Heat Wave: ଆଗାମୀ ୫ ଦିନ ଯାଏଁ ଜଳିବ ସାରା ଓଡ଼ିଶା, ଏହି ଦିନଠୁ ବଦଳିବ ପାଗ!
Advertisement

Heat Wave: ଆଗାମୀ ୫ ଦିନ ଯାଏଁ ଜଳିବ ସାରା ଓଡ଼ିଶା, ଏହି ଦିନଠୁ ବଦଳିବ ପାଗ!

Heat Wave: ଅସହ୍ୟ ତାତିରେ କଲବଲ ସାରାରାଜ୍ୟ। ସକାଳ ୮ଟାରୁ ତାପମାତ୍ରା ବଢୁଥିବା ବେଳେ ଦିନ ୧୧ଟା ବେଳକୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ଗତ ୨ ଦିନ ହେବ ତାପମାତ୍ରାରେ ବୃଦ୍ଧି ଯୋଗୁଁ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ୩ ଦିନ ସ୍କୁଲ ବନ୍ଦ କରିବାକୁ ବୁଧବାର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। 

Heat Wave: ଆଗାମୀ ୫ ଦିନ ଯାଏଁ ଜଳିବ ସାରା ଓଡ଼ିଶା, ଏହି ଦିନଠୁ ବଦଳିବ ପାଗ!

Heat Wave: ଅସହ୍ୟ ତାତିରେ କଲବଲ ସାରାରାଜ୍ୟ। ସକାଳ ୮ଟାରୁ ତାପମାତ୍ରା ବଢୁଥିବା ବେଳେ ଦିନ ୧୧ଟା ବେଳକୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ଗତ ୨ ଦିନ ହେବ ତାପମାତ୍ରାରେ ବୃଦ୍ଧି ଯୋଗୁଁ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ୩ ଦିନ ସ୍କୁଲ ବନ୍ଦ କରିବାକୁ ବୁଧବାର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏପ୍ରିଲ୍ ୧୮,୧୯ ଓ ୨୦ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ସରକାରଙ୍କ ଘୋଷଣା କରିଛନ୍ତି। ତେବେ ରାଜ୍ୟରେ ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ମିଳିବନି ମୁକ୍ତି ।  ଆଗକୁ ଆହୁରି ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ତାତି ଆହୁରି ବଢିବ । ଦିନ ପରେ ରାତିରେ ବି ପ୍ରବଳ ଗରମ ଅନୁଭୂତ ହେବ । ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ । ଆସନ୍ତାକାଲି ପାଇଁ ୨୪ ଜିଲାକୁ ହିଟ୍‌ ଓ୍ବେଭ୍‌ ସହ ଗୁଳୁଗୁଳି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ନୟାଗଡ଼, ମୟୂରଭଞ୍ଜ, ଗଜପତି, ନୂଆପଡା, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ ।

ଏହି ସମୟରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ମଧ୍ୟରେ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରକାଶ ଥାଉ କି, ୨୧ ତାରିଖ ପରେ ଦକ୍ଷିଣ ଓଡ଼ିଶାରେ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଯାହାଦ୍ୱାରା ତାପମାତ୍ରାରେ କିଛିଟା ହ୍ରାସ ହୋଇପାରେ ।