WhatsApp ବ୍ୟବହାରକାରୀ ସାବଧାନ, ଚାଟରେ ଏପରି ଲେଖିଲେ ଯିବେ ଜେଲ୍
Advertisement
Article Detail0/zeeodisha/odisha1907679

WhatsApp ବ୍ୟବହାରକାରୀ ସାବଧାନ, ଚାଟରେ ଏପରି ଲେଖିଲେ ଯିବେ ଜେଲ୍

WhatsApp Group: ଅନେକ ବ୍ୟକ୍ତି ହ୍ୱାଟସଆପର ଅପବ୍ୟବହାର କରିଥାନ୍ତି । ଆପଣଙ୍କୁ ଆଜି କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତଙ୍କର ଜାଣିବା ଆବଶ୍ୟକ ।

WhatsApp ବ୍ୟବହାରକାରୀ ସାବଧାନ, ଚାଟରେ ଏପରି ଲେଖିଲେ ଯିବେ ଜେଲ୍

WhatsApp Group: ପରସ୍ପର ମଧ୍ୟରେ ଯୋଗାଯୋଗକୁ ଅଧିକ ମଜବୁତ କରିବା ପାଇଁ ହ୍ୱାଟସଆପରେ ଗ୍ରୁପ ବ୍ୟବସ୍ଥା ରହିଛି । ଗୋଟିଏ ଗ୍ରୁପରେ ଅନେକ ଲୋକ ଏକାଠି ଚାଟିଂ (chatting) କରିବା ସହିତ ଥରକରେ ଗୋଟିଏ ଜିନିଷ ଅନେକ ଲୋକଙ୍କ ନିକଟରେ ପହଞ୍ଚାଇବା ସମ୍ଭବ ହୋଇଥାଏ । ବର୍ତ୍ତମାନ ହ୍ୱାଟସଆପ ଆମ ପାଇଁ ଏତେ ଜରୁରୀ ହୋଇପଡିଛି ଯେ, ଏଥିରେ ଅନେକ ଲୋକ ବିଭିନ୍ନ ପ୍ରକାରର ଗ୍ରୁପ ତିଆରି କରିଥାନ୍ତି । ପରିବାର ସଦସ୍ୟଙ୍କ ଗ୍ରୁପ (family group), ସହପାଠୀ ଓ ଶିକ୍ଷକଙ୍କ ସହ ଗ୍ରୁପ୍ (students and teachers group), ଅଫିସ୍ ଗ୍ରୁପ୍ (office group), ବ୍ୟବସାୟ ପାଇଁ ଗ୍ରୁପ୍ (business group), ଏପରି ଅନେକ ଗ୍ରୁପ୍ ଆମ ପାଇଁ ଜରୁରୀ ହୋଇପଡିଛି । କିନ୍ତୁ ଅନେକ ସମୟରେ କିଛି ବ୍ୟକ୍ତି ହ୍ୱାଟସଆପର ଅପବ୍ୟବହାର (Abuse of WhatsApp) କରୁଥିବା ଦେଖିବାକୁ ମିଳେ । କିଛି ଖଳ ପ୍ରକୃତିର ବ୍ୟକ୍ତି ବିଶେଷ ବିଭିନ୍ନ ଆପତ୍ତିଜନକ ପୋଷ୍ଟ (Offensive post) କରିଥାନ୍ତି ଗ୍ରୁପ୍ ଗୁଡିକରେ । ଯାହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଆପଣ ହୁଏତ ଜାଣିନଥିବେ ହ୍ୱାଟସଆପ ଗ୍ରୁପ ବ୍ୟବହାର ପାଇଁ ଆପଣଙ୍କୁ କିଛି ସତର୍କତା ଅବଲମ୍ୱନ (Cautionary note) କରିବାର ନିୟମ ରହିଛି । ଯଦି କେହି ଉକ୍ତ ନିୟମକୁ ନମାନି ହ୍ୱାଟସଆପ ଗ୍ରୁପରେ ଆପତ୍ତିଜନକ କଥା ଲେଖନ୍ତି କିମ୍ୱା ଫଟୋ ସେୟାର କରନ୍ତି ତେବେ ସେମାନଙ୍କୁ ଜେଲ୍ (jail) ଯିବାକୁ ପଡିପାରେ ।

ଏହି ଭୁଲ କରନ୍ତୁ ନାହିଁ

ଯଦି ଆପଣ ଜଣେ ହ୍ୱାଟସଆପ୍ ବ୍ୟବହାରକାରୀ ଏବଂ ଆପଣ ଅନେକ ଗୁଡିଏ ଗ୍ରୁପରେ ଅଛନ୍ତି, ତେବେ ଆପଣ ଚାଟିଂ କରିବା ସମୟରେ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ୍ । ଏପରି ଅନେକ ଜିନିଷ ଅଛି ଯାହାକୁ ଆପଣ ଭୁଲରେ ମଧ୍ୟ ହ୍ୱାଟସଆପ ଗ୍ରୁପରେ ଲେଖିବା ଉଚିତ୍ ନୁହେଁ । ନଚେତ୍ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ ।

ଅଶ୍ଳୀଳତା ସହିତ ଜଡିତ ଶବ୍ଦ

ଯଦି ଆପଣ ବ୍ୟବହାର କରୁଥିବା ହ୍ୱାଟସଆପ୍ ଗ୍ରୁପରେ ଅଶ୍ଳୀଳତା ସହ ଜଡିତ କୌଣସି କଥା ପୋଷ୍ଟ କରନ୍ତି, ଆଉ ଯଦି ଗ୍ରୁପରେ ଥିବା କୌଣସି ବ୍ୟକ୍ତିଙ୍କର ଉକ୍ତ ଚାଟରେ ଅସୁବିଧା ହୁଏ ତେବେ ସେ ପୋଲିସ୍ ନିକଟରେ ଅଭିଯୋଗ କରିପାରିବେ । ତାଙ୍କ ଅଭିଯୋଗ ଆଧାରରେ ଆପଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ । ଆପଣଙ୍କ ଉପରେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜାତୀୟ ବିରୋଧୀ ଶବ୍ଦ

ଯଦି ଆପଣ ବ୍ୟବହାର କରୁଥିବା ହ୍ୱାଟସଆପ୍ ଗ୍ରୁପରେ ଏପରି କିଛି ଲେଖିଛନ୍ତି ଯେଉଁଥିରେ ଦେଶ ବିରୋଧୀ କଥାବାର୍ତ୍ତା (Anti-national talk) ରହିଛି କିମ୍ବା ଦେଶ ବିରୁଦ୍ଧରେ ଅପଶବ୍ଦ ବ୍ୟବହାର କରାଯାଇଛି, ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଯଦି ଗ୍ରୁପରେ ଥିବା କୌଣସି ବ୍ୟକ୍ତିଙ୍କୁ ଆପଣଙ୍କ କଥା ଭଲ ନଲାଗେ ତେବେ ସେ ପୋଲିସ ନିକଟରେ ଅଭିଯୋଗ କରିପାରିବେ । ଆଉ ସେହି କାରଣ ପାଇଁ ଆପଣ ଜେଲ୍ ଯିବେ ।

ଶିଶୁ ଅପରାଧ
ହ୍ୱାଟସଆପ ଗ୍ରୁପରେ ଯଦି ଆପଣ ଶିଶୁ ସମ୍ପର୍କିତ (Child related) ଆପତ୍ତିଜନକ ତଥ୍ୟ କିମ୍ୱା ଫଟୋ ପୋଷ୍ଟ କରନ୍ତି ଆଉ ସେହି ପୋଷ୍ଟ୍ କାହାକୁ କଷ୍ଟଦିଏ କିମ୍ୱା ଚିନ୍ତାରେ ପକାଇପାରେ ତେବେ ଗ୍ରୁପରେ ଥିବା ବ୍ୟକ୍ତି ପୋଲିସରେ ଅଭିଯୋଗ (Police complaint) କରିପାରିବେ । ଅଭିଯୋଗ ଆଧାରରେ ତଦନ୍ତ ହେବା ଦ୍ୱାରା ଯଦି ଆପଣ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଆପଣଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ ।

Also Read- ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ୫୪ଶହ ବୋତଲ କଫ ସିରପ ଜବତ, ୩୨ ଗିରଫ

Also Read- Apple Sale Offer: iPhone 13 କିମ୍ୱା 14 କିଣିବାକୁ ଚାହାନ୍ତି କି? ମିଳୁଛି ବଡ଼ ରିହାତି