Odisha News: ଖଣି ବିଭାଗରେ ଗୁପ୍ତଗୁ.. ଆଉ ବଢ଼ିବ କି ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳ!
Advertisement
Article Detail0/zeeodisha/odisha2327677

Odisha News: ଖଣି ବିଭାଗରେ ଗୁପ୍ତଗୁ.. ଆଉ ବଢ଼ିବ କି ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳ!

Odisha News: ୨୦୧୨ ମସିହା ଜାନୁଆରୀ ୧୧ ତାରିଖରେ ନବୀନ ସରକାର ତାଙ୍କୁ ବନ ବିଭାଗରୁ ଆଣି ଖଣି ନିର୍ଦ୍ଦେଶକ କରିଥିଲେ । ୨୦୧୮ ମାର୍ଚ୍ଚ ମାସରେ ଅବସର ପରେ ଦୀପକ ମହାନ୍ତିଙ୍କ ବିନା ଖଣି ନିର୍ଦ୍ଦେଶାଳୟ ଯେପରି ଚାଲିପାରିବ ନାହିଁ ବୋଲି ନବୀନ ସରକାର ଅନୁଭବ କରି ତାଙ୍କୁ ଓଏସ୍ଡି କମ୍ ସ୍ୱତନ୍ତ୍ର ସଚିବଭାବେ ନିଯୁକ୍ତ କରିଥିଲେ, ଯାହା ଏପର୍ଯ୍ୟନ୍ତ ବର୍ଷ ପରେ ବର୍ଷ ବଢ଼ି ଚାଲିଛି।  ଅର୍ଥାତ୍‍ ପ୍ରାୟ ୧୨ ବର୍ଷ ୬ମାସରୁ ଅଧିକ ସମୟ ହେଲା ଖଣି ନିର୍ଦ୍ଦେଶାଳୟର ପ୍ରମୁଖ ନିଷ୍ପତ୍ତି ନେବା ବିଭାଗରେ ନିରନ୍ତର ଭାବେ କାର୍ଯ୍ୟରତ। ତାଙ୍କ କାର୍ଯ୍ୟକାଳକୁ ୧୦ ଥର ସମ୍ପ୍ରସାରଣ କରାଯାଇଛି।

Odisha News: ଖଣି ବିଭାଗରେ ଗୁପ୍ତଗୁ.. ଆଉ ବଢ଼ିବ କି ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳ!

Odisha News: ରାଜ୍ୟର ଜଣେ ଖଣି ନିର୍ଦ୍ଦେଶକଙ୍କୁ ଅବସର ପରେ ୧୦ ଥର ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ପୁଣି ସେଇ ସମାନ ପଦବୀରେ। ଏବେ ସରକାର ବଦଳିଥିଲେ ବି ସେ ପୁଣି ସେ ପଦବୀ ପାଇଁ ଲବି ଆରମ୍ଭ କରିଥିବା ନେଇ ଖଣି ବିଭାଗରେ ଗୁପ୍ତଗୁ ବଢ଼ି ଚାଲିଛି। 
ଦୀପକ ମହାନ୍ତି ଜଣେ ବନ ଅଧିକାରୀ। ଓଡ଼ିଶା ସେବାରୁ ଭାରତୀୟ ବନ ସେବାକୁ ପଦୋନ୍ନତି ପାଇଥିବା ଜଣେ ଦକ୍ଷ ଅଧିକାରୀ। ୨୦୧୨ ମସିହା ଜାନୁଆରୀ ୧୧ ତାରିଖରେ ନବୀନ ସରକାର ତାଙ୍କୁ ବନ ବିଭାଗରୁ ଆଣି ଖଣି ନିର୍ଦ୍ଦେଶକ କରିଥିଲେ । ୨୦୧୮ ମାର୍ଚ୍ଚ ମାସରେ ଅବସର ପରେ ଦୀପକ ମହାନ୍ତିଙ୍କ ବିନା ଖଣି ନିର୍ଦ୍ଦେଶାଳୟ ଯେପରି ଚାଲିପାରିବ ନାହିଁ ବୋଲି ନବୀନ ସରକାର ଅନୁଭବ କରି ତାଙ୍କୁ ଓଏସ୍ଡି କମ୍ ସ୍ୱତନ୍ତ୍ର ସଚିବଭାବେ ନିଯୁକ୍ତ କରିଥିଲେ, ଯାହା ଏପର୍ଯ୍ୟନ୍ତ ବର୍ଷ ପରେ ବର୍ଷ ବଢ଼ି ଚାଲିଛି।  ଅର୍ଥାତ୍‍ ପ୍ରାୟ ୧୨ ବର୍ଷ ୬ମାସରୁ ଅଧିକ ସମୟ ହେଲା ଖଣି ନିର୍ଦ୍ଦେଶାଳୟର ପ୍ରମୁଖ ନିଷ୍ପତ୍ତି ନେବା ବିଭାଗରେ ନିରନ୍ତର ଭାବେ କାର୍ଯ୍ୟରତ। ତାଙ୍କ କାର୍ଯ୍ୟକାଳକୁ ୧୦ ଥର ସମ୍ପ୍ରସାରଣ କରାଯାଇଛି।

ତାଙ୍କରି ସମୟରେ ରାଜ୍ୟରେ ଖଣିଜ କାରବାରରେ ହୋଇଥିବା ଦୁର୍ନୀତିକୁ ଜଷ୍ଟିସ୍‍ ଏମ୍‍ ବି ଶାହ କମିଶନ ତଦନ୍ତ କରିଥିଲେ। ସେ ଜଷ୍ଟିସ ଶାହ କମିଶନଙ୍କ ଆଗରେ ଅନେକ ଥର ଓଡ଼ିଶା ସରକାରଙ୍କ ପକ୍ଷରୁ ଅଧିକାରୀ ଭାବେ ତଥ୍ୟ ଉପସ୍ଥାପନ କରୁଥିଲେ।
ଏହି ଦଶଥର କାର୍ଯ୍ୟକାଳ ବୃଦ୍ଧି ତଥା ଖଣିଜ ବିଭାଗର ନିଷ୍ପତ୍ତି ନିଷ୍ପାଦନ ଭୂମିକାରେ ଥିବାରୁ ସେ ଖଣିଜ କମ୍ପାନୀ ଓ ସରକାରଙ୍କ ଭିତରେ ଯୋଗସୂତ୍ରର ମାଧ୍ୟମ ଥିବା ଅଭିଯୋଗ ହେଉଛି।  ତାଙ୍କରି ମାଧ୍ୟମରେ ସରକାରୀ କଳ ଓ ଦଳ କିଛି ଖଣିମାଲିଙ୍କୁ ଅହେତୁକ ଅନୁକମ୍ପା ଦିଆଯାଇଛି। ଖାଲି ସେ ନୁହଁନ୍ତି ତାଙ୍କ ଭଳି କିଛି ଅନୁଗତଙ୍କ ହାତରେ ଖଣିବ ବିଭାଗ ରହିବା ଫଳରେ ନବୀନ ସରକାରଙ୍କ ସମୟରେ ଖଣିଜ ଲିଜ୍‍ ଆବଣ୍ଟନ, କାରବାରରେ ଅରାଜକତା ବୃଦ୍ଧି ହୋଇଥିବା କୁହାଯାଏ। 

ଏବେ ନବୀନ ସରକାର ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରେ ବି ଖଣିଲୁଟର ସେହିଧାରାକୁ ମୋହନ ସରକାରରେ ମଧ୍ୟ ଚଳାଇବାକୁ ମସୁଧା ଚାଲିଛି ।  ହେଲେ ନିଜ ଜିଲ୍ଲା କେନ୍ଦୁଝରରେମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଖଣିଜ କାରବାରକୁ ଇଙ୍ଗିତ କରିଛନ୍ତି ତାହା  ରାଜ୍ୟର ଖଣି ଦୁର୍ନୀତିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଜେଲ  ପଠାଇବାକୁ ସୂଚନା  ଦେଉଛି।  ଏଣୁ ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକାଳ ୧୧ଥରକୁ ନ ଛୁଇଁପାରେ ବୋଲି ବି ଆଲୋଚନା ହେଉଛି।   

ଅପରପକ୍ଷେ  ସିଏମଓ ଏବଂ ବିଭିନ୍ନ ବିଭାଗରେ ଗାଦିମାଡ଼ି ବସିଥିବା ଅଫିସରଙ୍କ ଉପରେ ନଜର ରଖିଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତାଙ୍କ ଖଣି ନିର୍ଦ୍ଦେଶାଳୟରେ କୌଣସି ନଜର ରହି ନଥିବାରୁ ଦୀପକ ଆଉଥରେ ନିଜର କାର୍ଯ୍ୟକାଳ ବଢ଼ିବ ବୋଲି ଆଶା ବାନ୍ଧିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ନିୟମ ଅନୁସାରେ ଠିକା ନିଯୁକ୍ତି ପାଉଥିବା ଅଧିକାରୀଙ୍କର ଆର୍ଥିକ ଓ କୌଣସି ନୀତିଗତ ନିଷ୍ପତ୍ତି ନେବାର କ୍ଷମତା ନ ଥାଏ । କିନ୍ତୁ ଦୀପକ ମହାନ୍ତି ଖଣି ନିର୍ଦ୍ଦେଶକଙ୍କୁ ଅଣଦେଖା କରି ନବୀନ ସରକାରକୁ ଯେପରି ଲାଭ ମିଳିବ ସେ ଦିଗରେ ସବୁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ନିକଟରେ ନୂତନ ଖଣିମନ୍ତ୍ରୀ ବିଭୂତି ଜେନା ଖଣି ନିର୍ଦ୍ଦେଶାଳୟର ସମୀକ୍ଷା କରୁଥିବାବେଳେ ଦୀପକ ମହାନ୍ତି ହିଁ ସମସ୍ତ ଅଧିକାରୀଙ୍କୁ ପଛରେ ପକାଇ ସବୁକଥା ବୁଝାଉଥିବାର ପରିଲକ୍ଷିତ ହୋଇଛି । ଯଦି ଦୀପକଙ୍କ ଲବି ପୁଣିଥରେ ପ୍ରଭାବ ବିସ୍ତାର କରେ ତେବେ ସେ ହେବେ ରାଜ୍ୟର ଖଣିବ ବିଭାଗରେ ସର୍ବାଧିକ ଥର ଅବସର ପରେ ଠିକା ନିଯୁକ୍ତ ପାଇଥିବା ବ୍ୟକ୍ତି। ଆଉ ଏହାଦ୍ୱାରା ନିଜ ଗାଁରେ ଖଣି ମାଫିଆଙ୍କୁ ଇଙ୍ଗିତ କରିଥିବା ମୁଖ୍ୟମନ୍ତ୍ରୀଙ୍କ କଥାରେ ଯେ କୌଣସି ଦମ ନାହିଁ ତାହା ହେବ ସ୍ପଷ୍ଟ।