Dileswar Rana: ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର-୨୦୨୩
Advertisement
Article Detail0/zeeodisha/odisha1983668

Dileswar Rana: ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର-୨୦୨୩

ସାରସ୍ୱତ ସାଧନା ପାଇଁ ଡିଲେଶ୍ୱର ପିଏମ ଯୁବା ମେଣ୍ଟରସିପ, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ, ଦେବଗିରି ଯୁବ ପୁରସ୍କାର, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବସାହିତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିସାରିଛନ୍ତି। 

Dileswar Rana: ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର-୨୦୨୩

Dileswar Rana:  ଭୁବନେଶ୍ୱର: କ୍ଷୁଦ୍ର ଗଳ୍ପ ସେଁରରା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଧଅଁରାମାଲ ଗ୍ରାମର ପୁଅ ଡିଲେଶ୍ୱର ରଣା। ୨୦୨୩ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଯୁବ ପୁରସ୍କାର ଗ୍ରହଣ କରିବେ ଶ୍ରୀ ରଣା। ଏହି ପୁରସ୍କାର ପାଇଁ ସେଁରରାକୁ ମନୋନୀତ କରିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମି। ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ, ଗୋପାଳଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁରଙ୍କୁ ନେଇ ଗଠିକ ବିଚାରକମଣ୍ଡଳୀ ଏହି ପୁସ୍ତକକୁ ମନୋନୀତ କରିଥିଲେ। ଅକାଦେମୀ ସଭାପତି ମାଧବ କୌଶିକ ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପୁରସ୍କାର ବାବଦକୁ ଶ୍ରୀ ରଣାଙ୍କୁ ତାମ୍ର ଫଳକ ସହ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। 

ଟାଇମପାସ ଦ୍ୱାରା ପ୍ରକାଶିତ ତାଙ୍କର ଗଳ୍ପ ସଂକଳନ ସେଁରରା ଓ ନ୍ୟାସନାଲ ବୁକ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଉପନ୍ୟାସ ମେଳିଭୂଇଁ ବିପୁଳ ପାଠକୀୟତା ଲାଭ କରିଛି। ସେଁରରା ସଂକଳନର ଶୀର୍ଷକ ଗଳ୍ପକୁ ନେଇ ପ୍ରସ୍ତୁତ ଟେଲିଫିଲ୍ମ ଦୂରଦର୍ଶନରେ ପ୍ରକାଶିତ ହୋଇ ବେଶ ଆଦୃତ ହୋଇଛି। ସାରସ୍ୱତ ସାଧନା ପାଇଁ ଡିଲେଶ୍ୱର ପିଏମ ଯୁବା ମେଣ୍ଟରସିପ, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ, ଦେବଗିରି ଯୁବ ପୁରସ୍କାର, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବସାହିତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିସାରିଛନ୍ତି।