Reliance: ମୁକେଶ ଅମ୍ୱାନୀଙ୍କୁ ଆଉ ଏକ ସଫଳତା, ଦେଶର ନମ୍ୱର ୱାନ କମ୍ପାନୀ ହେଲା ରିଲାଏନ୍ସ
Advertisement
Article Detail0/zeeodisha/odisha2108638

Reliance: ମୁକେଶ ଅମ୍ୱାନୀଙ୍କୁ ଆଉ ଏକ ସଫଳତା, ଦେଶର ନମ୍ୱର ୱାନ କମ୍ପାନୀ ହେଲା ରିଲାଏନ୍ସ

Mukesh Ambani: ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀକୁ ଏକ ବଡ଼ ସଫଳତା ମିଳିଛି । ପ୍ରଥମେ ଅମ୍ବାନୀ ଦେଶର ୧ ନମ୍ବର ଧନୀ ବ୍ୟବସାୟୀ ହୋଇଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ କମ୍ପାନୀ ଦେଶର ନମ୍ବର ୧ କମ୍ପାନୀ ହେବାର ସୌଭାଗ୍ୟ ଅର୍ଜନ କରିଛି ।

Reliance: ମୁକେଶ ଅମ୍ୱାନୀଙ୍କୁ ଆଉ ଏକ ସଫଳତା, ଦେଶର ନମ୍ୱର ୱାନ କମ୍ପାନୀ ହେଲା ରିଲାଏନ୍ସ

Reliance Industries : ବିଶିଷ୍ଟ ତଥା ଏସିଆର ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ଏକ ବଡ଼ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛି । ଅମ୍ବାନୀ ପ୍ରଥମେ ଦେଶର ୧ ନମ୍ବର ଧନୀ ବ୍ୟବସାୟୀ ହୋଇଥିଲେ । ବର୍ତ୍ତମାନ ତାଙ୍କ କମ୍ପାନୀ ତଥା ରିଲାଏନ୍ସ ଦେଶର ଏକ ନମ୍ବର କମ୍ପାନୀ ହୋଇପାରିଛି । ରିଲାଏନ୍ସ କମ୍ପାନୀର ମାର୍କେଟ କ୍ୟାପ୍ ୨୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହି ମାଇଲଖୁଣ୍ଟ ହାସଲ କରିବାରେ ଭାରତର ଏହା ହେଉଛି ପ୍ରଥମ କମ୍ପାନୀ । ରିଲାଏନ୍ସ ସେୟାର ଦର ଖୁବ୍ ଅଧିକ ହେବା ସହ ସେୟାର ଗୁଡିକ ସର୍ବକାଳୀନ ୨,୯୫୮ ଟଙ୍କାରେ ପହଞ୍ଚିଛି ।

ଭାରତର ନମ୍ବର ୧ କମ୍ପାନୀ
ଗତ ଦୁଇ ସପ୍ତାହ ମଧ୍ୟରେ ରିଲାଏନ୍ସର ସେୟାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀର ମାର୍କେଟ୍ କ୍ୟାପ୍ ପ୍ରାୟ ଦ୍ୱିଗୁଣିତ ହୋଇଛି। ଅଗଷ୍ଟ ୨୦୦୫ ରେ ରିଲାଏନ୍ସର ମାର୍କେଟ୍ କ୍ୟାପ୍ ଥିଲା୧ ଲକ୍ଷ କୋଟି । ତାହା ୨୦୧୭ ମସିହାରେ ୫ ଲକ୍ଷ କୋଟି ପହଞ୍ଚିଛି, ନଭେମ୍ବର ୨୦୧୯ରେ ୧୦ ଲକ୍ଷ କୋଟି, ସେପ୍ଟେମ୍ବର ୨୦୨୧ରେ ବଢି ୧୫ ଲକ୍ଷ କୋଟି ହୋଇଥିଲା । ବର୍ତ୍ତମାନର ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୦୨୪ ରେ ୨୦ ଲକ୍ଷ କୋଟି ଅତିକ୍ରମ କରିବା ସହ ଦେଶର ଶ୍ରେଷ୍ଠ କମ୍ପାନୀ ଭାବେ ନିଜଗୁ ପରିଗଣିତ କରିଛି ।

ତୈଳ ଠାରୁ ଆରମ୍ଭ କରି ଟେଲିକମ୍ ସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରଗୁଡିକ ଉପରେ ପ୍ରାଧାନ୍ୟ ଦେଉଥିବା ରିଲାଏନ୍ସ ବର୍ତ୍ତମାନ ଦେଶର ଏକ ନମ୍ବର କମ୍ପାନୀ। ଏହା ବାଦ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଏବଂ HDFC ବ୍ୟାଙ୍କ ରହିଛି ।

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି
ସଦ୍ୟତମ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରିଲାଏନ୍ସକୁ ସବୁଠାରୁ ବଡ଼ କମ୍ପାନୀ ଭାବରେ ବିବେଚନା କରିଛି। କ୍ରମାଗତ ଭାବେ ତୃତୀୟ ବର୍ଷରେ ମଧ୍ୟ ରିଲାଏନ୍ସ ଏହି ତାଲିକାରେ ଶୀର୍ଷରେ ରହିଛି । ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୯.୩୮ ଲକ୍ଷ କୋଟି ଟଙ୍କା।

Also Read- Ketu Gochar 2024: କନ୍ୟା ରାଶିରେ ବର୍ଷେ ରହିବେ କେତୁ, ପ୍ରଭାବରେ ୩ ରାଶିକୁ ଆର୍ଥିକ ଲାଭ

Also Read- ଝିଅ ବାହାଘର ପାଇଁ ୨୫ ହଜାର ଦେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ପୂରା ଖବର