‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
Advertisement
Article Detail0/zeeodisha/odisha1919866

‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ପ୍ରାରମ୍ଭିକରୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢାଯିବାର ବ୍ୟବସ୍ଥା ହୋଇଛି । ଚନ୍ଦ୍ରାୟାନ- ୩ ସଫଳତାର ବିଷୟ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏନସିଇଆରଟି, ସିବିଏସଇ ସହ ଅନ୍ୟ ରାଜ୍ୟ ବୋର୍ଡ ସହଯୋଗୀ ହୁଅନ୍ତୁ  । ବିଫଳତା ହିଁ ମଣିଷକୁ ସଫଳତା ଦିଏ, ବିଫଳତାରୁ ହିଁ ପ୍ରେରଣା ମିଳେ । ଆଜିର ପଦକ୍ଷେପ ଦ୍ୱାରା ପିଲାମାନେ ଚନ୍ଦ୍ରାୟାନର ବ୍ୟାପକତାକୁ ଜାଣିବା ସହ ସେମାନଙ୍କର ବୈଜ୍ଞାନିକ ହେବା ପାଇଁ ଆଗ୍ରହ ବଢିବ ।

‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଚନ୍ଦ୍ରାୟାନ- ୩ ଭଳି ସଫଳତାକୁ ସବୁ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଉଦ୍ୟମ ହେଉ । ଏନସିଇଆରଟି, ସିବିଏସଇ ସହ ଅନ୍ୟ ରାଜ୍ୟ ବୋର୍ଡ ମଧ୍ୟ ଏଥିପାଇଁ ସହଯୋଗୀ ହେବା ଦରକାର ବୋଲି ମଙ୍ଗଳବାର ‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union minister Dharmendrta pradhan) ।  

ଧର୍ମେନ୍ଦ୍ର ପ୍ରଧାନ ଚନ୍ଦ୍ରାୟାନର ସଫଳତାକୁ ନେଇ ପୁସ୍ତକ ପ୍ରସ୍ତୁତ ଓ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ ପାଇଁ ଏନସିଇଆରଟିକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଚନ୍ଦ୍ରାୟାନ-୩ ମିଶନର ସଫଳତା ଏକବିଂଶ ଶତାବ୍ଦୀର ଗୌରବ ମଧ୍ୟରୁ ଏକ ବଡ଼ ଉପଲବ୍ଧି ।  ବିଫଳତା ହିଁ ମଣିଷକୁ ସଫଳତା ଦିଏ । ବିଫଳତାରୁ ହୁଁ ପ୍ରେରଣା ମିଳେ ।  ଆଜିର କାର୍ଯ୍ୟକ୍ରମକୁ ନେଇ ଚନ୍ଦ୍ରାୟାନ-୩ ଦ୍ୱାରା ପିଲାଙ୍କ ମଧ୍ୟରେ ଚନ୍ଦ୍ରାୟାନର ବ୍ୟାପକତାକୁ ଜାଣିବା ସହ ସେମାନଙ୍କର ବୈଜ୍ଞାନିକ ହେବା ପାଇଁ ଆଗ୍ରହ ବଢିବ । 

ଚନ୍ଦ୍ରାୟାନ ମିଶନକୁ ନେଇ ଏନସିଇଆରଟି ଦ୍ୱାରା ୧୦ଟି ପୁସ୍ତକ ପ୍ରସ୍ତୁତ ହୋଇଛି । ପ୍ରାରମ୍ଭିକରୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢାଯିବାର ବ୍ୟବସ୍ଥା ହୋଇଛି । ଏହି ବିଷୟବସ୍ତୁ କେବଳ ଦେଶରେ ଥିବା ୨୬ କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରେ ନୁହେଁ ବରଂ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ଦରକାର । ତେବେ କେବଳ ଚନ୍ଦ୍ରାୟାନ-୩ ନୁହେଁ ଦେଶର ଅନ୍ୟ ଉପଲବ୍ଧି ତଥା ମହିଳା ସଶକ୍ତିକରଣ, କୋଭିଡ୍ ପରିଚାଳନା, ଜି-୨୦  ସଫଳତା, ଭାରତ ବିଶ୍ୱର ପଞ୍ଚମ ଅର୍ଥନୀତି ହେବାର ଯାତ୍ରା ଭଳି ଅନ୍ୟ ବିଷୟରେ ମଧ୍ୟ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଏନସିଇଆରଟିକୁ ପରାମର୍ଶ ଦେଇଥିଲେ । ସମାଜ ଜୀବନରେ ହେଉଥିବା ଘଟଣାକୁ ଟେକ୍ନୋଲୋଜି ଜରିଆରେ ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।  

ସେ କହିଛନ୍ତି ଯେ, ଇସ୍ରୋ ଚେୟାରମ୍ୟାନ ଏସ୍ ସୋମନାଥ ଏନସିଇଆରଟି ପାଠ୍ୟକ୍ରମ ଦ୍ୱାରା ସେ ବୈଜ୍ଞାନିକ ହେବାର ପ୍ରେରଣା ପାଇଥିଲେ । ଏଆଇସିଟିଇ କରିକୁଲମରୁ ଭଲ ଇଞ୍ଜିନିୟରିଂ ହୋଇଥିଲେ ଏବଂ ଆଇଆଇଟି ଭଳି ଅନୁଷ୍ଠାନ ତାଙ୍କୁ ପ୍ରତିଯୋଗିତା ମୂଳକ ହେବା ପାଇଁ ଶିକ୍ଷା ଦେଇଥିଲା । ଏହି କାରଣରୁ ଆଜି ଭାରତର ଚନ୍ଦ୍ରାୟାନ- ୩ ମିଶନ ସଫଳତା ହାସଲ କରିପାରିଛି  । ଭାରତ ଅନେକ ସଫଳତା ହାସଲ କରୁଥିବା ବେଳେ ଆଗାମୀ ଦିନରେ ଆାଗାମୀ ପିଢିର ଯାନ ବାହାର କରିବ, ଲଞ୍ଚ ପ୍ୟାଡ୍ ତିଆରି ହେବ, ମନୁଷ୍ୟକୁ ଦୃଷ୍ଟିରେ ରଖି ଲ୍ୟାବ୍ ତିଆରି କରାଯାଇ ବିଭିନ୍ନ ଗବେଷଣା ହେବ । ଉଲ୍ଲେଖନୀୟ, ଏହି କାର୍ଯ୍ୟକ୍ରମରେ ଇସ୍ରୋ ଚେୟାରମ୍ୟାନ ତଥା ଚନ୍ଦ୍ରାୟାନ ମିଶନର ସଫଳତା ପଛର ମୁଖ୍ୟ ଏସ୍ ସୋମନାଥ ମଧ୍ୟ ଉପସ୍ଥିତ ରହି ଅଭିଭାଷଣ ପ୍ରଦାନ କରିଥିଲେ । ଚନ୍ଦ୍ରାୟାନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ବୁଲିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ ।

Also Read- ଶହେ ସ୍କୁଲର ୧୦ ହଜାର ଛାତ୍ରଛାତ୍ରୀ ଶିଖିଲେ ହାଇଡ୍ରୋ ରକେଟ୍ ଲଞ୍ଚିଂ କୌଶଳ

Also Read- ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି