Advertisement
Article Detail0/zeeodisha/odisha1993898
Zee OdishaOdisha Stateମହଙ୍ଗା ପଡିଲା ଅନଲାଇନ୍ ପ୍ରେମ, ବାଂଲାଦେଶରୁ ବାଲେଶ୍ୱର ଆସିଲେ ଯୁବତୀ

ମହଙ୍ଗା ପଡିଲା ଅନଲାଇନ୍ ପ୍ରେମ, ବାଂଲାଦେଶରୁ ବାଲେଶ୍ୱର ଆସିଲେ ଯୁବତୀ

 ଉଭୟେ ଉଭୟଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେବାପରେ ପ୍ରେମିକ ଜଣକ ବାଂଲାଦେଶ ଯାଇ ପ୍ରେମିକାଙ୍କୁ ଭେଟିବା ସହିତ ସେଠାରେ ମୁସଲିମ ପରମ୍ପରା ଅନୁଯାୟୀ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ପାଖାପାଖି ୫ ବର୍ଷ ସେମାନେ ଏକାଠି ରହିଥିଲେ କିନ୍ତୁ ବର୍ତ୍ତମାନ ଘଟଣା ନେଇଛି ଭିନ୍ନ ମୋଡ ।

ମହଙ୍ଗା ପଡିଲା ଅନଲାଇନ୍ ପ୍ରେମ, ବାଂଲାଦେଶରୁ ବାଲେଶ୍ୱର ଆସିଲେ ଯୁବତୀ

ବାଲେଶ୍ୱର:  ଭୋଗରାଇ ବ୍ଳକ୍‌ ବୁଢ଼ାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜ ନାମକ ଯୁବକ ବାଂଲାଦେଶ (Bangladesh)ର ଜଣେ ଯୁବତୀଙ୍କ ସହିତ ଅନଲାଇନରେ ବନ୍ଧୁତା କରି ପ୍ରେମରେ ପଡିଥିଲେ । ଉଭୟେ ଉଭୟଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେବାପରେ ପ୍ରେମିକ ଜଣକ ବାଂଲାଦେଶ ଯାଇ ପ୍ରେମିକାଙ୍କୁ ଭେଟିବା ସହିତ ସେଠାରେ ମୁସଲିମ ପରମ୍ପରା ଅନୁଯାୟୀ ତାଙ୍କୁ ବିବାହ (Marriage) କରିଥିଲେ । ବିବାହ ପରେ ପାଖାପାଖି ୫ ବର୍ଷ ସେମାନେ ଏକାଠି ରହିଥିଲେ କିନ୍ତୁ ବର୍ତ୍ତମାନ ଘଟଣା ନେଇଛି ଭିନ୍ନ ମୋଡ । ଫଳରେ ଯୁବତୀ ଜଣକ ସମୁଦ୍ରପାର ହୋଇ ପ୍ରେମିକଙ୍କ ଗାଁରେ ପହଞ୍ଚିଥିଲେ ।

ସୂଚନା ମୁତାବକ, ବାଂଲାଦେଶ ଆମତୋଳି ଅଞ୍ଚଳର ୨୫ ବର୍ଷୀୟା ଯୁବତୀ ରୁମା ମାରିୟମ ବାଲେଶ୍ୱର ଏସପିଙ୍କୁ ଭେଟିବା ସହ କିପରି ଲଭ୍, ସେକ୍ସ, ଧୋକାର ଶିକାର ହୋଇଛନ୍ତି ସେ ବିଷୟରେ କହିଛନ୍ତି । ବର୍ଷେ ପୂର୍ବରୁ ରୁମାଙ୍କୁ ଛାଡ଼ି ଭାରତ ଆସିଥିଲେ ତାଙ୍କ ପ୍ରେମିକ ବିରେନ୍ଦ୍ର କିନ୍ତୁ ଆଉ ଫେରିନଥିଲେ ବାଂଲାଦେଶ । ପରେ ରୁମା ଜାଣିବାକୁ ପାଇଥିଲେ ଯେ, ତାଙ୍କ ସ୍ୱାମୀ ବିରେନ୍ଦ୍ର ଗାଁରେ ଦ୍ୱିତୀୟ ବିବାହ କରୁଛନ୍ତି । ରୁମା ତତକ୍ଷଣାତ ଓଡ଼ିଶାରେ ପହଞ୍ଚିବାକୁ ଚାହିଁଥିଲେ ମଧ୍ୟ ଭିସା ସାଜିଥିଲା ପ୍ରତିବନ୍ଧକ । ପରେ ଭିସା ପାଇଁ ଆବେଦନ କରିଥିଲେ ରୁମା ଏବଂ ଭିସା ମିଳିବା ପରେ ବାଂଲାଦେଶରୁ ପଶ୍ଚିମବଙ୍ଗ ଓ ସେଠାରୁ ଟ୍ରେନ୍ ସାହାଯ୍ୟରେ ବାଲେଶ୍ୱରରେ ପହଞ୍ଚିଥିଲେ ରୁମା । ବାଟ ଖୋଜି ଖୋଜି ସ୍ୱାମୀଙ୍କ ଗାଁରେ ପହଞ୍ଚି ସବୁ କଥା ତାଙ୍କ ଘରଲୋକଙ୍କୁ ଜଣାଇଥିଲେ । ବିରେନ୍ଦ୍ରଙ୍କ ଘରଲୋକେ ସବୁକଥା ଜାଣିବା ପରେ ରୁମାଙ୍କୁ ଘର ସାମ୍ନାରୁ ତଡି ଦେଇଥିଲେ । ଫଳରେ ରୁମା ବାଲେଶ୍ୱର ଏସପିଙ୍କ ନିକଟରେ ପହଞ୍ଚି ସବୁକଥା କହିଛନ୍ତି । ଏଥିସହ ରୁମାଙ୍କ ନିକଟରେ ଥିବା ବିବାହ ସମୟର ଓ ଅନ୍ୟାନ୍ୟ ଫଟୋ ପ୍ରମାଣପତ୍ର ଦେଖାଇଛନ୍ତି । ବର୍ତ୍ତମାନ ନ୍ୟାୟ ଦାବି କରୁଛନ୍ତି ବାଂଲାଦେଶୀ ଯୁବତୀ ରୁମା । ସେ କହିଛନ୍ତି ଯେ, ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ବାଂଲାଦେଶ ଫେରିବେ ନାହିଁ ।

Also Read- Cyclone michaung:ବାତ୍ୟା 'ମିଚାଓଙ୍ଗ୍' ପାଇଁ ଜାତୀୟ ସଙ୍କଟ ପରିଚାଳନା କମିଟିର ପ୍ରସ୍ତୁତି ସମୀକ୍ଷା

Add Zee News as a Preferred Source

Also Read- ମଣିଷ ସ୍ୱରକୁ କିପରି ଅନୁକରଣ କରେ ଶୁଆ ? ଗଳାରେ ଏପରି କଣ ଥାଏ?

About the Author