୧୯୯୭ରେ ଆଇବିଏମ୍ ଦ୍ୱାରା ବିକଶିତ ସୁପର କମ୍ପ୍ୟୁଟର 'ବ୍ଲୁ' ବିଶ୍ୱ ଚେସ୍ ଚାମ୍ପିୟନ ଗ୍ୟାରି କାଷ୍ଟ୍ରୋଙ୍କୁ ପରାସ୍ତ କରିବା ପରେ ଆତଙ୍କ ଖେଳି ଯାଇଥିଲା। ଏହାର କିଛି ସମୟ ପରେ ଆଇବିଏମ୍ 'ୱାଟସନ୍' ନାମରେ ଆଉ ଏକ ସୁପର କମ୍ପ୍ୟୁଟର ବିକଶିତ କରିଥିଲା। ଗୋଟିଏ ପରେ ଗୋଟିଏ ସମସ୍ତ ମ୍ୟାଚ୍ ଜିତିବା ସହ ମଣିଷକୁ ମାତ୍ ଦେବା ଆରମ୍ଭ କରିଥିଲା।
Trending Photos
India's SuperComputer: ୧୯୯୭ରେ ଆଇବିଏମ୍ ଦ୍ୱାରା ବିକଶିତ ସୁପର କମ୍ପ୍ୟୁଟର 'ବ୍ଲୁ' ବିଶ୍ୱ ଚେସ୍ ଚାମ୍ପିୟନ ଗ୍ୟାରି କାଷ୍ଟ୍ରୋଙ୍କୁ ପରାସ୍ତ କରିବା ପରେ ଆତଙ୍କ ଖେଳି ଯାଇଥିଲା। ଏହାର କିଛି ସମୟ ପରେ ଆଇବିଏମ୍ 'ୱାଟସନ୍' ନାମରେ ଆଉ ଏକ ସୁପର କମ୍ପ୍ୟୁଟର ବିକଶିତ କରିଥିଲା। ଗୋଟିଏ ପରେ ଗୋଟିଏ ସମସ୍ତ ମ୍ୟାଚ୍ ଜିତିବା ସହ ମଣିଷକୁ ମାତ୍ ଦେବା ଆରମ୍ଭ କରିଥିଲା। ୨୦ ଦଶକର ଆରମ୍ଭବେଳକୁ ଆମେରିକା, ୟୁରୋପ, ଚାଇନା ଏବଂ ଜାପାନ ଭଳି ଦେଶ ସୁପର କମ୍ପ୍ୟୁଟରରେ ବିପୁଳ ପୁଞ୍ଜିନିବେଶ ଆରମ୍ଭ କରିଥିଲେ, କିନ୍ତୁ ୨୦୦୭ ପର୍ଯ୍ୟନ୍ତ ଭାରତ ପାଖରେ ବିଶ୍ୱର ଶ୍ରେଷ୍ଠ 10ରେ ସାମିଲ ଏଭଳି କୌଣସି ଶକ୍ତିଶାଳୀ ସୁପର କମ୍ପ୍ୟୁଟର ନଥିଲା। ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ର ଏମଡି ତଥା ଉପାଧ୍ୟକ୍ଷ ଏସ୍ ରାମାଦୋରାଇ ସେତେବେଳେ ଅନୁଭବ କରିଥିଲେ ଯେ, ଭାରତ ଏ କ୍ଷେତ୍ରରେ ପଛରେ ଅଛି।
90 ଦଶକର ପ୍ରାରମ୍ଭରେ, ଟିସିଏସ ସୁପର କମ୍ପ୍ୟୁଟର ପ୍ରତି ଉତ୍ସାହୀ ବୈଜ୍ଞାନିକମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଆଇଆଇଟି ବମ୍ବେରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ପ୍ରସିଦ୍ଧ ଗବେଷକ ଡାକ୍ତର ସୁନୀଲ ଶର୍ଲେକର। ତାଙ୍କର ଜଣେ ବନ୍ଧୁ ଥିଲେ ଡକ୍ଟର ନରେନ୍ଦ୍ର କର୍ମାକର, ଯିଏ କି ଜଣେ ପ୍ରସିଦ୍ଧ ଗଣିତଜ୍ଞ ଥିଲେ । ଦୁହେଁ ପ୍ରାୟତଃ ସୁପର କମ୍ପ୍ୟୁଟରରେ କଥା ହେଉଥିଲେ। ହରିଶ ଭଟ୍ଟ ପେଙ୍ଗୁଇନ୍ ଦ୍ୱାରା ପ୍ରକାଶିତ ତାଙ୍କ ପୁସ୍ତକ 'ଟାଟା ଷ୍ଟୋରିଜ୍'ରେ ଲେଖିଛନ୍ତି ଯେ ଦିନେ ସୁନୀଲ ଶର୍ଲେକର ଟିସିଏସ୍ ଏମଡି ରାମଦୁରାଇଙ୍କ ପାଖରେ ପହଞ୍ଚିଥିଲେ ଏବଂ କହିଥିଲେ ଯେ ଆମେ ଏକ ସୁପର କମ୍ପ୍ୟୁଟର ତିଆରି କରିବାକୁ ଚାହୁଁଛୁ। ଟାଟା ଏଥିରେ ସାହାଯ୍ୟ କରିବ କି?
ରାମାଦୋରାଇ ଜାଣିଥିଲେ ଯେ ଏହି ପ୍ରକଳ୍ପ କେବଳ ଟାଟା ପାଇଁ ନୁହେଁ ବରଂ ସମଗ୍ର ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ସେ ନିଜେ ରତନ ଟାଟାଙ୍କୁ ଏକ ଚିଠି ଲେଖି କହିଥିଲେ ଯେ 'ଏହା ଏକ ସୁଯୋଗ ଯାହାକୁ ଗମ୍ଭୀରତାର ସହ ବିଚାର କରାଯିବା ଉଚିତ୍...' ରତନ ଟାଟା ତୁରନ୍ତ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ଟାଟା ଗ୍ରୁପର ଫ୍ଲାଗସିପ୍ କମ୍ପାନୀ ଟାଟା ସନ୍ସର ବୋର୍ଡ ମାର୍ଚ୍ଚ ୨୦୦୬ରେ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲା। ପୁଣେରେ ଏକ ନୂଆ କମ୍ପାନି କମ୍ପ୍ୟୁଟେଶନାଲ୍ ରିସର୍ଚ୍ଚ ଲାବୋରେଟୋରିଜ୍ ପ୍ରତିଷ୍ଠା ହୋଇଥିଲା। ଭାରତର ସୁପର କମ୍ପ୍ୟୁଟରର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ଉତ୍ସାହୀ ଇଞ୍ଜିନିୟର ଦିନରାତି ସାମିଲ ହୋଇଥିଲେ ।
୨୦୦୭ ଅକ୍ଟୋବର ପହିଲାରେ ସୁପର କମ୍ପ୍ୟୁଟର ଯେକୌଣସି ପରିସ୍ଥିତିରେ ପ୍ରସ୍ତୁତ ହେବ ବୋଲି ଟିସିଏସ୍ ନିଷ୍ପତ୍ତି ନେଇଥିଲା। ଏହି ସମୟରେ କର୍ମାକର ଏହି ପ୍ରକଳ୍ପରୁ ଓହରି ଯାଇଥିଲେ। ଯାହା ସମସ୍ତଙ୍କୁ ନିରୁତ୍ସାହିତ କରିଥିଲା। କିନ୍ତୁ ଡାକ୍ତର ଶେର୍ଲେକର ହାର ମାନିନଥିଲେ। ସେ ତାଙ୍କ ଟିମ୍ ସହ ଦିନରାତି କଠିନ ପରିଶ୍ରମ କରି ଚାଲିଥିଲେ।
ହରିଶ ଭଟ୍ଟ ଲେଖିଛନ୍ତି ଯେ ସମୟ ସୀମା ପୁରଣ ହେବା ପୂର୍ବରୁ ଏକ ବଡ ସମସ୍ୟା ଉପୁଜିଥିଲା । 'ଏକା' ନାମରେ ନାମିତ ଭାରତର ଏହି ସୁପର କମ୍ପ୍ୟୁଟରକୁ ବିଶ୍ୱର ଶୀର୍ଷ ସୁପର କମ୍ପ୍ୟୁଟରରେ ସାମିଲ ହେବା ପାଇଁ ୧୦୦ ଟେରାଫ୍ଲପ୍ ବେଗ ଅତିକ୍ରମ କରିବାକୁ ଥିଲା କିନ୍ତୁ ସମସ୍ତ ପରୀକ୍ଷା ସତ୍ତ୍ୱେ 'ଏକା' ୯୭ ଟେରାଫ୍ଲପ୍ ଅତିକ୍ରମ କରିବାରେ ସକ୍ଷମ ହୋଇନଥିଲା। ଏଭଳି ସ୍ଥିତିରେ 'ଏକା'ର ଟିମରେ କାମ କରୁଥିବା କିଛି ବୈଜ୍ଞାନିକ ଏହି ସମସ୍ୟାର ବିଶେଷଜ୍ଞ ଭାବେ ପରିଚିତ ରୁଷୀୟ ବୈଜ୍ଞାନିକଙ୍କୁ ମନେ ପକାଇଥିଲେ।
ସିଗାରେଟ୍ ଏବଂ ବିୟରର କାହାଣୀ
ଇଣ୍ଟେଲରେ କାମ କରୁଥିବା ଜଣେ ରୁଷୀୟ ବୈଜ୍ଞାନିକଙ୍କୁ ଟାଟା ଟିମରେ କାମ କରୁଥିବା ଜଣେ ଯୁବ ଇଞ୍ଜିନିୟର ଜାଣିଥିଲେ। ଋଷୀୟ ବୈଜ୍ଞାନିକ ଚାର୍ମିନାର ସିଗାରେଟ୍ ଏବଂ କିଙ୍ଗଫିସର ବିୟର କୁ ଭଲ ପାଉଥିଲେ । ଇଞ୍ଜିନିୟର ରୁଷୀୟ ବୈଜ୍ଞାନିକଙ୍କୁ କହିଥିଲେ ଯେ ଆପଣ ଆମକୁ ସାହାଯ୍ୟ କରନ୍ତୁ, ମୁଁ ଆପଣଙ୍କୁ କିଙ୍ଗଫିସର ବିୟରର ପୁରା କ୍ରେଟ୍ ପଠାଇବି । ଋଷର ଇଞ୍ଜିନିୟର ସାହାଯ୍ୟ କରିବାକୁ ରାଜି ହୋଇଥିଲେ।
ଡେଡ୍ ଲାଇନ୍ ସରିବା ପୂର୍ବରୁ ମଧ୍ୟରାତ୍ରିରେ ଫୋନ୍
ସମୟ ସୀମା ସରିବା ଆଗରୁ ଋଷ ଇଂଜିନୟରଙ୍କ ସାହାଯ୍ୟରେ 'ଏକା' ସମସ୍ୟା ଦୂର ହୋଇଥିଲା। ଏକା ସ୍ପିଡ୍ ୧୧୮ ରେକର୍ଡ କରାଯାଇଥିଲା। ହରିଶ ଭଟ୍ଟ ଲେଖିଛନ୍ତି ଯେ ଯେଉଁଦିନ ଗ୍ଲୋବାଲ ସୁପର କମ୍ପ୍ୟୁଟର ରାଙ୍କିଙ୍ଗ ଏଜେନ୍ସି ରେଜଲ୍ଟ ଘୋଷଣା କରିଥିଲା, ଡକ୍ଟର ଶେର୍ଲେକର ପୁଣେରେ ଥିବା ତାଙ୍କ ମା'ଙ୍କ ଘରେ ଶୋଇଥିଲେ। ମଧ୍ୟରାତ୍ରିରେ ଫୋନ୍ ବାଜିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ଅନ୍ୟ ପକ୍ଷର ସ୍ୱର ଶୁଣିବା ମାତ୍ରେ ସେ ଖୁସିରେ ଡେଇଁ ପଡ଼ିଥିଲେ। ସେ ସଙ୍ଗେ ସଙ୍ଗେ ରାମାଦୋରାଇଙ୍କୁ ଫୋନ୍ କରି କହିଲେ- ଅଭିନନ୍ଦନ, ଭାରତ ଏହା କରିଛି...'