)
Top 10 News Headlines:
1- 'ପରିବାରବାଦର ହେବ ଅନ୍ତ' ଅମିତ ଶାହ: ରାଜଧାନୀ ଦିଲ୍ଲୀରେ ବିଜେପି ପକ୍ଷରୁ ଜାତୀୟ କାର୍ଯ୍ୟକାରଣୀ ବୈଠକ ଚାଲିଛି । ଆଜି ଦ୍ୱିତୀୟ ଦିନରେ ଗୃହମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ପରିବାରବାଦ ରାଜନୀତିକୁ ପ୍ରୋତ୍ସାହିତ କରୁଛି କଂଗ୍ରେସ ଦଳ । ପରିବାରବାଦକୁ ନେଇ ଗଣତନ୍ତ୍ର ଗଠିତ ହୁଏନାହିଁ । କେବଳ ସେତିକି ନୁହେଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ୍ କରି ଗୃହମନ୍ତ୍ରୀ କହିଥିଲେ ଯେ, ଆମ ଆଦମୀ ପାର୍ଟି ଅନେକ ଦୁର୍ନିତୀରେ ଲିପ୍ତ ରହିଛି ।
2- ୧୨ ପରିବାର ସଦସ୍ୟଙ୍କୁ ଗୁଳିମାଡ: ପାରିବାରିକ କଳହ କେତେ ଉଗ୍ର ରୂପ ନେଇପାରେ ସେପରି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣପୂର୍ବ ଇରାନରେ । ଜଣେ ୩୦ ବର୍ଷିୟ ବ୍ୟକ୍ତି ନିଜ ପରିବାରର ୧୨ ଜଣଙ୍କୁ ଗୁଳି କରିଛି । ଏପରି କି ଜନ୍ମ କରିଥିବା ବାପାଙ୍କୁ ମଧ୍ୟ ସେ ଛାଡିନାହିଁ । ଏକେ-୪୭ ରାଇଫଲରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଥିବା ସମୟରେ ସେ ବନ୍ଧୁକ କେଉଁଠୁ ଆଣିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
3- ସମାଧି ନେଲେ ଆଚାର୍ଯ୍ୟ ବିଦ୍ୟାସାଗର: ଶନିବାର ବିଳମ୍ବିତ ରାତିରେ ପ୍ରସିଦ୍ଧ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ପରଲୋକ ହୋଇଛି । ଛତିଶଗଡ଼ ଡୋଙ୍ଗରଗଡର ଚନ୍ଦ୍ରଗିରିରେ ତାଙ୍କର ଶେଷ ଦର୍ଶନ ପାଇଁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷ ଭିଡ ଲଗାଇଥିଲେ । ମୃତ୍ୟୁ ପୂର୍ବରୁ ଅସୁସ୍ଥ ହୋଇଥିଲେ ମଧ୍ୟ ସେ ଏକ ବ୍ରତ ପାଳନ କରିଥିଲେ । ଯେଉଁ ବ୍ରତରେ ୩ଦିନ ନିର୍ଜଳା ଉପବାସ ରହିବାକୁ ପଡିଥାଏ । ସ୍ୱେଚ୍ଛାକୃତ ଭାବେ ଏହି ବ୍ରତ ପାଳନ କରିବା ପରେ ୭୭ ବର୍ଷ ବୟସରେ ସାଧୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।
4- ଆଜିଠୁ ଖଣ୍ତଗିରିରେ ଯାତ୍ରା ମହାକୁମ୍ଭ: ଫେବୃଆରୀ ୧୬ ତାରିଖରୁ ଖଣ୍ତଗିରିରୁ ମାଘମେଳା ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଆରମ୍ଭ ହେବ ଯାତ୍ରା ମହାସମର । ଖଣ୍ତଗିରି ଯାତ୍ରା ମହାସମରରେ ଓଡି଼ଶାର ୭ଟି ଯାତ୍ରା କମିଟି ମାଧ୍ୟମରେ ଓଡିଶାର ୧୩ ଟି ବଛାବଛା ଅପେରା ପାର୍ଟି ଅଂଶ ଗ୍ରହଣ କରିବେ। ସାଇ ସମ୍ରାଟ୍, ଅଶୋକ ସମ୍ରାଟ୍, ତୁଳସୀ ଗଣନାଟ୍ୟର, କୋଣାର୍କ ଗଣନାଟ୍ୟ, ସୂର୍ଯ୍ୟ ମନ୍ଦିର, ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ, ସ୍ବର୍ଣ୍ଣ ମହଲ, ଗୌରୀ ଗଣନାଟ୍ୟ, ସ୍ବପ୍ନ ମହଲ, ରଙ୍ଗମହଲ, ନାଟକ ପରିବେଷଣ କରିବେ ।
5- ଏଥର ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଜଗିବ AI କ୍ୟାମେରା: ଏଥର ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଜଗିବ AI ବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବେସଡ୍ କ୍ୟାମେରା । ପରୀକ୍ଷା ପରିଚାଳନାରେ ସୁଧାର ଆଣିବା ସହ କପି ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପ୍ରଥମ ଥର ବୋର୍ଡ଼ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହି କଣ୍ଟୋଲ ରୁମରୁ ବୋର୍ଡ଼ କର୍ତ୍ତୃପକ୍ଷ ରାଜ୍ୟର ବିଭିନ୍ନ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରର ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିପାରିବେ । ଏହା ଉପରେ ନଜର ରଖିବା ପାଇଁ ୨୦ ଜଣ ପର୍ଯ୍ୟବେକ୍ଷକ, ୩ ଜଣ ଅଭିଜ୍ଞ ବୈଷୟିକ ବିଶେଷଜ୍ଞ ଓ ଶିକ୍ଷା ବିଭାଗର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି ।
6- ଜଗତସିଂହପୁରରେ 'ଆମ ହସ୍ପିଟାଲ' ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: ୫ଟି ଉପକ୍ରମରେ ''ଆମ ହସପିଟାଲ'' ଯୋଜନାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ହୋଇଯାଇଛି । ଜିଲ୍ଲାର ଅନ୍ୟ ୪ଟି ହସପିଟାଲ ବିରିଡି ପ୍ରାଥମିକ ଚିକିତ୍ସାଳୟ,ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଲିକୁଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆମ ହସ୍ପିଟାଲ ଯୋଜନାରେ ଉନ୍ନତିକରଣ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସେଗୁଡିକୁ ଲୋକାର୍ପିତ କରିଛନ୍ତି । ଏ
7- ଗଞ୍ଜାମ ବେଡ଼ିଗୋବାରେ ଗୁଳିମାଡ: ଜଙ୍ଗଲରେ ପତ୍ର ତୋଳୁଥିବା ସମୟରେ ଜଣେ ମହିଳାଙ୍କ ଦେହରେ ଗୁଳି ବାଦିଛି । ତେବେ କିଏ ଏବଂ କେଉଁ ପରିସ୍ଥିତିକେ ଗୁଳିମାଡ କଲା ସେନେଇ କୌଣସି ସୂଚନା ମିଳିପାରିନାହିଁ । ୩୪ ବର୍ଷୀୟା ମହିଳା ସ୍ୱପ୍ନା ସାହୁ ପ୍ରାୟତଃ ଜାଳେଣି ଏବଂ ଜଙ୍ଗଲଜାତ ଜିନିଷ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି । ଆଜି ଖଲିପତ୍ର ତିଆରି ପାଇଁ ମାଆଙ୍କ ସହିତ ଦଦରାଲୁଣ୍ଡା ସ୍ଥିତ ଜଙ୍ଗଲକୁ ଯାଇଥିଲେ ସ୍ୱପ୍ନା । ପତ୍ର ତୋଳି ସାରିବା ପରେ ତାକୁ ଘରକୁ ଆଣିବା ପାଇଁ ବିଡା ବାନ୍ଧୁଥିବା ସମୟରେ ହଠାତ୍ ସ୍ୱପ୍ନାଙ୍କ ପେଟରେ ଏକ ଗୁଳି ବାଜିଥିଲା । ନିଜର କଷ୍ଟ ସମ୍ପର୍କରେ ମାଆଙ୍କୁ ଜଣାଇଥିଲେ ସ୍ୱପ୍ନା । ଲୋକଙ୍କ ସହଯୋଗରେ ସ୍ୱପ୍ନାଙ୍କ ମାଆ ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।
8- କଟକ ନୂଆବଜାର ଛକରେ ଟ୍ରକ୍ ଧକ୍କା: ସ୍କୁଟି ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ମହିଳାଙ୍କ ସ୍ୱାମୀ ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି । ନୂଆବଜାର ଛକ ନିକଟରେ ଏପରି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, କନ୍ଦରପୁର ଅଞ୍ଚଳର ଦୀପକ ରାଉତ ଏକ ସ୍କୁଟିରେ ପତ୍ନୀ ସାରଥୀ ରାଉତ ଏବଂ ଝିଅଙ୍କ ସହିତ ବଜାର ଆସୁଥିବା ସମୟରେ ଚାଉଳିଆଗଞ୍ଜ ଛକ ଆଡୁ ଏକ ଟ୍ରକ୍ ଦୃତଗତ୍ତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା । ଦୀପକଙ୍କ ପତ୍ନୀ ସାରଥୀ ଟ୍ରକ୍ ସାମ୍ନାକୁ ଛିଟିକି ପଡିବାରୁ ତାଙ୍କ ଉପରେ ଟ୍ରକ୍ ଚକା ଚଢିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସାରଥୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ବାପା ଏବଂ ଝିଅଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
9- ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ: ଚେକ୍ ବାଉନ୍ସ୍ ହେବା ମାମଲାରେ ଗୁଜରାଟର ଜାମନଗରସ୍ଥିତ ଏକ ସ୍ଥାନୀୟ ଅଦାଲତ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ସହିତ ୨ କୋଟି ଟଙ୍କା ଜରିମାନା କରିଛନ୍ତି ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି। ଏହି ଦଣ୍ଡାଦେଶ ବିପକ୍ଷରେ ଆବେଦନ କରିବା ଲାଗି ମଧ୍ୟ ଅଦାଲତ ସନ୍ତୋଷୀଙ୍କୁ ୩୦ ଦିନ ସମୟ ଦେଇଛନ୍ତି। ଅଭିଯୋଗ ପତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ଶିଳ୍ପପତି ତଥା ପରିବହନ ବ୍ୟବସାୟୀ ଅଶୋକ ଲାଲ୍ ଗୋଟାଏ ଚଳଚ୍ଚିତ୍ର ପ୍ରୋଜେକ୍ଟ୍ ଲାଗି ସନ୍ତୋଷୀଙ୍କୁ ୧ କୋଟି ଟଙ୍କା ଋଣ ଦେଇଥିଲେ। ଏହି ଋଣ ପରିଶୋଧ ବାବଦକୁ ସନ୍ତୋଷୀ ତାଙ୍କୁ ୧୦ ଲକ୍ଷ ଟଙ୍କାର ୧୦ଟି ଚେକ୍ ଦେଇଥିଲେ।
10- ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ! ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ସମ୍ବଲପୁର, କନ୍ଧମାଳ, ବରଗଡ, ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସର୍ବାଧିକ ସମ୍ବଲପୁରରେ (୧୩ ମିମି) ରେକର୍ଡ କରାଯାଇଛି। ସେହିଭଳି ଦିନରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ତିରେ ୩୫.୬ ଡିଗ୍ରୀ ଓ ସେମିଳିଗୁଡାରେ ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ବରରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୫ ରୁ ଉର୍ଦ୍ଧ ସହରରେ ୩୪ ଡିଗ୍ରୀ ଉପରେ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ଆସନ୍ତା ୨୩ ତାରିଖରେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରିଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡି଼କ ହେଲା କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ, ଝାରସୁଗୁଡା ଓ ମୟୂରଭଂଜ। ସେହିପରି ବର୍ତ୍ତମାନ ରାଜ୍ୟରେ ବର୍ତ୍ତମାନ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
Also Read- ଗଞ୍ଜାମ ବେଡ଼ିଗୋବାରେ ଗୁଳିମାଡ, ମହିଳା ଗୁରୁତର