Top 10 News Today: ଟି-୨୦ ବିଶ୍ୱକପରେ ରୋହିତଙ୍କ ଛକା ବର୍ଷା; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2306725

Top 10 News Today: ଟି-୨୦ ବିଶ୍ୱକପରେ ରୋହିତଙ୍କ ଛକା ବର୍ଷା; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 24 June 2024: ଆଜି ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ସୁପର-୮ ମ୍ୟାଚ୍ ଖେଳାଯାଉଛି। ସେଣ୍ଟ ଲୁସିଆର ଡାରେନ୍ ସାମି ନେସନାଲ କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Top 10 News Headlines Odisha 24 June 2024

24 June 2024 Top 10 news headlines: H1. Odisha to Get Four New Foot Over Bridges: ରାଜ୍ୟ ପାଇଁ ୪ ନୂଆ ଫୁଟ ଓଭର ନିର୍ମାଣ କରିବାକୁ ଆଦେଶ ଜାରି କରିଛନ୍ତି ଜାତୀୟ ରାଜପଥ ପ୍ରାଧୀକରଣ। ଏହି ଚାରିଟୁ ଭୁବନେଶ୍ୱରରେ ଦୁଇଟି ଫୁଟ ଓଭର ବ୍ରିଜ୍‍ ନିର୍ମାଣ ହେବାକୁ ଥିବା ବେଳେ ଆଉ ଦୁଇଛି ମଙ୍ଗୁଳି ଠାରେ ନିର୍ମାଣ ହେବ। ଏହାଦ୍ୱାରା ୧୬ ନମ୍ବର ଜାତୀୟ ରାଜପଥକୁ ପଦାଚାରୀ ପାର କରିବା ସହଜ ହେବ। ତା’ ସହ  ପରିବହନ ମଧ୍ୟ ସୁରୁଖୁର ହୋଇପାରିବ ତଥା ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଇଛି। 

H2. Special buses to Puri for Rath Yatra: ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ରଥଯାତ୍ରା ସମୟରେ ପୁରୀକୁ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ନୂଆ ବ୍ୟବସ୍ଥା କରୁଛନ୍ତି ଓଏସଆରଟିସି । ଏହି ସମୟରେ ରାଜ୍ୟର ପ୍ରତିଟି ବ୍ଲକରୁ ପୁରୀକୁ ବସ୍ ସେବା ଯୋଗାଇ ଦିଆଯିବ । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ବସ୍ ଯିବ ବୋଲି ଘୋଷଣା କରାଯାଇଛି । ଏ ନେଇ ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି । 

H3. Naveen Patnaik On BJD Meeting: ଓଡି଼ଶା ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ​​ବିଜେପି ସରକାର ଗଠନ କରାଯାଇଛି। ଦୀର୍ଘ ଦିନ ଧରି ବିଜେଡିର ନବୀନ ପଟ୍ଟନାୟକ ସିଏମ ଥିଲେ। ଏହି ନିର୍ବାଚନରେ ​​କାହାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ଏବେ ତାଙ୍କୁ ରାଜ୍ୟରେ ବିରୋଧୀ ଭୂମିକାରେ ଦେଖିବାକୁ ମିଳିବ। ଏକଦା ବିଜେପିର ବନ୍ଧୁମାନଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ଗଣାଯାଇଥିଲା। ବର୍ତ୍ତମାନ ସେମାନେ ବିଜେପି ବିରୋଧରେ ଲଢ଼ିବେ ଏବଂ ସରକାରଙ୍କୁ ଟାର୍ଗେଟ କରିବେ। ନିଜର ୯ ରାଜ୍ୟସଭା ସାଂସଦଙ୍କ ବୌଠକରେ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେମାନେ ଦୃଢ଼ ବିରୋଧୀ ଭାବରେ ଜନସାଧାରଣଙ୍କ ସହ ଜଡିତ ପ୍ରସଙ୍ଗ ସଂସଦରେ ଉଠାଇବା ଉଚିତ୍।

H4. CM Mohan Charan Majhi holds roadshow in home district: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଭାବବିହ୍ୱଳ ମଧ୍ୟ ହୋଇଥିଲେ। ଏହି ସମୟରେ ସେ ଏକ ରୋଡ୍ ସୋ ମଧ୍ୟ କରିଥିଲେ।

H5. Prithviraj Harichandan On Ratna Bhandar: ରତ୍ନଭଣ୍ଡାର ନିଶ୍ଚିତ ଭାବରେ ଖୋଲା ଯିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ତେବେ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍‌ଲାଇନ୍‌ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।

H6. Parliament Session 2024: ଆଜି ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସଂସଦକୁ ଆସିବା ପରେ ସମସ୍ତ ସାଂସଦ ଶପଥପାଠ କରିଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଥିଲେ । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥପାଠ କରାଇଥିଲେ । ଏଥିସହ ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ।

H7. BJP's JP Nadda Named Leader Of House In Rajya Sabha: ରାଜ୍ୟସଭାରେ ଜେପି ନଡ୍ଡା ଗୃହର ନେତା ଭାବରେ ଦାୟିତ୍ୱ ତୁଲାଇବେ। ତାଙ୍କୁ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ସ୍ୱାସ୍ଥ୍ୟମନ୍ତ୍ରୀ କରାଯାଇଛି। ତାଙ୍କ ପୂର୍ବରୁ ପୀୟୁଷ ଗୋୟଲ ରାଜ୍ୟସଭାର ନେତା ଥିଲେ, ଯିଏକି ମୁମ୍ବାଇର ଏକ ଆସନରୁ ଜିତି ଏଥର ଲୋକସଭାରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟସଭାର ବରିଷ୍ଠ ନେତା ଜେପି ନଡ୍ଡା ଥିଲେ, ଯାହାଙ୍କୁ ଦଳ ଏକ ବଡ ଦାୟିତ୍ୱ ଦେଇଛି।

H8. Monsoon 2024: ଦେଶର ଅନେକ ସ୍ଥାନରେ ପାଣିପାଗର ଢ଼ାଞ୍ଚା ବଦଳୁଛି। ବିଶେଷ କରି ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ପାଣିପାଗରେ ଦ୍ରୁତ ଗତିରେ ପରିବର୍ତ୍ତନ ଆସୁଛି। ଜୁନ୍ ଶେଷ ଭାଗରେ ବିହାର ଏବଂ ମଧ୍ୟପ୍ରଦେଶରେ ମୌସୁମୀ ପ୍ରବେଶ କରିଛି। ଏଥିସହିତ ଦିଲ୍ଲୀର କିଛି ଅଞ୍ଚଳରେ ପ୍ରବଳ ଗରମ ସହିତ ସୋମବାର ଦିନ କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। 

H9. India squad for Zimbabwe: ଜିମ୍ବାୱେ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଗସ୍ତରେ ଶୁବମନ ଗିଲ ଭାରତୀୟ ଦଳର ଅଧିନାୟକ ହେବେ। ଏହା ବ୍ୟତୀତ ଅନେକ ଯୁବ ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି। ଆକଳନ ଅନୁଯାୟୀ ଜିମ୍ବାୱେ ଗସ୍ତ ପାଇଁ କୌଣସି ବରିଷ୍ଠ ଖେଳାଳିଙ୍କୁ ସ୍ଥାନ ଦିଆଯାଇ ନାହିଁ। 

H10. IND vs AUS, T20 World Cup 2024 Match: ଆଜି ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ସୁପର-୮ ମ୍ୟାଚ୍ ଖେଳାଯାଉଛି। ସେଣ୍ଟ ଲୁସିଆର ଡାରେନ୍ ସାମି ନେସନାଲ କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଟସ୍ ଜିତି ହାଇ ଭୋଲଟେଜ୍ ମ୍ୟାଚ୍ ରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଛି। ଓପିନିଂ କରିବାକୁ ଆସିଥିବା ଛକା ବର୍ଷା କରୁଥିବା ଦେଖିବାକୁ ମିଳିଥିଲା।