Parshottam Rupala: ପୁରୀରେ ଧର୍ମପତ୍ନୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା
Advertisement
Article Detail0/zeeodisha/odisha2049275

Parshottam Rupala: ପୁରୀରେ ଧର୍ମପତ୍ନୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

Parshottam Rupala: ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା (Parshottam Rupala) । ସପରିବାର ସହ ଜଗତର ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଭେଟରାନ୍ ଅଭିନେତା ତଥା ନେତା ପ୍ରଶାନ୍ତ ନନ୍ଦ ରୂପାଲାଙ୍କ ସହ ଉପସ୍ଥିତ ଥିଲେ । 

ସୌ(ସୋସିଆଲ ମିଡିଆ)

Parshottam Rupala: ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା (Parshottam Rupala) । ସପରିବାର ସହ ଜଗତର ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଭେଟରାନ୍ ଅଭିନେତା ତଥା ନେତା ପ୍ରଶାନ୍ତ ନନ୍ଦ ରୂପାଲାଙ୍କ ସହ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ କେନ୍ଦ୍ରମନ୍ତ୍ରୀଙ୍କୁ ଖଣ୍ଡୁଆ ଦେଇ ସ୍ୱାଗତ କରିଥିଲେ । ଶ୍ରୀମନ୍ଦିରର ଅପୂର୍ବ କାରୁକାର୍ଯ୍ୟ ଦେଖି ପୂର୍ବଜଙ୍କ କଳାକୃତିକୁ ପ୍ରସଂଶା କରିଥିଲେ ରୂପାଲା ।

ଚଳିତ ଜାନୁଆରୀ ୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ଏହି ଏକାଦଶ ପର୍ଯ୍ୟାୟ ସାଗର ପରିକ୍ରମା କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କେସିସି ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ନିଆଯାଇଥିବା ସର୍ବୋତ୍ତମ ଅଭ୍ୟାସ ଓ ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ନିକଟରେ ବ୍ୟାପକ ଭାବେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ। ଗତକାଲି ଏଥିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଗତିଶୀଳ ମତ୍ସ୍ୟଜୀବୀ, ବିଶେଷକରି ଉପକୂଳ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀ, ଯୁବ ମତ୍ସ୍ୟ ଉଦ୍ୟୋଗୀ ଆଦି କିଷାନ କ୍ରେଡିଟ୍ କାର୍ଡ (କେସିସି) ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Also Read-Chandaka Bird Count: ୧୦ରେ ଚନ୍ଦକାରେ ପକ୍ଷୀ ଗଣନା, ନିୟୋଜିତ ହେବେ ୬୦ କର୍ମଚାରୀ

ଅନ୍ୟପଟେ ରବିବାର ସାଗର ପରିକ୍ରମା କାର୍ଯ୍ଯକ୍ରମରେ ଯୋଗଦେବାକୁ ବାଲୁଗାଁରୁ ସାତପଡ଼ା ଆସୁଥିବା ବେଳେ ଚିଲିକାରେ ପ୍ରାୟ ୫ ଘଣ୍ଟା ଧରି ଫସିଲେ କେନ୍ଦ୍ରମନ୍ତ୍ରୀ। ଚିଲିକାର ନଳବଣ ନିକଟରେ ବାଟବଣା ହୋଇଯାଇଥିଲା କେନ୍ଦ୍ରମନ୍ତ୍ରୀଙ୍କ ଡଙ୍ଗା। ଉଦ୍ଧାର କରିବା ନେଇ ସାତପଡ଼ା ଓ ବାଲୁଗାଁରୁ ଦୁଇଟି ଉଦ୍ଧାରକାରୀ ଡ଼ଙ୍ଗା ପହଁଞ୍ଚିଥିଲା । ଉଦ୍ଧାର କାର୍ଯ୍ୟ ପରେ କେନ୍ଦ୍ରମନ୍ତ୍ରୀଙ୍କ ଅରଖକୁଦା ଗସ୍ତ ବାତିଲ କରାଯାଇଥିଲା । ତେବେ ଏହି ଡଙ୍ଗାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଥିଲେ। ଉଦ୍ଧାର କାର୍ଯ୍ୟ ପରେ ବିଳମ୍ବିତ ରାତିରେ ପୁରୀରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ। ଆଜି ସକାଳୁ ଧର୍ମପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।