World Wildlife Day 2024: ଆଜି ବିଶ୍ବ ବନ୍ୟ ପ୍ରାଣୀ ଦିବସ, ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍
Advertisement
Article Detail0/zeeodisha/odisha2138439

World Wildlife Day 2024: ଆଜି ବିଶ୍ବ ବନ୍ୟ ପ୍ରାଣୀ ଦିବସ, ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍

World Wildlife Day: ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ବନ୍ୟଜନ୍ତୁ ଓ ଉଦ୍ଭିଦଙ୍କ ପାଇଁ ବିଶ୍ବ ବନ୍ୟପ୍ରାଣୀ ଦିବସ (World Wildlife Day) ପାଳନ କରାଯାଉଛି । ଏନେଇ ଚଳିତ ବର୍ଷର ଥିମ୍ ରହିଛି, କନେକ୍ଟିଙ୍ଗ ପିପୁଲ ଆଣ୍ତ ପ୍ଲାନେଟ୍: ଏକ୍ସପୋରିଂ ଡିଜିଟାଲ ଇନୋଭେସନ୍ ଇନ୍ ୱାଇଲ୍ଡଲାଇଫ କଞ୍ଜରଭେସନ୍ (Connecting People and Planet: Exploring Digital Innovation in Wildlife Conservation)।

World Wildlife Day 2024: ଆଜି ବିଶ୍ବ ବନ୍ୟ ପ୍ରାଣୀ ଦିବସ, ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍

World Wildlife Day 2024: ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ । ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ବନ୍ୟଜନ୍ତୁ ଓ ଉଦ୍ଭିଦଙ୍କ ପାଇଁ ବିଶ୍ବ ବନ୍ୟପ୍ରାଣୀ ଦିବସ (World Wildlife Day) ପାଳନ କରାଯାଉଛି । ଏନେଇ ଚଳିତ ବର୍ଷର ଥିମ୍ ରହିଛି, କନେକ୍ଟିଙ୍ଗ ପିପୁଲ ଆଣ୍ତ ପ୍ଲାନେଟ୍: ଏକ୍ସପୋରିଂ ଡିଜିଟାଲ ଇନୋଭେସନ୍ ଇନ୍ ୱାଇଲ୍ଡଲାଇଫ କଞ୍ଜରଭେସନ୍ (Connecting People and Planet: Exploring Digital Innovation in Wildlife Conservation)।

ଖାଦ୍ୟପେୟଠାରୁ ଆରମ୍ଭ କରି ଔଷଧ, ଗୃହ, ପୋଷାକ ଓ ଇନ୍ଧନ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ମଣିଷ ନିଜର ଆବଶ୍ୟକତା ପୂରଣ ପାଇଁ ବନ୍ୟଜନ୍ତୁ ଓ ଜୈବ ବିବିଧତା ଭିତ୍ତିକ ଉତ୍ସ ଉପରେ ନିର୍ଭରଶୀଳ । ତେବେ ଏହା ପରିବର୍ତ୍ତେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରାଣୀ ତଥା ଉଦ୍ଭିଦ ଜଗତର ସନ୍ତୁଳନ ବଜାଇ ରଖିବା ମଧ୍ଯ ମଣିଷର କର୍ତ୍ତବ୍ୟ । ଏନେଇ ଚଳିତ ବର୍ଷ ବନ୍ୟପ୍ରାଣୀ ଦିବସର ଥିମ ମାଧ୍ୟମରେ ଜାତିସଂଘ ପକ୍ଷରୁ ବନ୍ୟପ୍ରାଣୀ ସଂରକ୍ଷଣ ଓ ଅପରାଧ ନିୟନ୍ତ୍ରଣରେ ଡିଜିଟାଲ ଜ୍ଞାନକୌଶଳ ପ୍ରୟୋଗ ସହିତ ଲୋକଙ୍କ ସହଭାଗିତା ଉପରେ ଜୋର ଦିଆଯାଇଛି । ବନ୍ୟପ୍ରାଣୀ ସ˚ରକ୍ଷଣ ଆଇନ, ୧୯୭୨ରେ (wildlife conservation act 1972) ‘ବନ୍ୟପ୍ରାଣୀ’ ଶବ୍ଦର ସ˚ଜ୍ଞା ନିରୂପଣ କରି କୁହାଯାଇଛି, ପ୍ରାକୃତିକ ବାସସ୍ଥଳୀ ଯଥା ଜଳ ଓ ଜଙ୍ଗଲରେ ରହୁଥିବା ସମସ୍ତ ପ୍ରାଣୀ ଜଗତ୍‌ ଓ ଉଦ୍ଭିଦ ଜଗତ୍‌ ବନ୍ୟପ୍ରାଣୀ ଅନ୍ତର୍ଭୁକ୍ତ। କିନ୍ତୁ ଗୃହପାଳିତ ଜୀବ ଓ ଚାଷ କରାଯାଇଥିବା ଉଦ୍ଭିଦ ବନ୍ୟପ୍ରାଣୀ ନୁହଁନ୍ତି। ବନ୍ୟପ୍ରାଣୀ ସ˚ରକ୍ଷଣ କହିଲେ କେବଳ କିଛି ହାତ ଗଣତି ଆଗ ଧାଡ଼ିର ବନ୍ୟ ଜୀବ ଯଥା ବାଘ, ହାତୀ, ସି˚ହ ବା ଭାଲୁକୁ ବୁଝାଏ ନାହିଁ, ବରଂ ଲୁପ୍ତ ହୋଇ ଆସୁଥିବା ବା ସଙ୍କଟାପନ୍ନ ଅବସ୍ଥାରେ ଥିବା ସମସ୍ତ ପ୍ରାଣୀ ଓ ଉଦ୍ଭିଦକୁ ବୁଝାଇଥାଏ। ବ୍ୟାପକ ଅର୍ଥରେ ଦେଖିଲେ ବନ୍ୟପ୍ରାଣୀ ସ˚ରକ୍ଷଣ ଜୈବ ବିବିଧତା ସ˚ରକ୍ଷଣ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବନ୍ୟପ୍ରାଣୀ ସ˚ରକ୍ଷଣ ନିମନ୍ତେ ବିଶ୍ବର ଅଧିକା˚ଶ ରାଷ୍ଟ୍ର ଊଣା ଅଧିକେ ଚେଷ୍ଟା କରିଆସୁଛନ୍ତି । କେତେକ ବନ୍ୟ ପ୍ରାଣୀ ନିଜ ନିଜର ବୈଶିଷ୍ଟ୍ୟ ହେତୁ ଭିନ୍ନ ଭିନ୍ନ ଦେଶର ପ୍ରତୀକ ରୂପେ ସ୍ଥାନିତ ହୋଇଛନ୍ତି । ଯେମିତି ବାଘ ଭାରତର ଓ ଧଳା ଭାଲୁ ରୁଷିଆର ଜାତୀୟ ପଶୁ ଅଟେ । ଆମ ଦେଶ ଭାରତ ବନ୍ୟପ୍ରାଣୀ ସମ୍ପଦରେ ବେଶ୍‌ ସମୃଦ୍ଧ। ଏଠାରେ ବନ୍ୟଜୀବ ସ˚ରକ୍ଷଣ ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି।

Also Read- GI Tag: ପୂରଣ ହେଲା ଦୀର୍ଘ ଦିନର ଦାବି, କଟକ ରୂପା ତାରକସୀକୁ ମିିଳିଲା ଜିଆଇ ମାନ୍ୟତା

ସ୍ବାଧୀନତା ପରବର୍ତ୍ତୀ ସମୟରେ ବନ୍ୟଜନ୍ତୁ ଶିକାର ଯଥେଷ୍ଟ କମିଥିଲେ ମଧ୍ଯ ବହୁ ବନ୍ୟପ୍ରାଣୀ ଶିକାରୀ ଗୋଷ୍ଠୀଙ୍କ ଆବିର୍ଭାବ ହୋଇଥିଲେ । ଯେଉଁମାନେ ଚମଡ଼ା, ଦାନ୍ତ ବା ଶିଙ୍ଗ ପାଇଁ ବିଭିନ୍ନ ପ୍ରାଣୀ ଶିକାର କରିବାକୁ ଲାଗିଲେ । ତେବେ ବନ୍ୟଜନ୍ତୁ ସ˚ରକ୍ଷଣ ଆଇନଗତ କଟକଣା ପରେ ଚୋରାଚାଲାଣ ବେଶ ବଢିବାରେ ଲାଗିଛି। ଶିକାରୀମାନଙ୍କ ପ୍ରାଦୁର୍ଭାବକୁ ରୋକିବା ନେଇ ୧୯୭୨ ମସିହାରେ ପ୍ରଥମେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ପ୍ରଣୀତ ହେଲା। ବନ୍ୟ ଜୀବମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ଭିତରେ ସିଡ୍ୟୁଲ ୧ ଓ ସିଡ୍ୟୁଲ ୨ରେ ରଖାଯାଇଥିବା ପ୍ରାଣୀମାନଙ୍କ ଶିକାରକୁ କଠୋର ଜେଲ୍‌ଦଣ୍ତ ଓ ଅର୍ଥଦଣ୍ତ ଦ୍ବାରା ଦଣ୍ତନୀୟ କରାଗଲା। ଏହି ସମସ୍ତ ଉଦ୍ୟମ ସତ୍ତ୍ବେ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଆଖିଦୃଶିଆ ସଫଳତା ମିଳିପାରୁନାହିଁ।