Advertisement
Photo Details/zeeodisha/odisha2320774
photoDetails0hindi

Ketu Nakshatra Transit 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବେ କେତୁ, କର୍ମକ୍ଷେତ୍ରରେ ମିଳିବ ପଦୋନ୍ନତି ସହ...

Ketu Nakshatra Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ଛାୟା ଗ୍ରହ ବୋଲି ବିବେଚନା କରାଯାଏ। ଏହି କ୍ରମରେ କେତୁ ବର୍ତ୍ତମାନ ହସ୍ତା ନକ୍ଷେତ୍ର (Hasta Nakshatra) ତୃତୀୟ ପର୍ଯ୍ୟାୟରେ ଥିବା ବେଳେ ଜୁଲାଇ ୮ ତାରିଖରେ ଦ୍ବୀତିୟ ପର୍ଯ୍ୟାୟକୁ ଚଳନ କରିବେ। କେତୁର ନକ୍ଷେତ୍ର ପରିବର୍ତ୍ତନ ବା ଗୋଚର ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଯାହା ମଣିଷ ଜୀବନ ଉପରେ ପ୍ରଭାବ ପକାଇଥାଏ। କେତୁର ଶୁଭସ୍ଥିତି ବ୍ୟକ୍ତିର ଜୀବନରେ ସୁଖ ଶାନ୍ତି ବୃଦ୍ଧି କରିଥାଏ। ଯଦି ଜାତକରେ ବା ରାଶିରେ କେତୁର ସ୍ଥିତି ଦୁର୍ବଳ ହୁଏ । ତେବେ, ପ୍ରତ୍ୟକ କ୍ଷେତ୍ରରେ ଅସଫଳତାର ସାମ୍ନା କରିବାକୁ ପଡେ।  କିନ୍ତୁ ଚଳିତ ଜୁଲାଇ ମାସ ୮ ତାରିଖରେ କେତୁଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡିକ ବିଷୟରେ...

1/3

ମେଷ: କେତୁଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷ କରି ଏହି ଅବଧି ମଧ୍ୟରେ ଆପଣଙ୍କର ସାହାସ ଓ ଧୌର୍ଯ୍ୟ ଶକ୍ତି ବୃଦ୍ଧି ପାଇବ। କ୍ୟାରିୟର ନେଇ କୌଣସି ଖୁସି ଖବର ମିଳିପାର। କର୍ମକ୍ଷେତ୍ରରେ କୌଣସି ପ୍ରକାର ବଡ଼ ଦାୟିତ୍ବ ବା ପ୍ରମୋସନ୍ ମିଳିପାରେ। ଅଟକି ରହିଥିବା ଟଙ୍କା ପ୍ରାପ୍ତ ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଯଦି କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ, ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟର। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ବି ପୂରଣ ହେବ। 

2/3

ବୃଷ: କେତୁଙ୍କ ଆର୍ଶିବାଦ ଏହି ରାଶି ଉପରେ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଜଡି଼ତ ଥିବା ବ୍ୟକ୍ତି ବିଶେଷ ଦ୍ବିଗୁଣା ଲାଭ ପାଇବେ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବା ସହ ଆୟର ନୂଆ ବାଟ ଖୋଲିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଅଫର ମିଳିବ।  ଏ-ହି ଅବଧି ମଧ୍ୟର ନୂଆ ଗାଡି କିମ୍ବା ଜମି କିଣିପାରନ୍ତି। କିନ୍ତୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାହା ପରେ ଅସୁବିଧାରେ ପକାଇବ। ପୁରୁଣା ରୋଗକୁ ନେଇ ଚିନ୍ତାରେ ରହିପାରନ୍ତି। 

 

3/3

ମକର: ଏହି ରାଶିର ଲୋକଙ୍କ ଭାଗ୍ୟ ଚମକାଇବେ ରାହୁ। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିବ।  ମକର ରାଶିର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ରହିବ । ଜୀବନସାଥୀଙ୍କ ସହ ପ୍ରେମ ସମ୍ବନ୍ଧରେ ମଧୁରତା ଭରିଯିବ । ଜୀବନ ସାଥୀଙ୍କ ସହ ସମ୍ପର୍କ ଅଧିକ ମଜବୁତ୍ ହେବ। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଅଯଥା ଚିନ୍ତାରୁ ଦୂରେଇ ରହନ୍ତୁ। ଏହି ଅବଧି ମଧ୍ୟରେ ଧନ ଆଗମନର ଯୋଗ ରହିଛି। ଆୟ-ବ୍ୟୟ ସମାନ ରହିବ।  ପାରିବାରିକ ଜୀବନ ସୁଖମୟ ହେବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀ ମାନେ ଶୁଭଫଳ ପାଇବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )