Top 10 News Headlines: ଅପରାହ୍ଣର ୧୦ ମୁଖ୍ୟ ଖବର
Advertisement
Article Detail0/zeeodisha/odisha1881603

Top 10 News Headlines: ଅପରାହ୍ଣର ୧୦ ମୁଖ୍ୟ ଖବର

ଚୁଟକିରେ ପଢିନିଅନ୍ତୁ ଅପରାହ୍ଣର ୧୦ ପ୍ରମୁଖ ଖବର

Top 10 News Headlines: ଅପରାହ୍ଣର ୧୦ ମୁଖ୍ୟ ଖବର

1. ସୌମ୍ୟଙ୍କୁ ଦଳରୁ ବିଦା (Soumya Ranjan Pattnaik expel from bjd): ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ଆଜି ବିଜେଡ଼ିରୁ ବହିଷ୍କାର କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ବିଷୟରେ ଆଦେଶ ଜାରି କରିଛନ୍ତି। ଏହି ଦୁଇ ସଦସ୍ୟଙ୍କୁ ବିଧାନସଭା ଆରମ୍ଭର ଅବ୍ୟବହିତ ପୂର୍ବରୁ ବହିଷ୍କାର କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା କାଲି ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଶ୍ରୀ ପଟ୍ଟନାୟକଙ୍କ ନାଁରେ ବ୍ୟାଙ୍କ ଜାଲିଆତି ମାମଲା ଏକ ସଙ୍ଗୀନ ଅଭିଯୋଗ ଭାବେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ସେହିପରି ପ୍ରାୟ ୩ ଶହ କର୍ମଚାରୀ କ୍ରାଇମବ୍ରାଞ୍ଚରେ ମାମଲା ଦାଖଲ କରିଥିବା ନଜରକୁ ଆସିଛି। ଏହି ବ୍ୟାଙ୍କ ଜାଲିଆତି ମାମଲାକୁ ଆଧାର କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନିଗମାନନ୍ଦ ଆସୋସିଏଟର ମ୍ୟାନେଜିଂ ପାର୍ଟନର ଥିବା ସମୟରେ କୃଷକଙ୍କୁ ସରକାରୀ ସବସିଡ଼ି ଦେବାରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। ୨୦୧୭ ରୁ ୨୦୧୯-୨୦ ପର୍ଯ୍ୟନ୍ତ ପ୍ରାୟ ୩ କୋଟି ଟଙ୍କା ହେରଫେର କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

2. ମହିଳା ବିଲକୁ ତଥାଗତଙ୍କ ତାଚ୍ଛଲ୍ୟ Tathagat criticize Women Reservation bill: ପୂର୍ବତନ ସାଂସଦ ତଥା ’ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥି ମହିଳା ଆରକ୍ଷଣ ବିଲ୍‍କୁ ସମାଲେଚନା କରିଛନ୍ତି। ସାରା ଦେଶ ଯାତେବେଳେ ଏହି ବିଲ୍‍ର ସମର୍ଥନରେ ଲାଗିଛି ସେତେବେଳେ ତଥାଗତ ଟ୍ୱିଟ୍‍ କରି କହିଛନ୍ତି ଏହା କିଛି ପୁରୁଷ ରାଜନେତାଙ୍କୁ ସହାୟକ ହେବ। ସେମାନଙ୍କ ଭୋଟ୍‍ ଭିତ୍ତିକୁ ଧରି ରଖିବାରେ ଏହି ବିଲ୍‍ ସାହାଯ୍ୟ କରିବ ବୋଲି ସେ ଲେଖିଛନ୍ତି। ଏହାସହ ତାଙ୍କ ଖବରକାଗଜରେ ପ୍ରକାଶିତ ଏକ ବ୍ୟଙ୍ଗଚିତ୍ରକୁ ମଧ୍ୟ ତଥାଗତ ପୋଷ୍ଟ କରିଛନ୍ତି। 

3. ଆସନ୍ତାକାଲି ଶୀତକାଳିନ ବିଧାନସଭା ଅଧିବେଶନ: ଆସନ୍ତା କାଲି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅନେକ ପ୍ରସଙ୍ଗ ଭିତରେ ଏହି ଅଧିବେଶନ ସରଗରମ ରହିବ ବୋଲି ଆଶା କରାଯାଇଛି। ଅପରପକ୍ଷେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅସନ୍ତାଷ ଜାହିର କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁଯାଇ ବିକ୍ଷୋଭ ଧାରଣା ଜାରି ରହିଛି। ଏହିକ୍ରମରେ ବିଧାନସଭା ଓ ଆଖବାଖ ଅଞ୍ଚଳରେ ସୁରକ୍ଷା ପୁଲିସ ପାଇଁ ଏକ ଆହ୍ୱାନ ରହିଛି। ଏଣୁ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବା ସହ ସିସିଟିଭି ମାଧ୍ୟମରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି।   ଏନେଇ ପୁଲିସ ସୁରକ୍ଷା ବାବଦରେ ସମୀକ୍ଷା କରିଛନ୍ତି ପୁଲିସ ଡିଜି ସୁନୀଲ୍‍ ବଂଶଲ।  ଆସନ୍ତା କାଲି ସକାଳେ ପ୍ରଥମେ ବାଚସ୍ପତି ନିର୍ବାଚନ ଓ ଶପଥଗ୍ରହଣ ପରେ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଏଥିଲାଗି ଆବଶ୍ୟକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। 

4. ନାମାଙ୍କନ ଭରିଲେ ପ୍ରମିଳା: ବାଚସ୍ପତି ପାଇଁ ଆଜି ନାମାଙ୍କନ ଭରିଛନ୍ତି ବିଧାୟିକା ପ୍ରମିଳା ବିଷୋୟୀ। ବିଜେଡ଼ି ପକ୍ଷରୁ ପ୍ରମିଳା ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।  ଯଦି ଆଉ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରନ୍ତି ତେବେ ପ୍ରମିଳା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ଅପ୍ରତିଦ୍ୱନ୍ଦ୍ୱୀ ହୋଇ  ନିର୍ବାଚିତ ହେବେ। 

5. ୩ ଘଣ୍ଟା ଭିତରେ ୯ ଜିଲ୍ଲାରେ ପ୍ରବଳ ବର୍ଷା  Heavy Rain warning: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଯେତିକି ବର୍ଷା ହେବା କଥା ତା’ଠାରୁ ୨୪୨ % ଅଧିକ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛି। ବଙ୍ଗାପସାଗରରେ ଲଘୁଚାପ ହେତୁ ଲଗାଣ ବର୍ଷା ଗତକାଲିଠାରୁ ଲାଗି ରହିଛି। ଆଜି ମଧ୍‍ୟ ଆସନ୍ତା ୩ ଘଣ୍ଟା ଭିତରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ବିଜୁଳି ଘଡ଼ଘଡ଼ି ସହ ଏହି ବର୍ଷା ହୋଇପାରେ। ଯେଉଁ ୯ ଜିଲ୍ଲାକୁ ସତର୍କାତା ଦିଆଯାଇଛି ସେଗୁଡ଼ିକ ହେଲା: କଳାହାଣ୍ଡି, କନ୍ଧମାଳ , ବୌଦ୍ଧ, ଝାରସୁଗୁଡ଼ାର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଏବଂ କେନ୍ଦୁଝର। 

6. ଚନ୍ଦ୍ରଯାନର ଆଉ ଏକ ପରୀକ୍ଷା (wakeup call to Pragyan): ଆସନ୍ତା କାଲି ଚନ୍ଦ୍ର ପୃଷ୍ଠରେ ରାତି ଶେଷ ହେବ। ଅନ୍ଧାର ସରି ଉଷା ଆସିବ। ପୃଥିବୀ ପୃଷ୍ଠର ୧୪ ଦିନ ପରେ ଚନ୍ଦ୍ର ପୃଷ୍ଠରେ ଗୋଟିଏ ଦିନ ହୋଇଥାଏ। ରାତିର ଅନ୍ଧାର ହେତୁ ସେଠାରେ  ଭାରତରଚନ୍ଦ୍ରଯାନ ୩ ମିଶନ ଦ୍ୱାରା ଅବତରଣ କରିଥିବା ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରକୁ ଶୁପ୍ତ ଅବସ୍ଥାକୁ ନିଆଯାଇଥିଲା। ଏହାଦ୍ୱାରା ଶକ୍ତି ସଂରକ୍ଷଣ କରିବାର ସମ୍ଭାବନାକୁ ବଢ଼ାଯାଇଥିଲା। ମାଇନସ୍‍ ୨୦୦ ଡିଗ୍ରୀ ସେଲ୍ସିୟସ୍‍ ରେ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରୁ ତଥ୍ୟ ଯୋଗାଡ଼ କରୁଥିବା ଏହି ରୋଭର ଏବଂ ଲ୍ୟାଣ୍ଡରକୁ ଉଷା ଆସିଲେ ଅର୍ଥାତ୍‍ ଶୁକ୍ରବାରଦିନ ପୁଣିଥରେ ଜାଗ୍ରତ କରିବାକୁ ‘ଇସ୍ରା’ ଉଦ୍ୟମ ଆରମ୍ଭ କରିବ। ଏହା ଚନ୍ଦ୍ର ପୃଷ୍ଠରେ ଆଉ ଏକ ଅଭିଜ୍ଞତା ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଦାନ କରବ ବୋଲି ଆଶା କରାଯାଇଛି ।

7. ୩୩% ଆରକ୍ଷଣ  33% Reservation Bill:  ଆଜି ସନ୍ଧ୍ୟାସୁଦ୍ଧା ରାଜ୍ୟସଭାରେ ମହିଳା ଆରକ୍ଷଣ ବିଲ୍‍ ପାରିତ ହେବାର ସମ୍ଭାବନା ରହିଛି । ଗତକାଲି ଲୋକସଭାରେ ୪୫୪-୨ ଭୋଟରେ ଲୋକସଭାରେ ପାରିତ ହୋଇଥିବା ଏହି ବିଲ୍‍ ଲୋକସଭା ଏବଂ ବିଧାନସଭାଗୁଡ଼ିକରେ ଥିବା ସମୁଦାୟ ଆସନରୁ ୩୩% ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖିବ। ଏହାକୁ ସମ୍ବିଧାନର ୧୨୮ତମ ସଂଶୋଧନ ବିଧେୟକ ଭାବେ ଗ୍ରହଣ କରାଯାଉଛି।  ୧୯୯୬ ମସିହାରୁ ୧୧ ଥର ଏହା ସଂସଦରେ ଉପସ୍ଥାପିତ ହୋଇଛି କିନ୍ତୁ କେବେ ତାହା ପାରିତ ହୋଇପାରି ନାହିଁ। ଗତକାଲି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଏହି ବିଲ୍‍କୁ ଉପସ୍ଥାପନ କରାଯାଇଥିଲା। ନୂତନ ସୌଧରେ ଏହା ପ୍ରଥମ ବିଲ୍‍ ଭାବେ ଉପସ୍ଥାପନ ହୋଇଥିଲା। ଏହା ପୁଣି କେବଳ ଦୁଇଜଣ ସଦସ୍ୟଙ୍କୁ ଛାଡ଼ି ସମସ୍ତଙ୍କ ସମର୍ଥନରେ ପାରିତ ହୋଇପାରିଛି। 

8. ମହିଳା ବିଲ୍‍କୁ ଓଓ୍ୱେସୀଙ୍କ ବିରୋଧ( Owaisi Opposed): ଲୋକସଭାରେ କେବଳ ଦୁଇଜଣ ସାଂସଦ ଅସଦୁଦ୍ଦିନ ଓଓ୍ୱେସୀ ଏବଂ ଇମ୍‍ତିଆଜ୍‍ ଜଲୀଲ୍‍ ୩୩% ମହିଳା ସଂରକ୍ଷଣ ବିଲ୍‍କୁ ବିରୋଧ କରି ଭୋଟ୍‍ ଦେଇଛନ୍ତି। ଏ ଦୁଇଜଣ ହେଉଛନ୍ତି ଏଆଇଏମ୍‍ଆଇଏମ୍‍ର ପ୍ରତିନିଧି। ଓବିସି ଓ ମୁସ୍‍ଲିମ୍‍ ମହିଳାଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। 

9. ଓଡ଼ିଆ ବୈଜ୍ଞାନିକଙ୍କୁ ପୁରସ୍କାର(Swati Nayak to receive Agri Award): ଓଡ଼ିଆ କୃଷି ବିଜ୍ଞାନୀ ସ୍ୱାତୀ ନାୟକଙ୍କୁ ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ୍‍ ପକ୍ଷରୁ ‘ବୋରଲଗ୍‍ ଫିଲ୍ଡ’ ପୁରସ୍କାର ମିଳିଛି। ସେ ୨୦୨୩ ପାଇଁ ନିଜର ନବସୃଜନ ଲାଗି ଏହି ପୁରସ୍କାର ପାଇବେ। କୃଷକମାନଙ୍କୁ ଚାହିଦା ଥିବା ଧାନ ବିହନ ବ୍ୟବସ୍ଥା ସହ ସଂସ୍ଳିଷ୍ଟ କରାଇବା  ପାଇଁ ତାଙ୍କ ଦ୍ୱାରା ତିଆାରି ବ୍ୟବସ୍ଥା ଲାଗି ସେ ଏହି ପୁରସ୍କାର ପାଇବେ। ସ୍ୱାତୀ ଏବେ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ଦକ୍ଷିଣ ଏସିଆ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମାସରେ ତାଙ୍କୁ ଆମେରିକାରେ ସମ୍ମାନୀତ କରାଯିବ।

10. ବାଇଡେନ୍‍ ହେବେ ଗଣତନ୍ତ୍ର ଦିବସ ଅତିଥି ( Biden invited AS Chief guest)  : ଗଣତନ୍ତ୍ର ଦିବସର ଅତିଥି ଭାବେ ଯୋଗଦେବାକୁ ଭାରତ ପକ୍ଷରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‍ଙ୍କୁ ନିମନ୍ତ୍ରଣ କରାଯାଇଛି। ଆମେରିକାର  ରାଷ୍ଟ୍ରଦୂତ ଏରିକ୍‍ଗାର୍‍ସେଟି ଏ ବିଷୟରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସେର ଭାରତର ସହରୋଗୀ ରାଷ୍ଟ୍ରମୁଖ୍ୟମଙ୍କୁ ଅତିଥିଭାବେ ସାଧାରଣତଃ ଡକାଯାଇଥାଏ।