Zee Odisha Impact: ଖବର ପ୍ରସାରଣ ପରେ ଘଟଣାସ୍ଥଳ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ
Advertisement
Article Detail0/zeeodisha/odisha1811956

Zee Odisha Impact: ଖବର ପ୍ରସାରଣ ପରେ ଘଟଣାସ୍ଥଳ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

Paradeep Port News: ନେହେରୁ ବଙ୍ଗଳା ଅଞ୍ଚଳ ଦିନକୁ ଦିନ ବିପଦ ସଂଙ୍କୁଳ ହେବାରେ ଲାଗିଛି। Zee Odisha ପକ୍ଷରୁ ଏହି ଖବର ପ୍ରସାରିତ ହେବା ପରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

Zee Odisha Impact: ଖବର ପ୍ରସାରଣ ପରେ ଘଟଣାସ୍ଥଳ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

Paradeep Nehru Bangla: ପାରାଦୀପ ନେହେରୁ ବଙ୍ଗଳା ମୁହାଣରେ ସମୁଦ୍ର ଜୁଆର ଆସି ନେହେରୁ ବଙ୍ଗଳାର କିଛିଅଂଶ ଖାଇଯିବା ନେଇ ପ୍ରଥମେ Zee Odisha ଖବର ପ୍ରସାରଣ କରିଥିଲା। ଏହି ଖବର ପ୍ରସାରଣ ହେବା ପରେ  ଅଗଷ୍ଟ ୫ ଶନିବାର ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁଇ ଦିନ ମଧ୍ୟରେ ସମୁଦ୍ର ନେହେରୁ ବଙ୍ଗଳାର ମନ୍ମଦ ଉଦ୍ୟାନ ଆହୁରି ୨୦ ଫୁଟ୍ ପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ ଲୀନ ହୋଇଥିବାର ଦେଖିବାକୁ ମିଳିଛି। 

ବିଗତ କିଛି ବର୍ଷ ହେଲା ଲଗାତାର ମୁହାଣ ମୁହଁ ସମୁଦ୍ର ଖାଇ ଯାଉଥିବା ବେଳେ ମହାନଦୀ ଏବଂ ସମୁଦ୍ର ମିଳନ ସ୍ଥଳକୁ (Mahanadi Bay of Bengal Meeting Ponit) ଲାଗି ରହିଥିବା ନେହେରୁ ବଙ୍ଗଳା (Paradeep Nehru Bangla) ଅଞ୍ଚଳ ଦିନକୁ ଦିନ ବିପଦ ସଂଙ୍କୁଳ ହେବାରେ ଲାଗିଛି। ସମୁଦ୍ର ଜୁଆର ପାଣି ମାଡରେ (Sea Tide in Bay of Bengal) ମନ୍ମଦ ଉଦ୍ୟାନକୁ ଲାଗି ରହିଥିବା (Paradip Park) କ୍ୟାଣ୍ଟିନ୍ ଫାଉଣ୍ଡେସନ ର କିଛି ଅଂଶ ଧୋଇ ହୋଇ ଯାଇଥିବା ବେଳେ ଉଦ୍ୟାନରେ ଲାଗି ଥିବା ବଡବଡ ଗଛ, ପିଲାଙ୍କ ଖେଳିବା ପାଇଁ ଲଗାଯାଇଥିବା ଦୋଳି ଏବଂ ଜଗିଂ ଟ୍ରାକ ଟାଇଲ୍ ଭାସିଯାଇଛି। 

ଏପରିକି ଯେଉଁ ସ୍ଥାନରେ ଛିଡା ହୋଇ ପର୍ଯ୍ୟଟକ ମହାନଦୀ-ବଙ୍ଗୋର ସାଗରର ଅପୂର୍ବ ମିଳନ ସ୍ଥଳର ମଜା ନେଇଥାନ୍ତି, ସେହି ସ୍ଥାନର ପଥର ଏବେ ମୁହାଣରେ (Estuary of Bay of Bengal at Paradip Port) ଲୀନ ହେବାକୁ ବସିଲାଣି। କିଛି ଦିନ ପୂର୍ବରୁ ପାରାଦୀପ ବନ୍ଦର ପ୍ରଶାସନ (Paradip Port Trust) ପକ୍ଷରୁ କିଛି ପଥର ପକା ଯାଇଥିଲେ ମଧ୍ୟ ସେସବୁ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଛି। ଶନିବାର ପାରାଦୀପ ଅତିରିକ୍ତ ଜିଲ୍ଲାପାଳ (Paradeep Additional District Magistrate) ଲଗ୍ନଜିତ୍ ରାଉତ ଏବଂ ପାରାଦୀପ ପୌରାଧ୍ୟକ୍ଷ (paradeep municipality chairman) ବସନ୍ତ ବିଶ୍ବାଳ ନେହେରୁ ବଙ୍ଗଳା ମୁହାଣ ମୁହଁକୁ (Nehru Bangla Estuary Paradeep) ଲାଗି ରହିଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ପଥର ବନ୍ଧ ଭଳି ସ୍ଥାୟୀ ବନ୍ଧ ନିର୍ମାଣ କରିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ (Paradeep Port Authority) ସହ ଆଲୋଚନା କରିବେ ବୋଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।