Advertisement
Article Detail0/zeeodisha/odisha2282165
Zee OdishaOdisha StateVK Pandian: ଦିଲ୍ଲୀରେ ପାଣ୍ଡିଆନ, ଗୋପନରେ ବୁଲୁଛନ୍ତି ଗଣମାଧ୍ୟମ ଅଫିସ!

VK Pandian: ଦିଲ୍ଲୀରେ ପାଣ୍ଡିଆନ, ଗୋପନରେ ବୁଲୁଛନ୍ତି ଗଣମାଧ୍ୟମ ଅଫିସ!

VK Pandian: ଶ୍ରୀ ପାଣ୍ଡିଆନ୍‍, ୨୦୨୪ ନିର୍ବାଚନର ପ୍ରମୁଖ ମୁହଁ ଥିଲେ। ଟିକେଟ ବଣ୍ଟନଠାରୁ ଆରମ୍ଭ କରି ପ୍ରଚାର ସବୁକିଛି ତାଙ୍କ ଉପରେ ନିର୍ଭର କରୁଥିଲା। ଏପରିକି ପ୍ରଚାର ସମୟରେ ନବୀନ ଯଦି ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନହେବେ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଥିଲେ।

VK Pandian (ଫଟୋ- ସୋସିଆଲ ମିଡିଆ)
VK Pandian (ଫଟୋ- ସୋସିଆଲ ମିଡିଆ)

ଭୁବନେଶ୍ୱର: ବିଜୁ ଜନତା ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ତଥା ଦ୍ୱିତୀୟ ଷ୍ଟାର ପ୍ରଚାରକ ଭି. କାର୍ତ୍ତିକେୟ ପାଣ୍ଡିଆନ୍‍ ଭୁବନେଶ୍ୱରରୁ ଦିଲ୍ଲୀ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ, ନିର୍ବାଚନ ଗଣତି ଚାଲିଥିବା ଦିନ ବିଳମ୍ବିତ ସନ୍ଧ୍ୟାରେ ସେ ଘରୋଇ ବିମାନ ଯୋଗେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ସେଠାରେ କିଛି ଗଣମାଧ୍ୟମ କାର୍ଯ୍ୟାଳୟ ମଧ୍ୟ ସେ ବୁଲିଥିବା ସୂଚନା ମିଳିଛି। ଏପରିକି ସୋଶାଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ୍‍ ହେଉଛି। 

ଶ୍ରୀ ପାଣ୍ଡିଆନ୍‍, ୨୦୨୪ ନିର୍ବାଚନର ପ୍ରମୁଖ ମୁହଁ ଥିଲେ। ଟିକେଟ ବଣ୍ଟନଠାରୁ ଆରମ୍ଭ କରି ପ୍ରଚାର ସବୁକିଛି ତାଙ୍କ ଉପରେ ନିର୍ଭର କରୁଥିଲା। ଏପରିକି ପ୍ରଚାର ସମୟରେ ନବୀନ ଯଦି ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନହେବେ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଥିଲେ। ଏହିକ୍ରମରେ ସେ ଦଳୀୟ କର୍ମୀଙ୍କ ଆକ୍ରୋଶକୁ ସମ୍ମୁଖୀନ ନହୋଇପାରି ରାଜ୍ୟ ଛାଡ଼ିଥିବା ଆଲୋଚନା ହେଉଛି। 

ବିଜେଡିର ପରାଜୟ ପଛରେ ପାଣ୍ତିଆନ୍‍ଙ୍କ ପ୍ରଚାର ହିଁ ମୁଖ୍ୟ କାରଣ ବୋଲି ପ୍ରଚାର ଚାଲିଛି। ସୋଶାଳ୍‍ ମିଡିଆରେ ଏ ବିଷୟ ପରେ ଆଜି ବିଜେଡି ନେତା ଶଶୀଭୂଷଣ ବେହେରା ମଧ୍ୟ ଏହାକୁ ଅଧିକ ଆଲୋଚନାକୁ ଆଣିଛନ୍ତି। ସେ କହିଛନ୍ତି ଯେ, ଦଳୀ ବରିଷ୍ଠ ନେତାଙ୍କୁ ପ୍ରଚାରରୁ ଦୂରରେ ରଖାଯାଇଥିବାରୁ ଦଳ ହାରିଲା। 

Add Zee News as a Preferred Source

ନିର୍ବାଚନ ଗଣତି ଦିନ ମୁଖ୍ୟମନ୍ତ୍ରୀଙ୍କ ଆବାସ ଓ ଶ୍ରୀ ପାଣ୍ଡିଆନ୍‍ଙ୍କ ଆବାସ ଆଗରେ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଥିଲା। ଏହି  ସୁରକ୍ଷା ଭିତରେ ସେ ବିମାନବନ୍ଦରଆଡ଼େ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ଏକ ଘରୋଇ ଟିଭି ଚ୍ୟାନେଲ୍, ସେ ଏକ ପଞ୍ଚତାରକା ହୋଟେଲରେ ରହିଥିବା ନେଇ ଖବର ପ୍ରକାଶ କରାଯାଇଛି।

About the Author