ସେ କହିଛନ୍ତି ‘ବାତ୍ୟା ହେବା ନେଇ ଏବେ କୌଣସି ସୂଚନା ନାହିଁ। ବଙ୍ଗୋପ ସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।ମାତ୍ର ବାତ୍ୟା ହେବା ନେଇ ଏଯାଏଁ କୌଣସି ସୂଚନା ହସ୍ତଗତ ହୋଇନାହିଁ।‘

ଗତ କିଛିଦିନ ତଳେ ବାତ୍ୟା ‘ମୋକା’ର (Cyclone mocha) ପ୍ରଭାବ ମଧ୍ୟ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାରେ ପରିଣତ ହୋଇ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହୋଇଥିଲା 'ମୋକା'। ତେବେ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡି଼ନଥିଲା । ସାଧାରଣତଃ ଅକ୍ଟୋବର ମାସରେ  ଓଡି଼ଶାକୁ ବାତ୍ୟା ଭୟ ରହିଥାଏ । ଖାସ୍ କରି ଅକ୍ଟୋବରରେ ୧୯୯୯ ମହାବାତ୍ୟା ଓ ୨୦୨୩ ଫାଇଲିନ ଆଦି ବାତ୍ୟା ଏହି ମାସରେ ହୋଇଛି । ତେଣୁ ଅକ୍ଟୋବରେ ଆଉ ଏକ ବାତ୍ୟା ଆସିପାରେ ବୋଲି ଏ ନେଇ ସୋସିଆଲ ମିଡିଆରେ ଲଗାତାର ଚର୍ଚ୍ଚା ଆଲୋଚନା ଚାଲିଥିଲା। ମାତ୍ର ସମସ୍ତ ଗୁଜବ ଓ ଚର୍ଚ୍ଚା-ଆଲୋଚନା ଉପରୁ ପରଦା ଉଠାଇଛନ୍ତି  ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Also Read: Cyclone: ଓଡି଼ଶାକୁ ବାତ୍ୟା ଭୟ! ସାମ୍ଭାବ୍ୟ ବାତ୍ୟା ନେଇ IMD ଦେଲା ଏମିତି ସୂଚନା

Zee Odisha News ଏବେ ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌ ରେ...ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...