Odisha News: କଣ୍ଟାବାଞ୍ଝିବାସୀ ସାଢ଼େ ଚାରି କୋଟିରୁ ବାଦ୍‍ କି?
Advertisement
Article Detail0/zeeodisha/odisha2416791

Odisha News: କଣ୍ଟାବାଞ୍ଝିବାସୀ ସାଢ଼େ ଚାରି କୋଟିରୁ ବାଦ୍‍ କି?

Odisha News: ପ୍ରଶ୍ନ ଉଠୁଛି, ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ କଣ୍ଟାବାଞ୍ଝିରେ ଅପ୍ରିୟ ହେଲେ କେମିତି ? ନିର୍ବାଚନରେ କଣ୍ଟାବାଞ୍ଝିରୁ ୨୬ ହଜାରରୁ ଅଧିକ ଭୋଟ୍‍ରେ ପରାଜିତ ହେଲେ କିପରି? କେବଳ ସେତିକି ନୁହେଁ ହିଞ୍ଜିଳୀରୁ ଗତ ୫ଟି ନିର୍ବାଚନରେ ବହୁ ଭୋଟ୍‍ ବ୍ୟବଧାନରେ ଜିତୁ ଥିବା ନବୀନ ପଟ୍ଟନାୟକ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମାତ୍ର କେଇ ହଜାର ଭୋଟ୍‍ରେ ସାନ୍ତ୍ୱନାମୂଳକ ବିଜୟୀ ହୋଇଛନ୍ତି।

Odisha News: କଣ୍ଟାବାଞ୍ଝିବାସୀ ସାଢ଼େ ଚାରି କୋଟିରୁ ବାଦ୍‍ କି?
VK pandian: ନିର୍ବାଚନ ଶେଷ ହେବାର ତିନିମାସ ପରେ ମଧ୍ୟ ବିଜୁ ଜନତା ଦଳ ଓ ଏକ୍ସ ଏକାଉଣ୍ଟଧାରୀ କାର୍ତ୍ତିକ ପାଣ୍ଡିଆନ ଦଳର ପରାଜୟକୁ ଗ୍ରହଣ କରିପାରୁନାହାନ୍ତି। ଯାହାଫଳରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟେର ଅନେକ ମନବୋଧ ଚଉତିଶା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଲେଖି ତାଙ୍କ ବିଶ୍ୱାସର ପାତ୍ର ହେବାକୁ ପୁଣି ଅପଚେଷ୍ଠା ଜାରୀ ରଖିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ କାର୍ତ୍ତିକ ପାଣ୍ଡିଆନ ଲେଖିଛନ୍ତି, ‘ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିର ନେତୃବୃନ୍ଦ ଏବଂ ଲୋକମାନଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ବିକାଶର ରାସ୍ତାରେ ସଭିଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାକୁ ବିଜୁ ଜନତା ଦଳ ସଂକଳ୍ପବଦ୍ଧ ।’
ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ କଣ୍ଟାବାଞ୍ଝିରେ ଅପ୍ରିୟ ହେଲେ କେମିତି ? ନିର୍ବାଚନରେ କଣ୍ଟାବାଞ୍ଝିରୁ ୨୬ ହଜାରରୁ ଅଧିକ ଭୋଟ୍‍ରେ ପରାଜିତ ହେଲେ କିପରି? କେବଳ ସେତିକି ନୁହେଁ ହିଞ୍ଜିଳୀରୁ ଗତ ୫ଟି ନିର୍ବାଚନରେ ବହୁ ଭୋଟ୍‍ ବ୍ୟବଧାନରେ ଜିତୁ ଥିବା ନବୀନ ପଟ୍ଟନାୟକ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମାତ୍ର କେଇ ହଜାର ଭୋଟ୍‍ରେ ସାନ୍ତ୍ୱନାମୂଳକ ବିଜୟୀ ହୋଇଛନ୍ତି।
ପରିସଂଖ୍ୟାନକୁ ଦେଖିଲେ ଗତ ନିର୍ବାଚନରେ ବିଜେପି ୪୦.୭ ପ୍ରତିଶତ ଭୋଟ୍ ପାଇଥିଲାବେଳେ କଂଗ୍ରେସ ୧୩.୨୬ ପ୍ରତିଶତ ଭୋଟ୍‍ ପାଇଛି। ଏହି ଦୁଇ ଦଳର ଭୋଟ୍‍କୁ ମିଶାଇଲେ ତାହା ୫୩, ୩୩ ପ୍ରତିଶତ ଭୋଟ୍। ଏହି ଭୋଟ୍ କ’ଣ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଭିତରେ ନାହାନ୍ତି କି ବୋଲି ପ୍ରଶ୍ନ ଉଠୁଛି। ବିଜେଡି କେବଳ ୪୦.୨୨ ପ୍ରତିଶତ ଭୋଟ୍ ପାଇଥିବାବେଳେ ନବୀନ କିପରି ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କର ପ୍ରିୟ ନେତା ହେଲେ ବୋଲି ରାଜନୀତିକ ମହଲରେ କୌତୁହଳ ସୃଷ୍ଟି ହୋଇଛି।
ପରାଜୟକୁ ଗ୍ରହଣ କରିପାରୁନଥିବା ବିଜେଡି ଓ ଏକ୍ସ ଏକାଉଣ୍ଟଧାରୀ କାର୍ତ୍ତିକ ପାଣ୍ଡିଆନ ଏବେ ବି କ୍ଷମତା ହାସଲ କରିବା ଦିଗରେ ଦିବାସ୍ୱପ୍ନ ଦେଖୁଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।