• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ଋଣ ଛାଡ଼ କଲେ ସରକାର, ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଋଣ ଛାଡ଼ କଲେ ସରକାର, ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Written ByZee Odisha Desk
Published: Feb 23, 2024, 04:01 PM IST|Updated: Feb 23, 2024, 04:01 PM IST
joinshare
Top 10 News Headlines: ଋଣ ଛାଡ଼ କଲେ ସରକାର, ଅପରାହ୍ନର ୧୦ ବଡ଼ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News Today: ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ,  ଏସିଆନ ଚାମ୍ପ

    Top 10 News Today: ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ, ଏସିଆନ ଚାମ୍ପ

    2

    Odisha News: '୨୦୩୬ ସୁଦ୍ଧା ବାର୍ଷିକ ୧୦୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରଖିଛି ଓଡି଼ଶା'

    3

    Noida Airport Renamed: ବଦଳିଲା ନୋଏଡା ଏୟାରପୋର୍ଟ ନାଁ,ଜେୱାର ଏୟାରପୋର୍ଟ ନାଁ ହେଲା...

    4

    Love Horoscope: ଅକ୍ଟୋବର ୧୦ରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

    5

    CJPକୁ ଜନ୍ତରମନ୍ତରରେ ପ୍ରଦର୍ଶନ ମନା, ଟ୍ରେନ୍ ବାତିଲ୍ ଓ ମଦ ଦୋକାନ ବନ୍ଦ

    କାନ୍ଥବାଡ଼ରୁ ଲିଭାଯିବ ଦଳୀୟ ପୋଷ୍ଟର ବ୍ୟାନର
    କାନ୍ଥ ବାଡ଼ରୁ ଲିଭିବ ଦଳୀୟ ପୋଷ୍ଟର ବ୍ୟାନର। ଏନେଇ BMC କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ନିର୍ବାଚନ କମିଶନଙ୍କ ନିୟମ ମାନି ସବୁ ଦଳର ପୋଷ୍ଟର ବ୍ୟାନର ହଟାଯିବା ସହିତ କାନ୍ଥବାଡ଼ରେ ମଧ୍ୟ ଯେଉଁ ସବୁ ସ୍ଲୋଗାନ ଲେଖାଯାଇଛି, ତାକୁ ଲିଭାଯିବ। ଏହାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ସେ ବିଏମସି କମିଶନର କହିଛନ୍ତି।

    ଆଜିଠୁ ନାଟମଣ୍ଡପ ମରାମତି କାର୍ଯ୍ୟ
    ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ଦୀର୍ଘ ଏକ ମାସ ଧରି ଚାଲିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁସାରେ ଏହି ମରାମତି କାର୍ଯ୍ୟ ପାଇଁ ନୀତି କାନ୍ତି ସମୟ ନିର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଦିନ୧ଟାରୁ ସନ୍ଧ୍ୟା ୭ଟା ଯାଏ ମରାମତି କାର୍ଯ୍ୟ ଚାଲିବାକୁ ଥିବାରୁ ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ରାତି ଦୁଇଟାରୁ ଦ୍ୱାର ଫିଟା ହେବ। ୧୧ଟାରେ ରାତ୍ର ପହୁଡ଼ ହେବ। ମାର୍ଚ୍ଚ ୧୯ ତାରିଖ ଭିତରେ ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସ୍‍ଆଇକୁ ନିର୍ଦ୍ଦେଶ ଦିଆଯାଇଛି। 

    ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ
    ଆଜି ସକାଳେ ନିୟନ୍ତ୍ରଣ ହରାଇ ଡିଭାଇଡରରେ କାର୍ ପିଟି ହେବାରୁ ବିଆରଏସ ବିଧାୟିକାଙ୍କ ମୃତ୍ୟୁ ହୋଇଥିଲା। ହାଇଦ୍ରାବାଦର ନେହେରୁ ଆଉଟ ରିଙ୍ଗ ରୋଡରେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଆରଏସ ବିଧାୟିକାଙ୍କ କାର ଚଳାଉଥିବା ଚାଳକ ନିୟନ୍ତ୍ରଣ ହରାଇବାରୁ କାରଟି ଡିଭାଇଡରରେ ଯାଇ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ଆହତ ହେବା ପରେ ଲାସ୍ୟା ନନ୍ଦିତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କାରଟି ଦ୍ରୁତଗତିରେ ଥି‌ବାରୁ ଦୁର୍ଘଟଣା ପରେ କାରର ସାମ୍ନା ପଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଦେଖାଯାଇଥିଲା। 

    କପି କରି ଧରାପଡ଼ିବାରୁ ଛାତ୍ରଙ୍କ ଆତ୍ମହତ୍ୟା
    ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି କବିସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୁଲିସ କହିଛି। ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୧୦୦/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରୀକ୍ଷାରେ କପି କରି ଧରାପଡ଼ିବାରୁ ଛାତ୍ର ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁସାରେ, କବିସୂର୍ଯ୍ୟନଗରରେ ରହୁଥିବା କୃଷ୍ଣଚନ୍ଦ୍ର ସେଠୀ ଜଣେ ପୁଲିସ ଏସ୍‌ଆଇ। ସେ ବୈପାରୀଗୁଡ଼ାରେ କାର୍ଯ୍ୟରତ ଅଛନ୍ତି। ଏଠାରେ ତାଙ୍କର ପତ୍ନୀ ଓ ପୁଅ-ଝିଅ ରହୁଛନ୍ତି। ପୁଅ ଦେବାଶିଷ ଏକ ଘରୋଇ କଲେଜରେ ଯୁକ୍ତଦୁଇ ଶ୍ରେଣୀ(ବିଜ୍ଞାନ)ରେ ପାଠ ପଢ଼ୁଛନ୍ତି। ଯୁକ୍ତଦୁଇ ପରୀକ୍ଷା ପାଇଁ ଖଲ୍ଲିକୋଟ କଲେଜରେ ତାଙ୍କର ପରୀକ୍ଷା କେନ୍ଦ୍ର ହୋଇଛି। ଗତକାଲି ପଦାର୍ଥବିଜ୍ଞାନ ପରୀକ୍ଷା ଥିଲା। ସେ ପରୀକ୍ଷାରେ କପି କରୁଥିବା ବେଳେ ସ୍କ୍ବାଡ଼୍‌ ହାତରେ ଧରାପଡ଼ିଥିଲେ।

    ପରୀକ୍ଷାକୁ ଯିବା ପୂର୍ବରୁ ଝୁଲିପଡ଼ିଲେ ମାଟ୍ରିକ ଛାତ୍ର
    ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଝୁଲନ୍ତା ଅବସ୍ଥାରେ ମାଟ୍ରିକ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜାହାଙ୍ଗିର ଶାସନ ଗାଁରେ ଏପରି ଘଟଣା ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଅଭିଷେକ ପଣ୍ଡା। ଅଭିଷେକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ରାଢ଼ ଗ୍ରାମରେ ହୋଇଥିବା ବେଳେ ସେ ମାଉସୀଙ୍କ ଘରେ ରହି ପାଠ ପଢ଼ୁଥିଲେ।

    ଋଣ ଛାଡ଼ କଲେ ସରକାର
    ପୂର୍ବ ପାକିସ୍ତାନ ଓ ବର୍ମା ଫେରନ୍ତାଙ୍କୁ ଜମି ସତ୍ତ୍ୱ ପ୍ରଦାନ କରାଯିବ। କୋରାପୁଟ ଜିଲ୍ଲା ସୁନାବେଡ଼ାରେ ରହୁଥିବା ଏହି ବର୍ଗର ଅଧିବାସୀଙ୍କୁ ଜମି ସହ ଘର ନିର୍ମାଣ ଲାଗି ଋଣ ପ୍ରଦାନ କରାଯାଇଥିଲା। ଏବେ ସେମାନଙ୍କୁ ଋଣ ଛାଡ଼ ସହ ଜମି ସତ୍ତ୍ୱ ପ୍ରଦାନ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସେମାନେ ମୋଟ ଋଣ ଓ ସୁଧ ବାବଦକୁ ୫ କୋଟି ୧୧ ଲକ୍ଷ ୯୪ ହଜାର ଟଙ୍କାର ମୁକ୍ତି ପାଇବେ।

    ପଞ୍ଚାୟତ ମେକାନିକ୍‍ଙ୍କ ପାରିଶ୍ରମିକ  ବୃଦ୍ଧି, ଏବେ ପାଇବେ ମାସିକ ୬୫୦୦
    ରାଜ୍ୟର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକରୁଥିବା ମେକାନିକ୍‍ଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।  ଫଳରେ ସେମାନେ ଏବେ ମାସିକ  ୬୫୦୦ ଟଙ୍କା ପାରିଶ୍ରମିକ ପାଇବେ। ପୂର୍ବରୁ ଏହା  ୪୦୦୦ ଟଙ୍କା ରହିଥିଲା।  ଏହି ବୃଦ୍ଧି ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁମୋଦନ ଦ୍ୱାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।

    ମନୋହର ଯୋଶୀଙ୍କ ପରଲୋକ
    ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କ ପରଲୋକ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୧ ତାରିଖରେ ହୃଦଘାତ ଯୋଗୁଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମନୋହର ଜୋଶୀ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ମହାରାଷ୍ଟ୍ରରେ ଶିବସେନ ପ୍ରଥମ ଥର ଶାସନ କ୍ଷମତାକୁ ଆସିବାପରେ ସେ ହିଁ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିପରି ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଲୋକସଭାର ବାଚସ୍ପତି ଥିଲେ ମନୋହର ଜୋଶୀ। ସେହିପରି ଅଟଳ ବିହାରୀ ବାଜପେୟୀଙ୍କ ଶାସନକାଳରେ ସେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ।

    ଇତିହାସ ରଚିଲେ ଅଶ୍ୱିନ
    ରାଞ୍ଚିରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଲଞ୍ଚ ସୁଦ୍ଧା ୨୪.୧ ଓଭରରେ ୫ ୱିକେଟ୍ ହରାଇ ୧୧୨ ରନ୍ କରିଛି। ଏହି ୫ଟି ୱିକେଟ୍‌ରୁ ଆକାଶ ଦୀପ ୩ଟି ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ନେଇଛନ୍ତି। ଜନ୍ନୀ ବେୟାରଷ୍ଟୋଙ୍କ ୱିକେଟ୍ ନେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ। ତାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଜନ୍ନୀ ବେୟାରଷ୍ଟୋ। ଏହା ସହିତ ଅଶ୍ୱିନ ତାଙ୍କ ନାଁରେ ଏକ ରେକର୍ଡ କରି ନେଇଛନ୍ତି। ଟେଷ୍ଟରେ ଇଂଲଣ୍ଡ ବିରୋଧରେ ୧୦୦ଟି ୱିକେଟ୍ ନେବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ ବୋଲର। ୪୩ଟି ଇଂନିସରୁ ଇଂଲଣ୍ଡ ବିରୋଧରେ ସେ ଏହି ରେକର୍ଡ କରିଛନ୍ତି।

    India vs England 4th Test Day 1:
    ଭାରତ ବନାମ ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଆଜି ଅର୍ଥାତ୍ ୨୩ ଫେବୃଆରୀରୁ ରାଞ୍ଚିର JSCA ଆନ୍ତର୍ଜାତୀୟ ଷ୍ଟାଡିୟମ୍ କମ୍ପ୍ଲେକ୍ସରେ ଖେଳାଯାଉଛି। ଏହି ମ୍ୟଚରେ ପ୍ରଥମେ ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା। ଖବର ଲେଖିବା ପର୍ଯ୍ୟନ୍ତ ଜୋ ରୁଟ୍ ୯୫ ରନ୍ ଏବଂ ରବିନସନ୍ ୧୨ ରନ୍ କରି (271/7) ଖେଳୁଛନ୍ତି।

    Add Zee News as a Preferred Source
    TAGS:
    Top 10 News Headlines Odisha
    Top 10 News Headlines Odisha Today
    Top 10 News Headlines
    odisha latest news
    odisha news today
    odisha update news
    Odisha Trending News
    Top 10 News Headlines Odisha 23 February
    Top 10 Samachar
    Top 10 news today in odia
    Odia Top 10 News
    Odia Morning News Odia top 10 Morning News
    Odia Afternoon News
    Odia top 10 Afternoon News
    Odia Evening News
    Odia top 10 Evening News 23 February 2024