Weather Update: କୁହୁଡି଼ କୋଳରେ ସାରା ରାଜ୍ୟ, ୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2053924

Weather Update: କୁହୁଡି଼ କୋଳରେ ସାରା ରାଜ୍ୟ, ୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

Weather Update: ଓଡ଼ିଶାରେ ଶୀତର ପ୍ରକୋପ କମ୍ ହୋଇଥିବା ବେଳେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  

ସୌ(ସୋସିଆଲ ମିଡିଆ)

Weather Update: ପ୍ରବଳ କୁହୁଡ଼ି ଯୋଗୁଁ କଲବଲ ରାଜ୍ୟବାସୀ । ସାରା ଓଡ଼ିଶାରେ ଶୀତର ପ୍ରକୋପ କମ୍ ହୋଇଥିବା ବେଳେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  

ଖବର ଅନୁଯାୟୀ, କୁହୁଡ଼ି ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଅଧିକାଂଶ ସ୍ଥାନରେ କୁହୁଡ଼ି କାରଣରୁ ନାକେଦମ ହେଉଛନ୍ତି ଲୋକେ । ତେବେ ଗୁରୁବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । ଖାସ୍ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ, ରାୟଗଡ଼ା, ନୟାଗଡ଼ ଓ କଳାହାଣ୍ତି ଆଦି କେତେକ ଜିଲ୍ଲାରେ କୁହୁଡ଼ି ଲାଗି ରହିବ । ଏନେଇ ଏହିସବୁ ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ୨ ଦିନ ପରେ ତାପମାତ୍ରା ୨ରୁ ୩ ଡି଼ଗ୍ରୀ ସେଲସିୟସ୍ ଯାଏଁ ହ୍ରାସ ପାଇବ ଯାହା ଫଳରେ ତେବେ ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

 

ତେବେ ଗତ ୨୪ ଘଣ୍ଟା ମଧ୍ଯରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୪ ଡିଗ୍ରୀ ରେର୍କଡ଼ କରାଯାଇଥିବା ବେଳେ ଜି ଉଜୟଗିରିରେ ୯, ଦାରିଙ୍ଗବାଡ଼ିରେ ୧୦.୫, ଫୁଲବାଣୀରେ ୧୧, ଅନୁଗୁଳରେ ୧୧.୬, କିରେଇରେ ୧୨.୨, କେନ୍ଦୁଝରରେ ୧୨.୮ ଓ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ଼ ହୋଇଛି ।

Also Read-Lingaraj Temple: ଲିଙ୍ଗରାଜ ମନ୍ଦିର ପାଇଁ ଆସିଲା ନୂଆ ନିୟମ, ଏଣିକି ...