Dhanuyatra: କୃଷ୍ଣ ବଳରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୁଳ ବିଦାୟ
Advertisement
Article Detail0/zeeodisha/odisha2077356

Dhanuyatra: କୃଷ୍ଣ ବଳରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୁଳ ବିଦାୟ

Dhanuyatra: ବରଗଡ଼ ଧନୁଯାତ୍ରାର ନବମ ଦିନ ଗୋପପୁରରେ କୃଷ୍ଣ ବଳରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୁଳ ବିଦାୟ । ଧନୁଯାତ୍ରାର ନବମ ଦିନରେ ଗୋପପୁରରେ କୃଷ୍ଣ ବଳରାମ ବେନିଭାଇଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ ଗୋପପୁରବାସୀ ବେନିଭାଇଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । 

Dhanuyatra: କୃଷ୍ଣ ବଳରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୁଳ ବିଦାୟ

Dhanuyatra: ବରଗଡ଼ ଧନୁଯାତ୍ରାର ନବମ ଦିନ ଗୋପପୁରରେ କୃଷ୍ଣ ବଳରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୁଳ ବିଦାୟ । ଧନୁଯାତ୍ରାର ନବମ ଦିନରେ ଗୋପପୁରରେ କୃଷ୍ଣ ବଳରାମ ବେନିଭାଇଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ ଗୋପପୁରବାସୀ ବେନିଭାଇଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ଏପଟେ ମଥୁରା ରେ ମହାରାଜ କଂସ ନଗର ଭ୍ରମଣରେ ବାହାରି ଥିବାବେଳେ କୃଷ୍ଣ ପ୍ରେମରେ ନିମଗ୍ନ ଋଷି ମୁନିଙ୍କ ଉପରେ ଅତ୍ୟାଚାର କରିଛନ୍ତି ।

ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ,ଏହାର ନବମ ଦିନରେ ମହାରାଜ କଂସଙ୍କ ଆୟୋଜିତ ଛଳନାର ଯାତ୍ରା ଧନୁଯାତ୍ରା ଦେଖିବା ପାଇଁ ମନ୍ତ୍ରୀ ଅକ୍ରୁରଙ୍କ ସହିତ ବାହାରି ପଡିଛନ୍ତି କୃଷ୍ଣ ବଳରାମ,କୃଷ୍ଣ ବଳରାମ ଓ ଅକ୍ରୁର ଙ୍କୁ ଘରେ ଘରେ ପୂଜାର୍ଚନା କରି ବିଦାୟ ଦିଆଯାଉଛି ,ହେଲେ ନନ୍ଦ ଯଶୋଦଙ୍କୁ ବୁଝାଇବ କିଏ,ପୁତ୍ରପ୍ରେମରେ ନନ୍ଦ ଯଶୋଦା ଭାବବିହ୍ୱଳ ହୋଇ ପଡିଛନ୍ତି । ପୁତ୍ରର ବିରହକୁ ମାତା ସହିନପାରି ମୂର୍ଛିତ ହୋଇଯାଉଛନ୍ତି , ତେବେ ଭଗବାନ ଶ୍ରୀକୃଷ୍ଣ ବଳରାମ ମାତା ଯଶୋଦାଙ୍କୁ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି । ନନ୍ଦ ଯଶୋଦା କରିବେ ବା କଣ, କୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଇ ପୁଣି ତାଙ୍କର ଆସିବା ବାଟକୁ ଚାହିଁ ରହିଛନ୍ତି

ଏପଟେ ବାଟରେ ରାଧାଙ୍କ ସମେତ ଗୋପୀ ଓ ଗୋପାଳ ବାଳକ ମାନେ କୃଷ୍ଣଙ୍କ ବାଟ ଓଗାଳିଛନ୍ତି ,ଯାହାହେଲେବି କୃଷ୍ଣଙ୍କୁ ମଥୁରାକୁ ଯିବାକୁ ଦେବେ ନାହିଁ । ଏହି ଭାବନାରେ କ୍ଷଣକ୍ଷଣକେ ରାଧା ମୁର୍ଚ୍ଚିତ ହୋଇ ପଡୁଥିବା ବେଳେ ଗୋପାଙ୍ଗନାଙ୍କ କ୍ରନ୍ଦନ ରୋଳରେ ଗୋପଦାଣ୍ଡ ଫାଟିଉଠୁଛି । ତେବେ ସମସ୍ତଙ୍କୁ ଚାରି ଦିନର କଣ୍ଟ ସହ ଫେରି ଆସିବାକୁ କଥା ଦେଇ ମେଳାଣି ନେଇଛନ୍ତି ଶ୍ରୀକୃଷ୍ଣ |କୃଷ୍ଣ ବଳରାମଙ୍କୁ ବିଦାୟ ଦେବା ପରେ ସାରା ଗୋପପୁର ଏବେ ଖାଁ ଖାଁ ଲାଗୁଛି , କୃଷ୍ଣ ବଳରାମଙ୍କୁ ହରାଇ ସମସ୍ତଙ୍କ ଆଖିରେ ଅଜସ୍ର ଲୁହ ଝରି ପଡୁଥିବାବେଳେ ଏହାକୁ ସ୍ୱଚକ୍ଷୁରେ ଦେଖି ଭାବବିହ୍ୱଳିତ ହୋଇ ପଡିଛନ୍ତି ଦର୍ଶକ ।

କୃଷ୍ଣ ପ୍ରେମ କୃଷ୍ଣ ଚେତନାକୁ ନେଇ ଆୟୋଜିତ ଏହି ଗୋପପୁର ଯାତ୍ରାକୁ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ଗୋପପୁର ଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଲରାମଙ୍କୁ ବିଦାୟ ଦେବା ଦୃଶ୍ୟ ସମସ୍ତଙ୍କୁ ଭାବ ବିହ୍ଵଳିତ କରିଥିଲା।