ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍, ୭ଟି ସ୍ଥାନରେ ଏକକାଳୀନ ଚଢଉ
Advertisement
Article Detail0/zeeodisha/odisha2396109

ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍, ୭ଟି ସ୍ଥାନରେ ଏକକାଳୀନ ଚଢଉ

Vigilance raid: ବିଜୟ ମଙ୍ଗରାଜଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।

ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍, ୭ଟି ସ୍ଥାନରେ ଏକକାଳୀନ ଚଢଉ

ଭୁବନେଶ୍ଵର: ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ଉ କରାଯାଇଛି। 

ବିଜୟଙ୍କ ଭୁବନେଶ୍ୱରରେ ଥିବା ଅଫିସ ସହ ନନ୍ଦନ ବିହାର ଓ ପଳାଶୁଣୀରେ ଥିବା ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବିଜୟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା। ବିଜୟ ମଙ୍ଗରାଜଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି। ଏହି ଚଢ଼ାଉରେ ୮ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଓ ୯ ଜଣ ଏସଏଆଇ ସହ ଅନ୍ୟାନ୍ୟ ଷ୍ଟାପ୍ ସାମିଲ ହୋଇଛନ୍ତି।