Koraput Road Accident: ଅଶୁଭ ମଙ୍ଗଳବାର! କାରକୁ ପିଟିଲା ଟ୍ୟାଙ୍କର୍, ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ
Advertisement
Article Detail0/zeeodisha/odisha1755826

Koraput Road Accident: ଅଶୁଭ ମଙ୍ଗଳବାର! କାରକୁ ପିଟିଲା ଟ୍ୟାଙ୍କର୍, ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ

Koraput Road Accident: ବାଟରେ ଛକି ବସିଥିଲା ଯମ । ଅକାଳରେ ନେଇଗଲା ତିନି ଜୀବନ (Koraput Road Accident)। କେହିକିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଏକ କାର୍ ସହ ଗ୍ୟାସ୍ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା (road accident) ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ । 

Koraput Road Accident: ଅଶୁଭ ମଙ୍ଗଳବାର! କାରକୁ ପିଟିଲା ଟ୍ୟାଙ୍କର୍, ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ

Koraput Road Accident: ଅଶୁଭ ମଙ୍ଗଳବାର ! ବାଟରେ ଛକି ବସିଥିଲା ଯମ । ଅକାଳରେ ନେଇଗଲା ତିନି ଜୀବନ (Koraput Road Accident)। କେହିକିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଏକ କାର୍ ସହ ଗ୍ୟାସ୍ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା (road accident) ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ସମସ୍ତ ଗୋଟିଏ ପରିବାରର ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ତେବେ, ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ବାପା ,ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଛି (three family members killed in road accident)।  କୋରାପୁଟରୁ ବିଶାଖାପାଟଣା ଯାତ୍ରା କରୁଥିବା ବେଳେ ଏହି ଅଘଟଣ ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ । 

Also Read:  Sourin Bhatt: ସୌରିନଙ୍କୁ ଘାରିଛି ଗିରଫ ଭୟ! ଆଇନର ଜାଲରୁ ମୁକୁଳିବା ପାଇଁ କଲେ ଏଭଳି କାମ

Also Read: Bahuda Yatra 2023: ଆସନ୍ତାକାଲି ପବିତ୍ର ବାହୁଡା ଯାତ୍ରା, ଆଜି ସନ୍ଧ୍ୟା ୫ଟା ଯାଏଁ ଚାଲିବ ଦର୍ଶନ

କ'ଣ ଥିଲା ପୂରା ଘଟଣାକ୍ରମ,ଜାଣନ୍ତୁ:

ସୂଚନା ଅନୁଯାୟୀ ଆଜି ଭୋର ସମୟରେ, କୋରାପୁଟ ଜୟପୁରରୁ ଏକ ପରିବାର ତିନି ସଦସ୍ୟ କାର ଯୋଗେ ବିଶାଖାପାଟଣା କୌଣସି କାମରେ ଯାଉଥିଲେ । ଏହି ସମୟରେ  ଏକ ଟ୍ୟାଙ୍କର୍  ବିଶାଖାପାଟଣାରୁ ଦାମନଯୋଡ଼ି ଅଭିମୁଖେ ଦ୍ରୃତ ଗତିରେ ଆସୁଥିଲା । କିନ୍ତୁ ଟ୍ୟାଙ୍କରଟି ପୁଙ୍ଗାର ନିକଟରେ ପହଞ୍ଚି ଥିବା ସମୟରେ କାରକୁ ଧକ୍କା ଦେଇଥିଲା । ଫଳରେ କାର୍ ମଧ୍ୟରେ ଥିବା ବାପା,ମାଆ ଓ ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି । 

ସେହିପରି ଗତକାଲି, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏକ ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି (Ganjam Bus Accident) । ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି (Bus Accident) । ଏବଂ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।  ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି । ମୃତକମାନେ ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଓ ସିଙ୍ଗିପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି। ତେବେ, ସବୁଠୁ ବଡ କଥା ହେଉଛି ଯେ, ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ରହିଥିବା ସୂଚନା ମିଳିଛି। ତେବେ, ଯାହାକୁ ନେଇ ମୃତକଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି। କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ । 

ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣାର ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି କୁହାଯାଇଛି । ସେହିପରି ପ୍ରତି ଆହତଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି । ଦୁର୍ଘଟଣା ପରେ ପରେ  (SRC) ଏସଆରସିଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା । ଆହତମାନଙ୍କୁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାରେ ଭର୍ତ୍ତିକରାଯାଇଥିବା (SRC) ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ପୋଲିସ  ଗିରଫ କରିଛି । ସରକାରୀ ବସର ଡ୍ରାଇଭରକୁ ଦିଗପହଣ୍ଡି ପୋଲିସ ଗିରଫ କରିଛି । ଖଣ୍ଡଗିରି ଓଏସଆରଟିସି ବସ ଡିପୋରୁ ପୋଲିସ ତାଙ୍କୁ ଗିରଫ କରିଛି । ଭରତପୁର ପୋଲିସ ସହାୟତାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।