Odisha News: ଭେଟ ଅମାବାସ୍ୟାରେ ଏକାଠି ହୁଅନ୍ତି ୭ ଶକ୍ତି, ଜାଣନ୍ତୁ ଏହାର ମାହାତ୍ମ୍ୟ
Advertisement
Article Detail0/zeeodisha/odisha1915087

Odisha News: ଭେଟ ଅମାବାସ୍ୟାରେ ଏକାଠି ହୁଅନ୍ତି ୭ ଶକ୍ତି, ଜାଣନ୍ତୁ ଏହାର ମାହାତ୍ମ୍ୟ

Odisha News: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା'  ଭଗବତୀଙ୍କୁ (Bhagabati Temple, Banapur)ଙ୍କୁ ମହିମା ସମସ୍ତେ ଜାଣନ୍ତି।  ଶାରଦୀୟ ଦୂର୍ଗୋତ୍ସବ ସଂପୂର୍ଣ୍ଣ ନିଆରା ଢଙ୍ଗରେ ଏହି ପୀଠରେ କାହିଁ କେଉଁ କାଳରୁ ପାଳନ କରାଯାଉଥିବାର ପରମ୍ପରା ରହିଛି। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମୂଳାଷ୍ଟମୀ ଠାରୁ ସ୍ବତନ୍ତ୍ର ପୂଜା ବା ଷୋଡଷ ଉପଚାର ଆରମ୍ଭ ହୋଇଛି। ସେହିକ୍ରମରେ ବାଣପୁରରେ ଆରଧ୍ୟ ଦେବୀ ଭଗବତୀଙ୍କୁ ବର୍ଷର ପ୍ରାରମ୍ଭ ବିଷ୍ଣୁବ ସଂକ୍ରାନ୍ତି ଠାରୁ ଏହି ସ୍ବତନ୍ତ୍ର ପୂଜା ଆରମ୍ଭ ହୋଇ ଆଶ୍ଵୀନ ମାସ କୁମାର ପୂର୍ଣ୍ଣମୀରେ ଶେଷ ହୋଇଥାଏ। 

ପ୍ରତ୍ୟକ ଦେବୀ ପୀଠରେ,  ସମସ୍ତ ଦେବୀଙ୍କୁ ଏକାକୀ ପୂଜା କରାଯାଉଥିବା ବେଳେ ଏହି ପୀଠରେ ଦେବୀ ମା' ଭଗବତୀଙ୍କ ସହିତ ମା' ନାରାୟଣୀ, ମା'କାଳିଜାଇ , ମା'ଶିଦ୍ଧେଶ୍ଵରୀ,ମା'ବିରିଜାଇ, ବଙ୍କାଡଗଡ଼ଦେବୀ ମା' କନକଦୁର୍ଗା, ଓ ମା' ବୁଢୀ ଠାକୁରାଣୀଙ୍କ ପରି ସପ୍ତ ମାତୃଶକ୍ତିଙ୍କୁ ଏଠାରେ ପୂଜା କରାଯାଏ। ଏହି ସାତ ଭଉଣୀଙ୍କ ଉପାସନା ପାଇଁ ଏକ ସ୍ଵତନ୍ତ୍ର ପୀଠ ରହିଛି । ଯାହାକୁ ସାତବଖରା ଭିତର ପର୍ବଗୃହ ବୋଲି କୁହାଯାଏ। ତେବେ, ଆଜିକା ଦିନରେ ଏଠାରେ ସ୍ବତନ୍ତ୍ର ପୂଜା କରାଯାଇଥାଏ। ଯାହା କେବେଳ ଆଶ୍ଵିନ ଅମାବାସ୍ୟା ମହାଳୟା ଅମାବାସ୍ୟା  (Mahalaya Amavasya 2023)ଦିନ ହୋଇଥାଏ। ଯାହାକୁ ଭେଟ ଅମାବାସ୍ୟା ବୋଲି କୁହାଯାଏ । ପଶ୍ଚିମ ଓଡିଶାର ନୂଆଖାଇ ଭେଟଘାଟ ପର୍ବ ପରି ବାଣପୁରର ଭେଟ ଅମାବାସ୍ୟା  ଅବିଭକ୍ତ ପୁରୀ ଜିଲ୍ଲା ସହିତ ଉତ୍ତର ଗଞ୍ଜାମ ଅଞ୍ଚଳରେ ମା' ଭଗବତୀଙ୍କ ପ୍ରଧାନ ପର୍ବ ଭାବରେ ପାଳିତ ହୋଇ ଆସୁଛି। ଆଜିର ଏହି ଦିନଟିକୁ ବାଣପୁରବାସୀ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି । ଆଶ୍ଵିନ ଅମାବାସ୍ୟା ତିଥି ପରେ ପ୍ରତିପଦା ଲାଗି ହେଲେ ଏହି ପବିତ୍ର ଲଗ୍ନରେ ସପ୍ତମାତୃଶକ୍ତି ମାନଙ୍କର ମହାମିଳନ ବା ଭେଟ ଉତ୍ସବ ବାଣପୁର ବଡ଼ ଦାଣ୍ଡରେ ଅନୁଷ୍ଠିତ ହୁଏ । 

ଶାରଦୀୟ ଦୁର୍ଗା ଉତ୍ସବର ଏହି ଦିବସଟି ଅନେକ ତାତପର୍ଯ୍ୟ ବହନ କରେ । ଏହି ପୁଣ୍ୟ ତିଥିରେ ମାତୃ ଶକ୍ତିର ମହାମିଳନକୁ ଦର୍ଶନ କରିବା ପାଇଁ ସ୍ଵର୍ଗର ଦେବତା, ଗନ୍ଧର୍ବ, କିନ୍ନର ମଧ୍ୟ ଏକତ୍ର ହୋଇପୁଷ୍ପ ବୃଷ୍ଟି କରନ୍ତି ବୋଲି ବିଶ୍ୱାସ ଅଛି । ଆସୁରିକ ଶକ୍ତିଙ୍କୁ ସଂହାର କରି ଧରାପୃଷ୍ଠରେ ସୁଖ, ଶାନ୍ତି ,ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ମାତୃଶକ୍ତିର ବନ୍ଦନା କରାଯାଏ। ଏହି ଶୁଭଲଗ୍ନରେ ମା'ମାନଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ମିଳେ ବୋଲି ବିଶ୍ବାସ୍ ରହିଛି। ଏହି ଦିନ ଘରେ ଘରେ ବନ୍ଧୁ ବାନ୍ଧବ, ସାଙ୍ଗସାଥି,କୁଣିଆ ମୈତ୍ର,ଝୀ ଅଝିଆରୀ, ଦୁର ଦୁରାନ୍ତରରୁ ଆସି ପହଞ୍ଚିଯାଆନ୍ତି । ସମସ୍ତଙ୍କର ପରସ୍ପର ପରସ୍ପର ଭିତରେ ଭେଟ ହୁଏ ।ଘରମାନଙ୍କରେ ପର୍ବ ଆସର ଜମେ। ସୁସ୍ଵାଦୁ ପର୍ବଘାଣ୍ଟ ହେଉଛି ବାଣପୁର ଅଞ୍ଚଳରେଏହି ସମୟର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ । ପ୍ରତି ଗାଁ ଗଣ୍ଡା,ପୁରପଲ୍ଲୀର ଦେବୀ ପୀଠମାନଙ୍କରେ ଏହି ପର୍ବଘାଣ୍ଟର ମହ ମହ ବାସ୍ନା ସମସ୍ତଙ୍କୁ ଆତୁର କରିଦିଏ। ଗାଁମାନଙ୍କରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଏକତା , ସଂହତି,ଭାଇଚାରା ଭାବ ସୃଷ୍ଟି କରିଥାଏ ଏହି ଶାରଦୀୟ ପର୍ବ ଘାଣ୍ଟ । 

ବନ୍ଧୁ ବାନ୍ଧବ ମୈତ୍ରୀ ଭାବନାକୁ ବାନ୍ଧି ରଖିବାରେ ଏହି ମା'ଙ୍କ ପର୍ବ ଘାଣ୍ଟ ବିଶେଷ ସହାୟକ ହୋଇଥାଏ । ଦିନରେ ମା'ଙ୍କପର୍ବ ପ୍ରସାଦ, ଘାଣ୍ଟ ଖାଇ ରାତିରେ ଭେଟ ଉତ୍ସବ ଦର୍ଶନ କରିବା ସହିତ ମାତୃ କୃପାଲାଭ କରିବା ପାଇଁ ଅଗଣିତଜନ ସମୁଦ୍ର ବାଣ ପୁର ବଡ଼ ଦାଣ୍ଡରେ ଏକାଠି ହୁଅନ୍ତି । କେବଳ ମା'ଭଗବତୀ ଓ ମା' ବିରି ଜାଇଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ସେବାୟତମାନେ ଘଣ୍ଟା ଘଣ୍ଟ ବୀର ବାଦ୍ୟ କାହାଳୀର ତାଳେ ତାଳେ ନୃତ୍ୟ କରାଇ ପରସ୍ପରଙ୍କୁ ଭେଟ କରାଉଥିବା ବେଳେ ଅନ୍ୟ ପାଞ୍ଚ ଦେବୀଙ୍କର ଆଜ୍ଞାମାଳ ଓ ଦେବୀ ପ୍ରତିମାକୁ ମଧ୍ୟ ଏକତ୍ର ଭେଟ କରାଇ ପର୍ବ ଗୃହକୁ ବିଜେ କରାଯିବା ପରେ ପର୍ବ ପୂଜା ଆରମ୍ଭ ହୁଏ । ଥାଟ ପଟୁଆର ,ବାଜାରୋଷଣୀ , ଶଙ୍ଖ ହୁଳହୁଳି, ମା'ଙ୍କ ଜୟ ଜୟକାର ଧ୍ଵନୀରେ ବଡ଼ ଦାଣ୍ଡ ଉଛୁଳି ପଡ଼େ।