Similipal national park: ବାଘୁଣୀର ସ୍ଥାନାନ୍ତରଣ ପାଇଁ ସପ୍ତାହେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ଶିମିଳିପାଳ ଅଭୟାରଣ୍ୟ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ଏନଟିସିଏ କହିଛି।
Trending Photos
ମୟୁରଭଞ୍ଜ: ଶିମିଳିପାଳକୁ ଆସିଥିବା ନୂଆ ବାଘୁଣୀ ଯମୁନା ଆଜି ବାରହା ଶିକାର କରିଛି। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡ଼ା ଯାଇଥିବା ବେଳେ ଯମୁନା ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଶିମିଳିପାଳ କ୍ଷେତ୍ର ନିର୍ଦେଶକଙ୍କ ପକ୍ଷରୁ ଏହି ସୂଚନା ମିଳିଛି।
ଗତ ୨୮ତାରିଖରେ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଆସିଛି ଅଢେଇ ବର୍ଷର ବାଘୁଣୀ। ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଏବଂ ବିଶେଷ କରି କଳାବାଘ ସଂଖ୍ୟା ବଢ଼ୁଥିବାରୁ ମହାବଳ ବାଘର ଜେନେଟିକ୍ ଡାଇଭର୍ସିଟିକୁ ନିୟନ୍ତ୍ରଣରେ ରଖିବାରେ ଏହି ବାଘୁଣୀ ସହାୟକ ହେବ ବୋଲି ବନ ବିଭାଗ ଆଶା ରଖିଛି। ଏଥିପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିବା ବେଳେ ବାଘୁଣୀର ସ୍ଥାନାନ୍ତରଣ ପାଇଁ ସପ୍ତାହେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ଶିମିଳିପାଳ ଅଭୟାରଣ୍ୟ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ଏନଟିସିଏ କହିଛି।