Weather Update: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ବସ୍ତି, ଆଗାମୀ ୩ ଦିନ ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା!
Advertisement
Article Detail0/zeeodisha/odisha1713137

Weather Update: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ବସ୍ତି, ଆଗାମୀ ୩ ଦିନ ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା!

Weather Forecast: ଅସହ୍ୟ ତାତି ଓ ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ତାପମାତ୍ରା କମ୍ ରହିବା ସହ ତାତି କମ୍ ରହିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ସୌ(ସୋସିଆଲ ମିଡିଆ)

Weather Update: ଅସହ୍ୟ ତାତି ଓ ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି । ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ (Heat Wave) । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡି଼ଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ତାପମାତ୍ରା କମ୍ ରହିବା ସହ ତାତି କମ୍ ରହିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଆଗମୀ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମ୍ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar meteorological department) ପକ୍ଷରୁ ଆକଳନ କରାଯାଇଛି । ଆଗାମୀ ୨୮ରୁ ୩୦ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେପଟେ ଚଳିତ ବର୍ଷ ଓଡି଼ଶାକୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଆସିବାକୁ ଥିବାରୁ ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଲନିନୋ ପ୍ରଭାବରେ ସାରା ଦେଶରେ ଜୁନ୍ ମାସରେ ବର୍ଷାର ପରିମାଣ କମ୍ ରହିବ, ପରେ ସେପ୍ଟେମ୍ବର ସୁଦ୍ଧା ଉଭୟ ଦେଶ ତଥା ରାଜ୍ୟରେ ବର୍ଷାର ପରିମାଣ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆକଳନ କରାଯାଇଛି । ଉତ୍ତର ତଥା ଉତ୍ତର- ପୂର୍ବ ଭାରତର କିଛି ଅଞ୍ଚଳକୁ ଛାଡ଼ି ଦେଲେ ଜୁନ୍ ରେ ଦିନରେ ସର୍ବୋଚ୍ଚ ତାପମାତ୍ରା ଓ ରାତିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ୨୦୧୭ରୁ ୨୦୨୨ ମଧ୍ୟରେ ରାଜ୍ୟରେ ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ହୋଇଥିଲା। ୨୦୧୭ ଜୁନ୍ ରେ -୨%, ୨୦୧୮ରେ- ୩୦% ଏବଂ ୨୦୧୯- ୩୩% କମ୍ ବର୍ଷା ରେକର୍ଡ଼ ହୋଇଥିଲା । ତେବେ ୨୦୨୦ରେ ରାଜ୍ୟରେ ଲାନିନୋ ପ୍ରଭାବରେ ଜୁନ୍ ମାସରେ ୧୫% ଅଧିକ ବର୍ଷା ରେକର୍ଡ଼ ହୋଇଥିଲା । ହେଲେ ପୁଣି ୨୦୨୧ରେ ଜୁନ୍ ମାସରେ- ୧୭% ଓ ୨୦୨୨ରେ ୩୭% କମ୍ ବର୍ଷା ରେକର୍ଡ଼ ହୋଇଥିଲା । ସେପଟେ, ଶୁକ୍ରବାର ଦିନ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଗଞ୍ଜାମ, ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି  ସହ ବର୍ଷା ହୋଇଥିଲା । ସେହିପରି ନୟାଗଡ଼, ଗଜପତି, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ତି, ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି  ସହ ହାଲୁକା ବର୍ଷା ହୋଇଯାଇଛି । ସେହିପରି ଶନିବାର ଦିନ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ପ୍ରକାଶ ଥାଉ କି, ଜଗତସିଂହପୁର ଜିଲ୍ଲାରେ କୁଜଙ୍ଗ ଥାନା ଅନ୍ତଗର୍ତ ବରିହାଡ଼ିହା ଗାଁରେ ବଜ୍ରପାତରେ (Lightning strike) ଦୁଇ ବଖରା ଘର ପୋଡ଼ିଯିବା ସହ ୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ଲାଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୁଚନା ଅନୁଯାୟୀ, ଶୁକ୍ରବାର ଦିନ ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା । ଏହି ସମୟରେ ହଠାତ୍ ବଜ୍ରପାତ ପଡିବାରୁ ଦୁଇ ବଖରା ଘର ପୋଡ଼ିଯିବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ଯରେ ଜଣେ ମହିଳା ଥିବା ଜଣାପଡ଼ିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ତାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Also Read-Healthy Morning Routine: ଶେଜରୁ ଉଠିବା ପରେ କରନ୍ତୁ ଏହି ୭ଟି କାମ, ରହିବେ ପୁରା ଫି୍ଟ