• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Written BySoubhagya Ranjan Mishra
Published: Feb 13, 2024, 04:03 PM IST|Updated: Feb 13, 2024, 04:14 PM IST
joinshare
Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

About the Author

Soubhagya Ranjan Mishra

Soubhagya Ranjan Mishra

Trending

  • News
  • Photos
  • Videos
କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

2

ଡିଜିପି ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ, ବର୍ଷା ସତର୍କ ସୂଚନା ଓ ଅନ୍ୟ ଖବର

3

ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

4

Flood Alert: ସାବଧାନ ! ସତର୍କ ସଂକେତ ଟପିଲା ବୈତରଣୀ ସହ ଜଳକା

5

ଏୟାର ଇଣ୍ଡିଆର ବଡ ପଦକ୍ଷେପ, ସବୁ ପାଇଲଟଙ୍କ ପାଇଁ ଡୋପ୍ ଟେଷ୍ଟ ବାଧ୍ୟତାମୂଳକ

Top 10 News Headlines: 

1- +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଭେଟି: +୩ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର। +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି। ଛାତ୍ରଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ମିଳିବାକୁ ଥିବା ବେଳେ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଛାତ୍ରବୃତ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆସନ୍ତା ୨୦ ରୁ ୨୫ ତାରିଖ ମଧ୍ୟରେ ସ୍କଲାରସିପ୍ ମିଳିବା ନେଇ ସୂଚନା ଦେଇଚନ୍ତି ପାଣ୍ଡିଆନ। କଲେଜର ୯୫% +୩ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ। ଏହି ଯୋଜନାରେ ପାଖାପାଖି ୩୫ ହଜାର ପିଜି ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବେ। 

2- ଦେଶର ନମ୍ୱର ୱାନ କମ୍ପାନୀ ହେଲା ରିଲାଏନ୍ସ: ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀକୁ ଏକ ବଡ଼ ସଫଳତା ମିଳିଛି । ପ୍ରଥମେ ଅମ୍ବାନୀ ଦେଶର ୧ ନମ୍ବର ଧନୀ ବ୍ୟବସାୟୀ ହୋଇଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ କମ୍ପାନୀ ଦେଶର ନମ୍ବର ୧ କମ୍ପାନୀ ହେବାର ସୌଭାଗ୍ୟ ଅର୍ଜନ କରିଛି । ରିଲାଏନ୍ସ କମ୍ପାନୀର ମାର୍କେଟ କ୍ୟାପ୍ ୨୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହି ମାଇଲଖୁଣ୍ଟ ହାସଲ କରିବାରେ ଭାରତର ଏହା ହେଉଛି ପ୍ରଥମ କମ୍ପାନୀ । ରିଲାଏନ୍ସ ସେୟାର ଦର ଖୁବ୍ ଅଧିକ ହେବା ସହ ସେୟାର ଗୁଡିକ ସର୍ବକାଳୀନ ୨,୯୫୮ ଟଙ୍କାରେ ପହଞ୍ଚିଛି ।

3- ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶିବରାଜ ସିଂ ଚୌହାନ: ଆଜି ଓଡ଼ିଶା ଗସ୍ତରେ ଆସି ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଆଉଟ୍ ସୋର୍ସିଂ ସରକାର ଚାଲିଛି । ଏଠାରେ ଦୁର୍ନୀତିର ସବୁ ସୀମା ଟପିଛି । ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇବାର ଉଦାହରଣ ଦେଇ ଶିବରାଜ ଏକଥା କହିଛନ୍ତି । ଆସନ୍ତା ନିର୍ବାଚନରେ ବିଜେପିକୁ ଲୋକମାନେ ଭୋଟ୍ ଦେବେ ବୋଲି ସ୍ଥିର କରିଛନ୍ତି ଏଥର ସରକାର ବଦଳିବ ବୋଲି ସେ କହିଛନ୍ତି ।

4- ନାମାଙ୍କନ ଦାଖଲ କଲେ ଦେବାଶିଷ ଓ ଶୁଭାଶିଷ: ରାଜ୍ୟସଭା ନିର୍ବାଚନ ପାଇଁ ଚଳିତ ଥର ୩ ଜଣଙ୍କୁ ପ୍ରାର୍ଥୀ କରାଯିବ । ଗତକାଲି ୨ଜଣଙକ ନାମ ଘୋଷଣା କରିଥିଲା ବିଜୁ ଜନତା ଦଳ । ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା ହୋଇଥିଲା । ତେବେ ଆଜି ଉଭୟେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ରାଜ୍ୟସଭା ପାଇଁ ତୃତୀୟ ପ୍ରାର୍ଥୀ କିଏ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

5- ଦିଲ୍ଲୀରେ ବ୍ୟାରିକେଟ୍ ଭାଙ୍ଗିଲେ ଚାଷୀ: ବିଭିନ୍ନ ଦାବି ପୂରଣ ନେଇ ବିରୋଧ କରୁଥିବା କୃଷକମାନେ ହରିୟାଣା-ପଞ୍ଜାବ ଶମ୍ଭୁ ସୀମାରେ ଥିବା ଫ୍ଲାଏ ଓଭରରେ ଲଗାଯାଇଥିବା ସୁରକ୍ଷା ପ୍ରତିବନ୍ଧକକୁ ଭାଙ୍ଗି ଦେଇଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଚାଷୀମାନେ ପୋଲିସ ଉପରକୁ ପଥର ମାଡ କରିଥିଲେ ।

6- ଚାଷୀଙ୍କୁ ନେଇ ବୟାନ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ: ଚାଷୀମାନେ ହେଉଛନ୍ତି ଆମର ଅନ୍ନଦାତା ତେଣୁ ସେମାନଙ୍କୁ ଗିରଫ କରିବା ଭୁଲ୍ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଥିସହ ଚାଷୀଙ୍କ ଦିଲ୍ଲୀ ଚଲୋ ଡାକରାକୁ ସେ ସମର୍ଥନ ମଧ୍ୟ କରିଥିବା ସୂଚନା ମିଳିଛି । ପୂର୍ବରୁ ଚାଷୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ଏକ ରିପୋର୍ଟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଖାରଜ କରିଥିଲେ । ଯେଉଁଥିରେ ଥିଲା ବାୱନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ ରେ ପରିଣତ କରାଯିବା ନେଇ ଲେଖା ।

7- ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ:  ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଅଭିନେତା ଚକ୍ରଧର ଜେନାଙ୍କ ମୃତ୍ୟୁ ଘଟିଥିବା ଜଣାପଡି଼ଛି। ଯାହାକୁ ନେଇ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିର୍ଘ ଦିନ ଧରି ଚକ୍ରଧର ମଧୁମେୟ ରୋଗରେ ପୀଡିତ ଥିଲେ। କିନ୍ତୁ ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା। ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲେ। ଏମ୍ସର ଆୟିସିୟୁ ଭର୍ତ୍ତି କରାଯାଇ ସେଠାରେ ଚିକିତ୍ସା ଜାରି ରହିଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗତକାଲି(ସୋମବାର) ସେ ଆଖି ବୁଜିଛନ୍ତି। 

8- ମାଣିକପୁରରେ ଅଲୌକିକ ଘଟଣା: ଗଜପତି ଜିଲ୍ଲା ଗୁବୁରୀଗୁଡା ଗ୍ରାମରେ ଆଲୌକିତ ଘଟଣା ଦେଖିବାକୁ ମିଳିଛି । ମହାଦେବଙ୍କ ଶିବଲିଙ୍ଗ ସ୍ବପ୍ନାଦେଶରେ ଠାବ ହେବା ପରେ ଦର୍ଶନ ପାଇଁ ବିଭିନ୍ନ ଗ୍ରାମ ତଥା ଆଖପାଖ ଅଞ୍ଚଳବାସୀଙ୍କ ସୁଅ ଛୁଟିଛି । ଆଜି ଶିବଲିଙ୍ଗ ଆବିର୍ଭାବ ହେବାର ୨୧ ଦିନ ହୋଇଥିବା ବେଳେ ସମଗ୍ର ଗାଁ ଉତ୍ସବ ମୁଖର ରହିଛି । ଏନେଇ ଗାଁରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ଅନ୍ୟପଟେ ରୀତିନୀତି ଓ ପରମ୍ପରା ଅନୁଯାୟୀ ପ୍ରଥମେ କଳସ ଯାତ୍ରା କରାଯିବା ପରେ ନାମ ସଂକୀର୍ତ୍ତନ, ଘୃତଯଜ୍ଞ, ନାମଯଜ୍ଞ, ସହ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

9-  ବିଜେପିରେ ସାମିଲ ହେଲେ ଅଶୋକ ଚୌହାନ: କଂଗ୍ରେସ ଦଳକୁ ପୁଣି ଏକ ଝଟକା ଲାଗିଛି । ସୋମବାର ଦିନ କଂଗ୍ରେସରୁ ଇସ୍ତଫା ଦେବା ପରେ ଅଶୋକ ଚୌହାନଙ୍କୁ ନେଇ ଅନେକ ଆଶଙ୍କା ଲାଗି ରହିଥିଲା । ଆଜି ସବୁ ଆଶଙ୍କାରା ପୂର୍ଣ୍ଣଛେଦ ପଡିଛି । ଆଜି ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଅଶୋକ । ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ସେ ବିଜେପି ସହ ଯୋଡିହେବା ସମୟରେ ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ।

10- ଘଡ଼ଘଡ଼ି ସହ କୁଆ ପଥର ବର୍ଷା ସମ୍ଭାବନା: ଭାରତ ପାଣିପାଗ ବିଭାଗର ସୂଚନାନୁସାରେ, ଫେବୃଆରୀ ୧୩ ରୁ ୧୫ ତାରିଖ ମଧ୍ୟରେ ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ ଉପରେ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଭାଗ କହିଛି ଯେ ଫେବୃଆରୀ ୧୪ ଏବଂ ୧୫ ରେ ଓଡିଶା, ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶରେ ୧୩ ରୁ ୧୫ ଫେବୃଆରୀରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଆଇଏମଡିର ସୂଚନା ଅନୁଯାୟୀ ଆଜି ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ କୁଆପଥର ମାଡ ହେବାର ସମ୍ଭାବନା ରହିଛି।

Also Read- Reliance: ମୁକେଶ ଅମ୍ୱାନୀଙ୍କୁ ଆଉ ଏକ ସଫଳତା, ଦେଶର ନମ୍ୱର ୱାନ କମ୍ପାନୀ ହେଲା ରିଲାଏନ୍ସ

Add Zee News as a Preferred Source
TAGS:
Top 10 News Headlines Odisha
Top 10 News Headlines Odisha Today
Top 10 News Headlines
odisha latest news
odisha news today
odisha update news
Odisha Trending News
Top 10 News Headlines Odisha 9 February
Top 10 Samachar
Top 10 news today in odia
Odia Top 10 News
Odia Morning News Odia top 10 Morning News
Odia Afternoon News
Odia top 10 Afternoon News
Odia Evening News
Odia top 10 Evening News 13 February 2024