ବିଶ୍ୱର ପ୍ରଥମ କଳାବାଘ ସଫାରି, କେବେ?
Advertisement
Article Detail0/zeeodisha/odisha2337612

ବିଶ୍ୱର ପ୍ରଥମ କଳାବାଘ ସଫାରି, କେବେ?

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୧୮ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଏହି ସଫାରି ପ୍ରତିଷ୍ଠା କରାଯିବ, ଯେଉଁଥିପାଇଁ ବନ ବିଭାଗ ମଞ୍ଚବନ୍ଧ ସଂରକ୍ଷିତ ଜଙ୍ଗଲ ନିକଟରେ ୧୫୦ ହେକ୍ଟର ଜମି ନିର୍ଦ୍ଧାରଣ କରିଛି। ସମୁଦାୟ ଜମିମଧ୍ୟରୁ ପ୍ରାୟ ୪୦ରୁ ୫୦ ହେକ୍ଟର ଜମିକୁ ଡିସପ୍ଲେ ଏରିଆଭାବେ ସଂରକ୍ଷିତ ରଖାଯିବ ଏବଂ ଅବଶିଷ୍ଟ ଅଞ୍ଚଳକୁ ଉଦ୍ଧାର କେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି ଏବଂ ପର୍ଯ୍ୟଟକସୁବିଧା ସମେତ ପ୍ରାଣୀ ଚିକିତ୍ସା ସୁବିଧା ସୃଷ୍ଟି ପାଇଁ ବ୍ୟବହାର କରାଯିବ।

 

Similipal tiger safari

ଭୁବନେଶ୍ବର: ବିଶ୍ୱର ପ୍ରଥମ କଳା ବାଘ ସଫାରି ଓଡ଼ିଶାର ଶିମିଳିପାଳରେ ହେବ। ଏନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ ଅନୁଧ୍ୟାନ କରିଥିଲେ ମଧ୍ୟ ଅନୁମୋଦନ ମିଳିପାରି ନାହିଁ। ଏ ଭିତରେ ପ୍ରାୟ ଏକ ମାସ ସମୟ ବିତିଥିବାରୁ ଏବେ ଆଶଙ୍କା ବି ସୃଷ୍ଟି ହୋଇଛି। ବର୍ଷା ପରେ ପର୍ଯ୍ୟଟନ ଋତୁ ଆସନ୍ନ ହୋଇଥିବାରୁ ବନ ବିଭାଗକୁ ପ୍ରସ୍ତୁତି ଲାଗି ଏହି ଅନୁମୋଦନର ଆବଶ୍ୟକତା ଯଥେଷ୍ଟ ରହିଛି। 

ରାଜ୍ୟ ସରକାରଙ୍କ ପକ୍ଷରୁ  ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‍ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିକୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନ ପଠାଯାଇଛି।  ଉଭୟ ଏନ୍‍ଟିସିଏ ଓ ସିଜେଡ୍ଏ ସଦସ୍ୟଙ୍କୁ ନେଇ ଗଠିତ ବୈଷୟିକ କମିଟି ଜୁନ୍ ମାସରେ ବାରିପଦା ନିକଟରେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ ମଧ୍ୟ ଏଯାଏ କିଛି ସକାରାତ୍ମକ ଦିଗ ସାମ୍ନାକୁ ଆସି ନାହିଁ, ଏଣୁ ଏ ଦିଗରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି କୁହାଯାଇଛି। 

ଡିପିଆର୍ ଅନୁମୋଦନ ହେବା ପରେ ଏହାକୁ ଯାଞ୍ଚ ପାଇଁ ସୁପ୍ରିମକୋର୍ଟ କମିଟିକୁ ପଠାଯିବ ବୋଲି ସୂତ୍ରରୁ ପ୍ରକାଶ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜଙ୍ଗଲ ଜମିରେ ସଫାରି ପ୍ରକଳ୍ପ କରିବା ପାଇଁ କମିଟିର ଅନୁମୋଦନ ନିହାତି ଜରୁରୀ ଏବଂ ଏହି ଔପଚାରିକତା ଶେଷ ହେବା ପରେ ହିଁ ଏହି ପ୍ରକଳ୍ପ ଆରମ୍ଭ ହେବ।ଗତ ଜାନୁଆରି ମାସରେ ପୂର୍ବ ବିଜେଡି ସରକାର ଏହି ପ୍ରକଳ୍ପ ଘୋଷଣା କରିଥିବାବେଳେ ନବଗଠିତ ବିଜେପି ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ ଥିବା ସୂତ୍ରରୁ ଜଣାପଡ଼ିଛି।

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୧୮ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଏହି ସଫାରି ପ୍ରତିଷ୍ଠା କରାଯିବ, ଯେଉଁଥିପାଇଁ ବନ ବିଭାଗ ମଞ୍ଚବନ୍ଧ ସଂରକ୍ଷିତ ଜଙ୍ଗଲ ନିକଟରେ ୧୫୦ ହେକ୍ଟର ଜମି ନିର୍ଦ୍ଧାରଣ କରିଛି। ସମୁଦାୟ ଜମିମଧ୍ୟରୁ ପ୍ରାୟ ୪୦ରୁ ୫୦ ହେକ୍ଟର ଜମିକୁ ଡିସପ୍ଲେ ଏରିଆଭାବେ ସଂରକ୍ଷିତ ରଖାଯିବ ଏବଂ ଅବଶିଷ୍ଟ ଅଞ୍ଚଳକୁ ଉଦ୍ଧାର କେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି ଏବଂ ପର୍ଯ୍ୟଟକସୁବିଧା ସମେତ ପ୍ରାଣୀ ଚିକିତ୍ସା ସୁବିଧା ସୃଷ୍ଟି ପାଇଁ ବ୍ୟବହାର କରାଯିବ।

ବନ ବିଭାଗର ଯୋଜନା ଅନୁଯାୟୀ ପ୍ରଥମେ ୬ଟି ବାଘ, ୪ଟି ମେଲାନିଷ୍ଟିକ୍ ଓ ୨ଟି ଧଳା ବାଘକୁ ସଫାରିକୁ ଛଡ଼ାଯିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସମାନ ବଂଶର ୨ଟି ଧଳା ବାଘ ସହ ୩ଟି ମେଲାନିଷ୍ଟିକ୍ ବାଘ ଅଣାଯିବ ଏବଂ ଓଡ଼ିଶା ଓ ଝାଡ଼ଖଣ୍ଡ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ରାଞ୍ଚିରୁ ଆଉ ଏକ ମେଲାନିଷ୍ଟିକ୍ ବାଘ ଅଣାଯିବ।