Odisha News: ବିଜ୍ଞାନାଗାରରେ ଉଇହୁଙ୍କା, ଲକ୍ଷାଧିକ ଟଙ୍କାର ଉପକରଣ ନଷ୍ଟ, ଶିକ୍ଷାଦାନରୁ ବଞ୍ଚିତ ଛାତ୍ର ଛାତ୍ରୀ
Advertisement
Article Detail0/zeeodisha/odisha2321362

Odisha News: ବିଜ୍ଞାନାଗାରରେ ଉଇହୁଙ୍କା, ଲକ୍ଷାଧିକ ଟଙ୍କାର ଉପକରଣ ନଷ୍ଟ, ଶିକ୍ଷାଦାନରୁ ବଞ୍ଚିତ ଛାତ୍ର ଛାତ୍ରୀ

Odisha News: ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଶ୍ରେଣୀ ଗୃହ ଓ ବିଜ୍ଞାନାଗାର , ପାଠାଗାର ,ଶୌଚାଳୟ ନିର୍ମାଣ କରାଯାଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନ ର ଖାମଖିଆଲି କାର୍ଯ୍ୟ ଯୋଗୁଁ ତାହା ଏବେ ଅଧାପନ୍ତରିଆ ହୋଇରହିଛି। ଯାଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବରେ ଭୁଷୁଡିବା ସହ ଛାତ୍ର ଛାତ୍ରୀ ଶିକ୍ଷା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଉଦାହରଣ ପାଲଟିଛି ଗଜପତି ଜିଲ୍ଲାର ଦ୍ବିତୀୟ ବୃହତ୍ତମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟରେ।

Odisha News: ବିଜ୍ଞାନାଗାରରେ ଉଇହୁଙ୍କା, ଲକ୍ଷାଧିକ ଟଙ୍କାର ଉପକରଣ ନଷ୍ଟ, ଶିକ୍ଷାଦାନରୁ ବଞ୍ଚିତ ଛାତ୍ର ଛାତ୍ରୀ

Odisha News: ଅତ୍ୟାଧୁନିକ ତଥା ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ଲକ୍ଷରେ ସରକାର ଉଭୟ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ଭିତିଭୁମି ଓ ଆନୁସାଙ୍ଗିକ ବ୍ୟବସ୍ଥାରେ ପରିବର୍ତନ କରୁଛନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଶ୍ରେଣୀ ଗୃହ ଓ ବିଜ୍ଞାନାଗାର , ପାଠାଗାର ,ଶୌଚାଳୟ ନିର୍ମାଣ କରାଯାଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନ ର ଖାମଖିଆଲି କାର୍ଯ୍ୟ ଯୋଗୁଁ ତାହା ଏବେ ଅଧାପନ୍ତରିଆ ହୋଇରହିଛି। ଯାଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବରେ ଭୁଷୁଡିବା ସହ ଛାତ୍ର ଛାତ୍ରୀ ଶିକ୍ଷା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଉଦାହରଣ ପାଲଟିଛି ଗଜପତି ଜିଲ୍ଲାର ଦ୍ବିତୀୟ ବୃହତ୍ତମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟରେ।

ଗଜପତି ଜିଲ୍ଲା ର ଚାନ୍ଦିପୁଟ ଠାରେ ରହିଛି ବହୁ ପୁରାତନ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏହା ବାହାରୁ ଦେଖିବାକୁ ଯେତିକି ଚକାଚକ୍ ଭିତରେ ସେତିକି ଫମ୍ପା ହୋଇସାରିଲାଣି। ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। କିନ୍ତୁ ଛାତ୍ର ଛାତ୍ରୀଙ୍କ ପାଇଁ ନାହିଁ କୌଣସି ଆନୁସାଙ୍ଗିକ ସୁବିଧା। ପାନୀୟ ଜଳର ଘୋର ଅଭାବ ସାଙ୍ଗକୁ ନାହଁ ଗୋଟିଏ ବି ଶୈଚାଳୟ କିମ୍ବା ପାଇଖାନା। ଫଳରେ ଶୈଚ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଖୋଲା ଆକାଶ ତଳେ ଓ ନିକଟସ୍ଥ ଲଟା ବୁଦାକୁ ଯିବାକୁ ପଡୁଛି। ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଯୋଗାଇଦେବା ଆଳରେ ଲକ୍ଷା ଧିକ ଟଙ୍କା ରେ ପୁରାତନ ଶ୍ରେଣୀ ଗୃହ ଗୁଡିକୁ ଭଙ୍ଗାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିଜ୍ଞାନାଗାର ଅସମ୍ପୂର୍ଣ୍ଣ ରହିଛି । ଦିର୍ଘ ମାସ ମାସ ଧରି ଅସମ୍ପୁର୍ଣ୍ଣ ଶ୍ରେଣୀ ଗୃହ ବନ୍ଦ ରହିବା ଯୋଗୁଁ ପଦାର୍ଥ ବିଜ୍ଞାନଗାର ର ବହୁ ମୂଲ୍ୟବାନ ଉପକରଣରେ ଉଇ ହୁଙ୍କା ସୃଷ୍ଟି ହୋଇ ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲାଣି ତ ଅନେକ ସାମଗ୍ରୀ କ୍ରମଶଃ ଉଭାନ ହେବାରେ ଲାଗିଛି। ସେହିଭଳି ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନାଗାରରେ ଆବଶ୍ୟକୀୟ ସୁବିଧା ନଥିବା ବେଳେ , ରାସାୟନିକ ବିଜ୍ଞାନାଗାର ଭଙ୍ଗା ଟେବୁଲ୍ ଖଞ୍ଜା ଯାଇ ଅସମ୍ପୁର୍ଣ୍ଣ ରହିଛି।

ଏହି ତିନୋଟି ବିଜ୍ଞାନାଗାର ପାଇଁ ଯାହା ଝରକାର ବ୍ୟବସ୍ଥା ଥିଲା ତାହାକୁ ବନ୍ଦ କରି ଅବୈଧ ଭାବେ ରୋଷେଇ ଶାଳ ନିର୍ମାଣ କରାଯାଇଛି। ଯାଫଳରେ ପୁର୍ବ ଅପେକ୍ଷା କୋଠରୀ ଗୁଡ଼ିକ ସଂକୀର୍ଣ୍ଣ ଓ ଆବଦ୍ଧ ହୋଇଯାଇଥିବା ଯୋଗୁଁ ପ୍ରାକୃତିକ ଆଲୋକ ଓ ବାୟୁର ଚଳାଚଳ ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇଗଲାଣି। ବିଜ୍ଞାନାଗାରରେ ପରୀକ୍ଷା ସହ ଶିକ୍ଷା ଗ୍ରହଣ କରିବା ଛାତ୍ର ଛାତ୍ରୀ ଙ୍କ ପକ୍ଷରେ ବିପଦପୂର୍ଣ୍ଣ ରହିଛି। ଏଭଳି ସମସ୍ୟା ମଧ୍ୟରେ ଅନେକ ବର୍ଷ ହେଲାଣି ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଫଳରେ ପାଠପଢ଼ାରେ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହେଉଥିବା ଯୋଗୁଁ ପିଲାଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି। କର୍ମଚାରୀମାନଙ୍କ ମଧ୍ୟରେ ତାଳମେଳ ଓ ସମ୍ବନ୍ବୟର ଅଭାବ ହେତୁ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି। ଯଥାଶିଘ୍ର ସମସ୍ୟା ପ୍ରତି ଦୃଷ୍ଟି ଦେଇ ସୁବିଧାମାନ ଯୋଗାଇଦେଲେ ଭଲ ପାଠ ପଢିବାରେ ସହାୟକ ହେବ ବୋଲି ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନେ କହିଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟା ନେଇ ଜ୍ଞାତ ଥିବା କହିଛନ୍ତି ଅଧ୍ୟକ୍ଷ। ସମସ୍ୟା ବିଷୟରେ ପ୍ରଶାସନିକ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ବିଦ୍ୟାଳୟର ବିଜ୍ଞାନାଗାରର ଉନ୍ନତିକରଣ ନାମରେ ଭଙ୍ଗା ଯାଇଛି , ତାହା ଖୁବ୍ ଶିଘ୍ର ନିର୍ମାଣ ହେବ ବୋଲି ଆଶା ରହିଛି ବୋଲି କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ତର ରାଧାରମଣ ମହାନ୍ତି।