Boudh News: ଅନନ୍ୟ ପରମ୍ପରା,ଗୋଟିଏ ପିଣ୍ଡିରେ ହରି ଓ ହର
Advertisement
Article Detail0/zeeodisha/odisha1856556

Boudh News: ଅନନ୍ୟ ପରମ୍ପରା,ଗୋଟିଏ ପିଣ୍ଡିରେ ହରି ଓ ହର

Boudh(Surya Narayan Mohanty): ଭିନ୍ନ ଏକ ମନ୍ଦିର ଗନ୍ଧରାଡି । ଗୋଟିଏ ପିଣ୍ଡିରେ ପୁଜା ପାଉଛନ୍ତି ହରି ଏବଂ ହର । ହରିହରଙ୍କ ଯୁଗ୍ମ ମନ୍ଦିରର କାରୁକାର୍ଯ୍ୟ ତଥା ନିର୍ମାଣଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ଥିବାବେଳେ ଶିବଙ୍କ ମନ୍ଦିର ଚୂଳରେ ରହିଛି ଶିବଲିଙ୍ଗ ଏବଂ ବିଷ୍ନଙ୍କ ମନ୍ଦିର ଚୁଳରେ ବିରାଜମାନ ସ୍ୱୟଂ ନାରାୟଣ । ଯାହାକି ପୃଥିବୀରେ ବିରଳ। 

Boudh News: ଅନନ୍ୟ ପରମ୍ପରା,ଗୋଟିଏ ପିଣ୍ଡିରେ ହରି ଓ ହର

Boudh(Surya Narayan Mohanty): ଭିନ୍ନ ଏକ ମନ୍ଦିର ଗନ୍ଧରାଡି । ଗୋଟିଏ ପିଣ୍ଡିରେ ପୁଜା ପାଉଛନ୍ତି ହରି ଏବଂ ହର । ହରିହରଙ୍କ ଯୁଗ୍ମ ମନ୍ଦିରର କାରୁକାର୍ଯ୍ୟ ତଥା ନିର୍ମାଣଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ଥିବାବେଳେ ଶିବଙ୍କ ମନ୍ଦିର ଚୂଳରେ ରହିଛି ଶିବଲିଙ୍ଗ ଏବଂ ବିଷ୍ନଙ୍କ ମନ୍ଦିର ଚୁଳରେ ବିରାଜମାନ ସ୍ୱୟଂ ନାରାୟଣ । ଯାହାକି ପୃଥିବୀରେ ବିରଳ। କିମ୍ବଦନ୍ତୀ ଅନୁସାରେ ବିନା ଶୌଚ ରେ ବି ଦର୍ଶନ କରିବାର ପରମ୍ପରା ରହିଥିବା ଏହିସିଦ୍ଧ ମନ୍ଦିରରେ ବହୁ ମାନସିକ ଧାରୀଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥିବା ନଜିର ରହିଛି। ଅଷ୍ଟମ ଶତାଦ୍ଦୀରେ ଏହି ବିରଳ ମନ୍ଦିର ନିର୍ମାଣ ହୋଇଥିବା ଜଣାପଡିଛି ।

ଗନ୍ଧରାଡି ମନ୍ଦିର ତଥା ଚାରିଶମ୍ଭୁ ମନ୍ଦିର । ଅଷ୍ଟମ ଶତାଦ୍ଦୀରେ ବୌଦ୍ଧ ରାଜା ଗନ୍ଧମାର୍ଦ୍ଦନ ଦେବ ଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ମନ୍ଦିର ର କାରୁକାର୍ଯ୍ୟ ତଥା ନିର୍ମାଣ ଶେଳୀ ସଂପର୍ଣ୍ଣ ସ୍ୱତନ୍ତ୍ର । ଗୋଟିଏ ପୀଠରେ ପୂଜାପାଉଛନ୍ତି ବାବା ସିଦ୍ଧେଶ୍ୱର ଏବଂ ପ୍ରଭୂ ନୀଳମାଧବ। ଆଉ ସିଦ୍ଧେଶ୍ୱର ମନ୍ଦିର ର ଚୂଳରେ ସିଦ୍ଧ ଶିବ ଲିଙ୍ଗ ପ୍ରତିଷ୍ଠିତ ହୋଇଥିବାବେଳେ ନୀଳମାଧବ ଙ୍କ ମନ୍ଦିର ଚୂଳରେ ଥିବା ସୁଦର୍ଶନ ଚକ୍ର ରେ ବିରାଜମାନ ସ୍ୱୟଂ ନାରାୟଣ ଯାହାକି ପୃଥିବୀରେ ବିରଳ। ସେପଟେ ଏହି ମନ୍ଦିରର ବିଶେଷତା ହେଲା କେହି ବି ଶ୍ରଦ୍ଧାଳୁ ବିନା ଶୌଚରେ ବି ପ୍ରଭୂଙ୍କ ସାନିଧ୍ୟ ଲାଭ କରିଥିବା ବେଳେ ବହୁ ମାନସିକଧାରୀ ଅଧିଆପଡି ବରଲାଭ କରିବାର ନଜିର ରହିଛି । କାହିଁକି ନା ଏହି ମନ୍ଦିର ଚୂଳରେ ଅବସ୍ଥାପିତ ହୋଇଛନ୍ତି ସିଦ୍ଧ ଲିଙ୍ଗ ଯାହାକି ଅନ୍ୟ କୌଣସି ବି ସ୍ଥାନରେ ଏହା ଦେଖିବାକୁ ମିଳିନଥାଏ । ଅଷ୍ଟମ ଶତାବ୍ଦିରେ ଭଞ୍ଜବଂଶ ଓ ଭୋମକର ରାଜବଂଶ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଯାହା ଫଳରେ ଦୁଇ ରାଜବଂଶର ଇଷ୍ଟଙ୍କୁ ଗୋଟିଏ ମଣ୍ଡପରେ ପୁଜା କରାଯାଇ ଆସୁଥିବା ନେଇ ମଧ୍ୟ ଗବେଷକମାନେ କହିଛନ୍ତି । ଆଉ ଏହି ମନ୍ଦିର ଅତି ଆକର୍ଷଣୀୟ ଥିବାବେଳେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏଠାକୁ।

ରାଜା ଗନ୍ଧମାର୍ଦ୍ଦନ ଜଣେ ବିଷ୍ନୁ ଭକ୍ତ ଥିବାବେଳେ ରାଣୀ ଥିଲେ ଶିବ ଭକ୍ତ ତେଣୂ ରାଜା ଏହିଗୋଟିଏ ପୀଠରେ ହରି ଏବଂ ହର ଙ୍କ ଯୁଗ୍ମ ମନ୍ଦିର ନିର୍ମାଣ କରିଥିବା ମତ ଦିଅନ୍ତି ଲୋକେ । କିମ୍ବଦନ୍ତୀ କୁହେ ମହାଭାରତ ଯୁଦ୍ଧ ପୂର୍ବରୁ ଅଜ୍ଞାତ ବନବାସ ସମୟରେ ପଞ୍ଚୁପାଣ୍ଡବ ଏହି ଅଞ୍ଚଳରେ ଅବସ୍ଥାନ କରିବା ସହିତ ବାବା ସିଦେ୍ଧଶ୍ୱର ଙ୍କ କୃପା ଲାଭ କରିଥିଲେ। ଆଉ ଏହି ମାଟିରେ ରାଜୁତି କରୁଥିବା ଗୋସିଙ୍ଗା ଦତ୍ତ୍ୟ ଅସୁର କୁ ବାବା ସିଦ୍ଧେଶ୍ୱର ଙ୍କ ଆର୍ଶୀବାଦ ଲାଭ କରି ଅର୍ଜୁନ ଏହି ଅସୁର କୁ ବଧ ମଧ୍ୟ କରିଥିଲେ । ଏଠାରେ ଚାରିଟି ଶିବଲିଙ୍ଗ ପୁଜା ପାଉଥିବାରୁ ଏହାକୁ ଚାରିଶମ୍ଭୁ ବୋଲି ମଧ୍ୟ କୁହାଯାଇଥାଏ । ଅନ୍ୟପଟେ ଏଠାରେ ବିଷ୍ନୁ ମନ୍ଦିରରେ ବ୍ରାହ୍ମଣ ସେବାୟତ ମାନେ ପୁଜା କରୁଥିବାବେଳେ ସିଦ୍ଧେଶ୍ୱର ବାବା ଙ୍କୁ ମାଳି ସେବାୟତ ମାନେ ପୁଜା କରୁଛନ୍ତି । ଏଠାରେ ବର୍ଷକରେ ବିଭିନ୍ନ ସମୟରେ ଭକ୍ତଙ୍କ ସମାଗମ ହେଉଥିବାବେଳେ ବିଷେଶ କରି କାର୍ତିକ ଓ ଚୈତ୍ର ମାସରେ ଭକ୍ତ ଅଧରକ ସମାଗମ ହୋଇଥାଏ । ତେବେ ଯଦିଓ ଏହି ମନ୍ଦିର ଟି ଅଷ୍ଟମ ଶତାଦ୍ଦୀ ର ଆଉ ଏହାକୁ ଏସଆଇ ହାତକୁ ନେଇଛି ତଥାପି ଏହି ମନ୍ଦିର ର ଆଖିଦୃଷିଆ ଉନ୍ନତି ହୋଇପାରୁନାହିଁ । ସେପଟେ ସରକାର ଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ବି ଆସୁଛି ହେଲେ ଠିକାଦାର ଏବଂ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକାରେ ଅର୍ଥ ହଡପ ହେଉଥିବା ଅଭିଯୋଗ ହେବା ସହିତ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

ତେବେ ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ତଥା ବିରଳ ମନ୍ଦିର ପ୍ରତି ସରକାର ଦୃଷ୍ଟି ଦେଇ ଏହାର ଅଧିକ ରୁ ଅଧିକ ଉନ୍ନତି କଲେ ଦେଶ ବିଦେଶ ରୁ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
Also Read: Food Delivery: ବନ୍ଦ ହେବ ଅନଲାଇନ୍ ଫୁଡ୍ ଡେଲିଭରି ସେବା..