ବୀରମହାରାଜପୁର ଆରଆଇ ଓ ଏଆରଆଇ ଭିଜିଲାନ୍ସ ଦ୍ୱାରା ଗିରଫ
Advertisement
Article Detail0/zeeodisha/odisha2302644

ବୀରମହାରାଜପୁର ଆରଆଇ ଓ ଏଆରଆଇ ଭିଜିଲାନ୍ସ ଦ୍ୱାରା ଗିରଫ

ବୀରମହାରାଜପୁର ତହସିଲ ଅନ୍ତର୍ଗତ ସଂଗ୍ରାମପୁର ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ଏକ କାର୍ଯ୍ୟ କରାଇଦେବା ପାଇଁ ଆରଆଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ନିତ୍ୟାନନ୍ଦ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ଦୃଷ୍ଟି ଆକର୍ଷଣ କରିଥିଲେ ।

ବୀରମହାରାଜପୁର ଆରଆଇ ଓ ଏଆରଆଇ ଭିଜିଲାନ୍ସ ଦ୍ୱାରା ଗିରଫ

ସୁବର୍ଣ୍ଣପୁର: ବୀରମହାରାଜପୁର ଖଣ୍ଡହତା ସ୍ଥିତ ରାଜସ୍ୱ ନିରୀକ୍ଷକ ଅଫିସରେ ଭିଜିଲାନ୍ସ ଚଢାଉ ହୋଇଛି । ଲାଞ୍ଚ ନେଉଥିବା ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆରଆଇ ରାଜେନ୍ଦ୍ର ମିଶ୍ର ଓ ଏଆରଆଇ ପଞ୍ଚାନନ ଡାଙ୍ଗ ।

ସୂଚନା ମୁତାବକ, ବୀରମହାରାଜପୁର ତହସିଲ ଅନ୍ତର୍ଗତ ସଂଗ୍ରାମପୁର ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ଏକ କାର୍ଯ୍ୟ କରାଇଦେବା ପାଇଁ ଆରଆଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ନିତ୍ୟାନନ୍ଦ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଟିମ୍ ପହଞ୍ଚିଥିଲା । ନିତ୍ୟାନନ୍ଦଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଉଭୟ ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗଙ୍କୁ ରେଡ୍ ହ୍ୟାଣ୍ଡ୍ ଧରିଥିଲା ଭିଜିଲାନ୍ସ । ଉଭୟଙ୍କୁ ସୋନପୁର ଭିଜିଲାନ୍ସ ଅଫିସକୁ ଅଣାଯାଇ ଅଧିକ ପଚରା ଉଚରା କରାଯାଉଛି । ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଟିମ୍ ଆଜିର ଚଢାଉରେ ସାମିଲ ଥିଲେ ବୋଲି ଜଣାପଡିଛି ।

Also Read- କେଦାରନାଥ ଦର୍ଶନ ସାରି ଫେରୁଥିଲେ, ଓଲଟିଲା କାର୍, ଆଉ ତାପରେ...

Also Read- Rahu Gochar 2024: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ ଜୁଲାଇରୁ ୫ଟି ରାଶିର ଭାଗ୍ୟ ଉଜ୍ୱଳ