Weather Update: ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha1829856

Weather Update: ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ

Weather Update:  ଆଜି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି, ଆଜି କିଛି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା (Heavy to very heavy rainfall) ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ(orange alert)ଜାରି ହୋଇଛି । ଏହାସହ ଜଳବନ୍ଧୀ ଭଳି ସମସ୍ୟା ମଧ୍ୟ ଉପୁଜିପାରେ। ଏହାସହ ଘଣ୍ଟା ପ୍ରତି ୪୦ରୁ କିଲୋମିଟର ବେଗରେ ପବନ ବହିବ ବୋଲି ଆଶଙ୍କା କରାଯାଇଛି।

ସୌଜନ୍ୟ- ସୋସିଆଲ ମିଡି଼ଆ

Weather Update: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା (rain) ଜାରି ରହିଛି । ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି  । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ(imd) ପକ୍ଷରୁ କୁହାଯାଇଛି । ସେହିପରି, ଆଜି କିଛି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା (Heavy to very heavy rainfall) ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ(orange alert)ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ନୂଆପଡ଼ା। ଏହି ସବୁ ଜିଲ୍ଲା ଗୁଡ଼ିକରେ ମୂଷଳଧାରାରେ ବର୍ଷା ହୋଇପାରେ। 

 

Also Read: Horoscope Today Aug 18 2023: ବ୍ୟବସାୟରେ ଧନଲାଭ ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read: Sawan Friday Remedies: ବ୍ୟବସାୟରେ ସହୁଛନ୍ତି କି କ୍ଷତି? ଶ୍ରାବଣ ଶୁକ୍ରବାରରେ କରନ୍ତୁ ଏହି ସବୁ ଉପାୟ, ଦୂର ହେବ ସମସ୍ୟା!

କେବଳ ସେତିକି ନୁହେଁ, କୃତ୍ରିମ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ଏହାସହ ଜଳବନ୍ଧୀ ଭଳି ସମସ୍ୟା ମଧ୍ୟ ଉପୁଜିପାରେ। ଏହାସହ ଘଣ୍ଟା ପ୍ରତି ୪୦ରୁ କିଲୋମିଟର ବେଗରେ ପବନ ବହିବ ବୋଲି ଆଶଙ୍କା କରାଯାଇଛି। ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା, ମିବା ସହିତ ଟ୍ରାଫିକ ସମସ୍ୟା ସୃଷ୍ଟିହେବ । ତଳିଆ ଅଞ୍ଚଳରେ ପାଣି ଜମିବା ଭଳି ସମସ୍ୟା ଦେଖାଦେବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ଲଘୁଚାପ ଜନିତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର।  ସେହିପରି ରାଜ୍ୟରେ ଆସନ୍ତାକାଲି ଅର୍ଥାତ୍ ୧୯ ତାରିଖ ବେଳକୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି  ସକାଳ ୮ଟା ୩୦ ରୁ ଆଜି ସକାଳ ୫ଟା ୩୦ ସୁଦ୍ଧା ବିଭିନ୍ନ ସ୍ଥାନରେ ବର୍ଷାର ରେକର୍ଡ଼ କରାଯାଇଛି । ପୁରୀରେ ୬୬.୨ ମିମି ,ଭୁବନେଶ୍ୱରରେ ୫୭.୬ ମିମି , ବାଲେଶ୍ୱରରେ ୪୨.୬ ମିମି ଓ ଗୋପାଳପୁର: ୩୫.୮ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି, ଚାନ୍ଦବାଲିରେ ୧୬.୭ ମିମି ,ପାରାଦ୍ୱୀପରେ ୧୪.୭ ମମି ଓ  ଝାରସୁଗୁଡାରେ ୧୩.୪ ମିମି ବର୍ଷା ରେକର୍ଡ ହୋଇଛି। ଅନ୍ୟପଟେ, ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି (Temperature High) ପାଇଛି। ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ସର୍ବୋଚ୍ଚ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ଭିତରେ ରହିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମୌସୁମୀ (Monsoon) ବାୟୁ ପ୍ରଭାବରେ ବର୍ଷା ହେବା ଦ୍ବାରା ଅଗଷ୍ଟ ମାସରେ ତାପମାତ୍ରା ହ୍ରାସ ପାଇଥାଏ । ତେଣୁ ଏହି ମାସରେ କମ୍ ଗରମ ଅନୁଭୂତ ହୋଇଥାଏ । ମୌସୁମୀ ସମୟରେ ବାୟୁରେ ଆର୍ଦ୍ରତା ରହୁଥିବାରୁ ଜଳୀୟ ବାଷ୍ପ ଅଧିକ ରହିଥାଏ । ତେଣୁ ଅସ୍ବାଭାବିକ ସ୍ଥିତି ଅନୁଭୂତ ହୁଏ । କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ସାରା ଦେଶରେ ମୌସୁମୀ ନିଷ୍କ୍ରିୟ ରହିଛି। ଓଡ଼ିଶାକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଗରମ ଅନୁଭୂତ ହେଉଛି। ଅନ୍ୟପଟେ ସାମୁଦ୍ରିକ ପବନ ଆସୁନ ଥିବାରୁ ତାପମାତ୍ରା ମଧ୍ଯ ହ୍ରାସ ହେଉନାହିଁ।