Advertisement
Article Detail0/zeeodisha/odisha2162902
Zee OdishaOdisha Stateସୁନ୍ଦରଗଡ଼ରେ ମହାବଳ, ସ୍ୱାଗତ କଲା ବନ ବିଭାଗ

ସୁନ୍ଦରଗଡ଼ରେ ମହାବଳ, ସ୍ୱାଗତ କଲା ବନ ବିଭାଗ

ସୁନ୍ଦରଗଡ଼ ଜିଲ୍ଲାରେ  ଏକ ମହାବଳ ବାଘକୁ ଠାବ କରିଛି ବନ ବିଭାଗ। ଜଙ୍ଗଲରେ ଲାଗିଥିବା କ୍ୟାମେରା ଏହି ମହାବଳକୁ ଚିହ୍ନଟ କରିଛି। ଏହି ବାଘଟି ସଞ୍ଜୟ ଡୁବ୍ରି ବ୍ୟାଘ୍ର ରେଞ୍ଜରୁ ଏଠାକୁ ଚାଲି ଆସିଥିବା ଆଶଙ୍କା କରାଯାଇଛି। ତେବେ ଓଡ଼ିଶା ବନ ବିଭାଗ ଏହି ମହାବଳକୁ ସ୍ୱାଗତ ଜଣାଇଥିବା କହିଛନ୍ତି ପିସିସିଏଫ୍‍ ସୁଶାନ୍ତ ନନ୍ଦ।

ସୁନ୍ଦରଗଡ଼ରେ ମହାବଳ, ସ୍ୱାଗତ କଲା ବନ ବିଭାଗ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ  ଏକ ମହାବଳ ବାଘକୁ ଠାବ କରିଛି ବନ ବିଭାଗ। ଜଙ୍ଗଲରେ ଲାଗିଥିବା କ୍ୟାମେରା ଏହି ମହାବଳକୁ ଚିହ୍ନଟ କରିଛି। ଏହି ବାଘଟି ସଞ୍ଜୟ ଡୁବ୍ରି ବ୍ୟାଘ୍ର ରେଞ୍ଜରୁ ଏଠାକୁ ଚାଲି ଆସିଥିବା ଆଶଙ୍କା କରାଯାଇଛି। ତେବେ ଓଡ଼ିଶା ବନ ବିଭାଗ ଏହି ମହାବଳକୁ ସ୍ୱାଗତ ଜଣାଇଥିବା କହିଛନ୍ତି ପିସିସିଏଫ୍‍ ସୁଶାନ୍ତ ନନ୍ଦ।

ନିଜର ସୋଶାଲ୍‍ ମିଡିଆ ହ୍ୟାଣ୍ଡଲରେ ଏହି ସୂଚନା ଦେଇ ଶ୍ରୀ ନନ୍ଦ କହିଛନ୍ତି, ବାଘଟି ନିଜର ନୂଆ ଆସ୍ଥାନ ସନ୍ଧାନ କରି ଶେଷରେ ଏଇଠି ପହଞ୍ଚିଛି। ଏହାଦ୍ୱାରା ସୁନ୍ଦରଗଡ଼ରେ ଗଲା ଦୁଇ ଦଶନ୍ଧ ପରେ ମହାବଳକୁ ଠାବ କରାଯାଇପାରିଛି। ଏହାକୁ ଏକ ସୁଖଦ ଖବର ବୋଲି ମଧ୍ୟ କହିଛନ୍ତି ଶ୍ରୀ ନନ୍ଦ। 

Post- 

Add Zee News as a Preferred Source

ଜାତୀୟ ବ୍ୟାଘ୍ର ପ୍ରାଧୀକରଣ ଏହି ସୂଚନାକୁ ସ୍ପଷ୍ଟ କରିବା ସହ ବାଘଟି ସଞ୍ଜୟ ଡୁବ୍ରି ଅଞ୍ଚଳରୁ ଚାଲି ଆସିଥିବା ସେ କହିଛନ୍ତି। ଏଥିଲାଗି ସେ ଶହ ଶହ କିଲୋମାଟର ରାସ୍ତା ଚାଲି ଆସିଥିବା ସୂଚନା ମିଳିଛି।

Also Read- ଟ୍ରକ୍‌ ଧକ୍କାରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

Also Read- ଟ୍ରକ୍‌ ଧକ୍କାରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

About the Author