ବଢିଲା ପନିପରିବା ଦର, ୫ଶହ ଟଙ୍କାରେ ପୁରୁନି ବ୍ୟାଗ୍
Advertisement
Article Detail0/zeeodisha/odisha2289054

ବଢିଲା ପନିପରିବା ଦର, ୫ଶହ ଟଙ୍କାରେ ପୁରୁନି ବ୍ୟାଗ୍

ପନିପରିବା ଦର ବୃଦ୍ଧିକୁ ନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି । 

ବଢିଲା ପନିପରିବା ଦର, ୫ଶହ ଟଙ୍କାରେ ପୁରୁନି ବ୍ୟାଗ୍

ଭୁବନେଶ୍ୱର: ଆକାଶ ଛୁଆଁ ହୋଇଛି ପନିପରିବା ଦର । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ଦର ମହଙ୍ଗା ହେବା କାରଣରୁ ଖାଉଟି ଏବେ ଚିନ୍ତାରେ । କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ସମସ୍ତ ପରିବାର ଦାମ ୫୦ ପ୍ରତିଶତରୁ ଅଧିକ ବଢିଥିବା ଦେଖିବାକୁ ମିଳିଛି ।

ପନିପରିବା ଦର ବୃଦ୍ଧିକୁ ନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି । ବଜାରରେ ଟମାଟୋ ପୂର୍ବରୁ ୫୦ ଟଙ୍କାରେ ମିଳୁଥିବା ସମୟରେ ବର୍ତ୍ତମାନ ତାହା ୮୦ ଟଙ୍କା ପାଖାପାଖି ବିକ୍ରି ହେଉଛି । ସେହିପରି ବାଇଗଣ ୪୦ରୁ ୫୦ ଟଙ୍କା, ଫୁଲକୋବି ୭୦ରୁ ୮୦ଟଙ୍କା, କାକୁଡି ୫୦ରୁ ୬୦ ଟଙ୍କା, ବନ୍ଧାକୋବି ୫୦ରୁ ୬୦ ଟଙ୍କା, କାଙ୍କଡ ୫୦ରୁ ୬୦ଟଙ୍କା, ଗାଜର ୩୦ରୁ ୫୦ଟଙ୍କା, ପୋଟଳ ୫୦ରୁ ୮୦ ଟଙ୍କା, କୁନ୍ଦୁରି ୬୦ରୁ ୮୦ ଟଙ୍କା ରହିଛି । ମାତ୍ର ୨ରୁ ୩ ସପ୍ତାହ ତଳେ ପନିପରିବା ଦର ଅଧା ଦାମରେ ବିକ୍ରି ହେଉଥିବା ସମୟରେ ବର୍ତ୍ତମାନ ହଠାତ ଦର ବଢିବା ସାଧାରଣ ଲୋକଙ୍କ ପକେଟକୁ ବାଧୁଛି । ଅନ୍ୟପଟେ ଦରଦାମ ବଢିବାର କାରଣ ଅତ୍ୟଧିକ ଖରା ଏବଂ ଉତ୍ପାଦନ କମ ବୋଲି କିଛି ବ୍ୟବସାୟୀ ମତ ପ୍ରକାଶ କରିଛନ୍ତି ।

Also Read- Shukra Gochar 2024: ୩ ରାଶିକୁ ୨୫ ଦିନ ପାଇଁ ମିଳିବ ଶୁଭଫଳ

Also Read- ବିଜେଡି ସରକାର ହଟିବା ନେଇ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର