• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ଚୁଟକିରେ ପଢି ନିଅନ୍ତୁ ପୂରା ରିପୋର୍ଟ

Written ByZee Odisha Desk
Published: Feb 08, 2024, 03:54 PM IST|Updated: Feb 08, 2024, 03:59 PM IST
joinshare
Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Vigilance: ବାଙ୍କୀ ପ୍ୟାକ୍ସ ଆନନ୍ଦପୁର ସମିତିର ପୂର୍ବତନ ସମ୍ପାଦକ ଗିରଫ

    Odisha Vigilance: ବାଙ୍କୀ ପ୍ୟାକ୍ସ ଆନନ୍ଦପୁର ସମିତିର ପୂର୍ବତନ ସମ୍ପାଦକ ଗିରଫ

    2

    Bashar Assad:ସିରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ

    3

    ସାଉଦି ଜାହାଜରେ କ୍ଷେପଣାସ୍ତ୍ର ମାଡ: ୨ ପାକିସ୍ତାନୀ ସମେତ ୩ ମୃତ...

    4

    ଦୁଷ୍କର୍ମ ମାମଲାରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ

    5

    Suresh Pujari: 'ଖୁବ୍ ଶୀଘ୍ର ନିଯୁକ୍ତ ହେବେ ନୂଆ ଲୋକାୟୁକ୍ତ'

    ଆଜି କାମଚଳା ବଜେଟ
    ଗୁରୁବାର ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪ ଆର୍ଥକ ବର୍ଷର ପ୍ରଥମ ୪ ମାସ( ଏପ୍ରିଲ- ଜୁଲାଇ) ପାଇଁ କାମଚଳା ବଜେଟ ଆଗତ କରିବେ । ଏହି ଆର୍ଥିକ ବର୍ଷ ସକାଶେ  ୨.୬୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବ ଆଗତ କରିବା ସହ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ ଗୃହରେ ଅନୁମୋଦନ ପାଇଁ ଆଗତ କରିପାରନ୍ତି । ଏହି କାମଚଳା ବଜେଟ ୨୦୨୪-୨୫ ଆର୍ଥିକ ବର୍ଷ ପ୍ରଥମ ୪ ମାସ ପାଇଁ ପ୍ରଚଳିତ ପ୍ରତିଷ୍ଠାନ, ଯୋଜନା ଓ ପ୍ରକଳ୍ପ ଗୁଡ଼ିକ ପାଇଁ ଆବଶ୍ୟକ ସମ୍ବଳ ବିନିଯୋଗ ହୋଇପାରିବ ।

    ମାଘରେ ଶୀତ ବଦଳରେ ବଢୁଛି ତାତି
    ମାଘ ମାସ ନସରୁଣୁ ଚିନ୍ତା ବଢାଇଛି ଅସହ୍ୟ ଖରା । ଫେବୃୟାରୀ ଆରମ୍ଭରୁ ଦାଉ ସାଜିଛି ବୈଶାଖ ତାତି। ଗତ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ବଢିଥିବା ବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ଯଦିଓ ବୁଧବାର ରାଜ୍ୟରେ ଆଗ ଅପେକ୍ଷା ତାପମାତ୍ରା କମିଛି, ମାତ୍ରା ରାତ୍ରି ତାପମାତ୍ରାରେ ଅସ୍ବାଭାବିକ ଭାବେ ବୃଦ୍ଧି ହେବା କାରଣରୁ ଶୀତ ଅନୁଭୂତ ହେଉନାହିଁ ।

    ୧୦ରେ ଦୁର୍ଲଭ ପଦ୍ମବେଶ ଦର୍ଶନ
    ଆସନ୍ତା ୧୦ ତାରିଖ ଶନିବାର ଦିନ ମହାପ୍ରଭୁଙ୍କ ଦୁର୍ଲଭ ଚିତାକର୍ଷକ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ସେହି ପରମ୍ପରା ଅନୁଯାୟୀ ଶନିବାର ଦିନ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ।

    ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌
    ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି(ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (ଏମପିସି)ର ଛଅ ଜଣିଆ ସଦସ୍ୟ ଷଷ୍ଠ ଥର ପାଇଁ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି।  

    ଦିଲ୍ଲୀରେ କୃଷକଙ୍କ ମେଳି
    ପୁଣି ତେଜିଲା କୃଷକ ଆନ୍ଦୋଳନ। ନୋଏଡା ଓ ଗ୍ରେଟର ନୋଏଡାରେ ଏକତ୍ରିତ ହୋଇଛନ୍ତି ଚାଷୀ। ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମିର ଉଚିତ ମୂଲ୍ଯ ସହ ଅନ୍ଯାନ୍ଯ ଦାବି କରିଛନ୍ତି ଆନ୍ଦୋଳନକାରୀ। ସଂସଦ ଭବନ ଆଡକୁ ଚାଷୀ ଅଗ୍ରସର ହେଉଥିବା ବେଳେ ଦିଲ୍ଲୀ-ନୋଏଡା ସୀମାରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡି ହୋଇଛି। ଟ୍ରାଫିକ ପୋଲିସ ଆଲର୍ଟ ରହିଥିବା ବେଳେ ସୀମାରେ ବହୁ ସଂଖ୍ଯାରେ ପୋଲିସ ମୁତୟନ ହୋଇଛନ୍ତି। ଐତିହାସିକ ଚାଷୀ ଆନ୍ଦୋଳନର ୩ବର୍ଷ ପରେ ପୁଣି ଥରେ ବିଭିନ୍ନ ପ୍ରସଙ୍ଗରେ ତାତିଛନ୍ତି ଚାଷୀ। ଦିଲ୍ଲୀରେ ଯେପରି ଚାଷୀମାନେ ପ୍ରବେଶ କରିପାରିବେ ନାହିଁ ସେଥିଲାଗି ବିଭିନ୍ନ ସ୍ଥାନରେ ବ୍ଯାରିକେଡ ଲଗାଇଛି ପୋଲିସ।

    ଧୀରଜଙ୍କ ନାଁରେ ଥିଲା ସୋରେନଙ୍କ କାର
    ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜବତ ସମ୍ପତ୍ତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଇଡି ତାଙ୍କ ଘରୁ ଜବତ କରିଥିବା BMW କାର୍ ତାଙ୍କର ନୁହେଁ। ଏହି କାର୍ କଂଗ୍ରେସ ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କର। ଜାନୁଆରୀ ୩୧ରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ପୂର୍ବରୁ ସୋରେନଙ୍କ ଘରେ ଚଢାଉ କରିଥିଲା ଇଡି। ଚଢାଉ ସମୟରେ ତଦନ୍ତକାରୀ ସଂସ୍ଥା ସୋରେନଙ୍କ ଘରୁ 36 ଲକ୍ଷ ଟଙ୍କା ନଗଦ ଟଙ୍କା ସାଙ୍ଗକୁ ଦୁଇଟି ଦାମୀ BMW କାର୍ ଜବତ କରିଥିଲା। ବର୍ତ୍ତମାନ ଏହି କାର୍ ହେମନ୍ତ ସୋରେନଙ୍କର ନୁହେଁ ବୋଲି ଇଡି କହିଛି।

    ଓଡ଼ିଶାରେ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା
    ଆଜି ତୃତୀୟ ଦିନରେ ପହଞ୍ଚିଛି ଓଡ଼ିଶାରେ ଚାଲିଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ର। ଆଜି ସେ ଝାରସୁଗୁଡ଼ା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି ଯାଏଁ ଚାଲିବେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ଅପରାହ୍ନରେ ଓଡ଼ିଶା- ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପତାକା ହସ୍ତାନ୍ତର କରାଯିବ। ତେବେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ରାଉରକେଲାରେ ଜୋରସୋରରେ ଚାଲିଛି। ହଜାର ହଜାର ଲୋକ କଂଗ୍ରେସ ଏହି ଯାତ୍ରାକୁ ସ୍ୱାଗତ କରୁଥିବା ବେଳେ ବିଭିନ୍ନ ସଭା, ସମ୍ମିଳନୀରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି।

    ପାରିତ ହେଲା ୟୁସିସି ବିଲ
    ଫେବୃଆରୀ ୭ ତାରିଖ ବୁଧବାର ଏକ ଐତିହାସିକ ବିଲ ପାରିତ କରିଛି ଉତ୍ତରାଖଣ୍ଡ ବିଧାନସଭା। ବୁଧବାର ସମାନ ନାଗରିକତା ସଂହିତା ବିଲ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବା ସହ ପାରିତ ହୋଇଯାଇଛି। ସ୍ୱାଧିନତ୍ତୋର ଭାରତ ବର୍ଷରେ ଉତ୍ତରାଖଣ୍ଡ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସମାନ ନାଗରିକତା ସଂହିତା ଲାଗୁ ହେବା ସ୍ପଷ୍ଟ ହୋଇଯାଇଛି। କୌଣସି ଧର୍ମକୁ ଖାତିର ନକରି ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପ୍ରତିଷ୍ଠା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସରକାର ଉତ୍ତରାଖଣ୍ଡ ବିଧାନସଭାରେ ସମାନ ନାଗରିକତା ସଂହିତା ବିଲ ଆଗତ କରିଥିଲେ।

    ଆଇସିସି ଟେଷ୍ଟ ମାନ୍ୟତା
    ବିଶାଖାପାଟଣା ଟେଷ୍ଟ୍‌ରେ ଭାରତକୁ ବିଜୟୀ କରାଇଥିବା ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଥିସହିତ ସେ ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ଏହି ସ୍ଥାନରେ ପହଞ୍ଚିଛନ୍ତି। ବୁମ୍‌ରା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତର ଦ୍ରୁତତମ ବୋଲର ଭାବେ ୧୫୦ ୱିକେଟ୍‌ ଅତିକ୍ରମ କରିଥିଲେ। ମ୍ୟାଚ୍‌ରେ ୯ ୱିକେଟ୍‌ (୩/୪୬, ୬/୪୫) ନେଇ ଭାରତକୁ ଜିତାଇଥିବାରୁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହି ସଫଳତା ପରେ ବୋଲର ମାନ୍ୟତାରେ ସେ ୩ସ୍ଥାନ ଉପରକୁ ଉଠି ୧ ନମ୍ବରରେ ପହଞ୍ଚିଥିଲେ ଏବଂ ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ବିନଙ୍କଠୁ ଶୀର୍ଷ ସ୍ଥାନ ଛଡ଼ାଇ ଆଣିଥିଲେ। ପୂର୍ବରୁ ୩୦ ବର୍ଷିୟ ବୁମ୍‌ରା ଶ୍ରେଷ୍ଠ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ଆସିପାରିଥିଲେ। ୩୪ ଟେଷ୍ଟ୍‌ରେ ସେ ୧୦ ଥର ୫ ୱିକେଟ୍‌ ସଫଳତା ପାଇଛନ୍ତି।

    ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ
    ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜର ୨ଟି ମ୍ୟାଚ୍ ଖେଳାଯାଇଛି ଏବଂ ଆଉ ୩ଟି ମ୍ୟାଚ୍ ବାକି ଅଛି। ସିରିଜ୍ ଆରମ୍ଭ ପୂର୍ବରୁ ବିସିସିଆଇ ମାତ୍ର ୨ଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରିଥିଲା। ଏହି ୨ଟି ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଦେଖିବା ପରେ ଅବଶିଷ୍ଟ ମ୍ୟାଚ୍‌ ପାଇଁ ଦଳ ଘୋଷଣା କରାଯିବ। ଏଭଳି ପରିସ୍ଥିତିରେ ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଦଳ ଚିନ୍ତାର ବିଷୟ ପାଲଟିଛି। କେଉଁ ଖେଳାଳି ଭାରତୀୟ ଦଳରେ ସୁଯୋଗ ପାଇବେ ଏବଂ କାହାକୁ ଦଳରୁ ବାଟ ଖୋଜିବାକୁ ପଡ଼ିବ ତାହା ଖୁବ ଶୀଘ୍ର ଜଣା ପଡ଼ିବ। 

    Add Zee News as a Preferred Source
    TAGS:
    Top 10 News Headlines Odisha
    Top 10 News Headlines Odisha Today
    Top 10 News Headlines
    odisha latest news
    odisha news today
    odisha update news
    Odisha Trending News
    Top 10 News Headlines Odisha 8 February
    Top 10 Samachar
    Top 10 news today in odia
    Odia Top 10 News
    Odia Morning News Odia top 10 Morning News
    Odia Afternoon News
    Odia top 10 Afternoon News
    Odia Evening News
    Odia top 10 Evening News 8 February 2024