Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2054800

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

afternoon bulletin Top 10 News Headlines: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଁ ଆଶା କରୁଛି ।

ଫେରିବ ଶୀତ
ପ୍ରବଳ କୁହୁଡ଼ି ଯୋଗୁଁ କଲବଲ ରାଜ୍ୟବାସୀ । ସାରା ଓଡ଼ିଶାରେ ଶୀତର ପ୍ରକୋପ କମିଥିବା ବେଳେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗୁରୁବାର ବିଶେଷ କରି, ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ, ରାୟଗଡ଼ା ଓ ନୟାଗଡ଼ ଆଦି କେତେକ ଜିଲ୍ଲାରେ କୁହୁଡ଼ି ଯୋଗୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଗାମୀ ୨ ଦିନ ପରେ ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଡିସଚାର୍ଜ ହେଲେ ବିଜୟିନୀ
ସୁସ୍ଥ ହୋଇ ମେଡିକାଲରୁ ବାହାରିଲେ ବିଜୟିନୀ। ସମ୍ବଲପୁର ଲାରିପାଲିରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଭୀମସାର ମେଡିକାଲରୁ ଡିସଚାର୍ଜ ହେଲା। ଡିସଚାର୍ଜ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଡିସଚାର୍ଜ ପରେ ଶିଶୁ ଗୃହକୁ ଯିବ ବିଜୟିନୀ। ଗତ ମାସ ୧୨ରେ ଲାରିପାଲି ନିକଟରେ ବୋରୱେଲରୁ ଉଦ୍ଧାର ହୋଇଥିଲା ଏହି ଶିଶୁକନ୍ୟା । ଗତ ମାସ ୧୨ତାରିଖରେ ଲାରିପାଲି ନିକଟରେ ବୋରୱେଲରୁ ଉଦ୍ଧାର ହୋଇଥିଲା ବିଜୟିନୀ’। ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ତାକୁ ବୋରୱେଲ୍‌ରେ ଫିଙ୍ଗି ଦେଇଥିଲା ତାର ଜନ୍ମକଲା ମା’ । କଅଁଳା ଶିଶୁର କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଥିଲେ ।

କେନ୍ଦୁଝରରେ ଚାଲିଛି ପକ୍ଷୀ ଗଣନା
କେନ୍ଦୁଝରରେ ୨୧ଟି ସ୍ଥାନରେ ଚାଲିଛି ପକ୍ଷୀ ଗଣନା। ୨୧ଟି ଟିମରେ ୬୦ ଜଣ ପକ୍ଷୀ ଗଣନାକାରୀ ସାମିଲ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଫୋରେଷ୍ଟ ଡିଭିଜନର ଏସିଏଫ ଜିତେନ୍ଦ୍ର କୁମାର ବେହେରା। କେନ୍ଦୁଝର ପକ୍ଷୀ ଗଣନା ହେଉଥିବା ବିଭିନ୍ନ ସ୍ଥାନ ଗୁଡିକ ମଧ୍ୟରେ ନାଳପଙ୍ଗା ଡ୍ୟାମ, ବଡ଼ଶାସନ ପୋଖରୀ, ଟିକରପଡା ଡ୍ୟାମ, ଚାନ୍ଦିନୀ ପୋଖରୀ, ସାପୁଆ ଡ୍ୟାମ, କୋଡ଼ିପସା ଡ୍ୟାମ, କାନଝାରି ଡ୍ୟାମ, ଜଗଦଳା ଡ୍ୟାମ, ଧୋଳିଆ ବେଡା ଡ୍ୟାମ, ମାନପୁର ଡ୍ୟାମ, କାଳୀମାଟି ଡ୍ୟାମ, କାଣ୍ଡସର ଡ୍ୟାମ, ବଡ଼ଘାଗରା ଜଳଭଣ୍ଡାର, ଖଝୁରିଆ ଡ୍ୟାମ, ଧଣ୍ଡାଧାର ଡ୍ୟାମ, ଖୁଣ୍ଟାପଡା ଡ୍ୟାମ, କାକୁଡ଼ିଆ ଡ୍ୟାମ, ସଲେଇକେନା ଡ୍ୟାମ, ସାଲିମି ଡ୍ୟାମ, ଖିରେଇଟାଙ୍ଗିରି ବଡବନ୍ଧ ଆଦି ସ୍ଥାନରେ ପକ୍ଷୀ ଗଣନା ହେଉଥିବା ବେଳେ ଗଣନା ସରିବା ପରେ ସବିଶେଷ ତଥ୍ୟ ଦିଆଯିବା ନେଇ ସୂଚନା ଦେଇଛନ୍ତି ଏସିଏଫଓ। ତେବେ ଏ ବର୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖାଯିବ ବୋଲି ଆଶା ଥିବା କହିଛନ୍ତି ଏସିଏଫ।

ଆଜିଠୁ ପୁରୀ ପୋଲିସ କବଳରେ ପରିକ୍ରମା ପ୍ରକଳ୍ପର ସୁରକ୍ଷା
ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ତା’ ପୂର୍ବରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ସବୁ କାମ ସାରି ପ୍ରଶାସନକୁ ପରିକ୍ରମାସ୍ଥଳୀ ଆଜି ହସ୍ତାନ୍ତର କରିବ। ପୁରୀ ପୁଲିସ ପ୍ରଶାସନ ଆଜିଠାରୁ ପରିକ୍ରମା ପ୍ରକଲ୍ପ ଉଦଘାଟନ ସରିବା ଯାଏଁ ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବ। ପରିକ୍ରମା ପ୍ରକଳ୍ପ ଚାରିପଟେ ସିସିଟିଭି ସର୍ଭିଲାନ୍ସ ରହିବ।

ଘନ କୁହୁଡ଼ି ବଳରେ ରାଜଧାନୀ
ଘନ କୁହୁଡ଼ି ଯୋଗୁ ଭୁବନେଶ୍ୱରକୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ନିର୍ଦ୍ଧାରିତ ସମୟରେ ଦୁଇ ବିମାନ ଅବତରଣ ନକରିପାରି ଅନ୍ୟ ବିମାନବନ୍ଦରକୁ ଚାଲିଯାଇଥିବା ସୂଚନା ମିଳିଛି। ଏଥିରେ ଏକ ଆନ୍ତର୍ଜାତିକ ବିମାନ ରହିଛି। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ବିମାନ  ଭିତରୁ ଗୋଟିଏ ସିଙ୍ଗାପୁରରୁ ଭୁବନେଶ୍ୱର ଆସୁଥିଲା ଏବଂ ଅନ୍ୟଟି ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ କରିଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ ଦୃଶ୍ୟମାନ ୧୫୦ ମିଟର ରହିଥିବାରୁ ବାଧ୍ୟ ହୋଇ ବିମାନ ଦୁଇଟିକୁ ଅନ୍ୟ ବିମାନ ବନ୍ଦର ଆଡ଼କୁ ପଠାଯାଇଥିଲ। ସକାଳ ୮ଟାରେ ବିମାନବନ୍ଦର ଅବସ୍ଥା ସ୍ୱାଭାବିକ ହେବା ପରେ ବିମାନ ଚଳାଚଳ ବି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି।

କଠୋର ହେଉଛି ବିଏମସି
ରାସ୍ତାରେ ଗାଈ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି: ରାଜ ରାସ୍ତାରେ କୌଣସି ବୁଲା ପଶୁ ଅର୍ଥାତ୍‌ ଗାଈ ଗାଈ, ଷଣ୍ଢ, ମଇଁଷି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳେ ତାହେଲେ ଭୁବନେଶ୍ୱର ମହାନଗର ନିଗମ ଏହାକୁ ସିଧାସଳଖ ଉଠାଇ ନେବ। ଏ ସମ୍ପର୍କରେ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ଆବଶ୍ୟକୀୟ ନିର୍ଦ୍ଦେଶନାମା କରାଯାଇଛି। ଯଦି ଥରେ କୌଣସି ଗାଈ ଗୋରୁ ଧରାପଡ଼ନ୍ତି ପରେ ତାକୁ ଆଉ ତାହାର ମାଲିକଙ୍କୁ ଫେରସ୍ତ କରାଯିବ ନାହିଁ। ହେଲେ ଦୁହାଁଳିଆ ଗାଈ କ୍ଷେତ୍ରରେ ନିୟମ କିଛି ମାତ୍ରାରେ କୋହଳ କରିବାକୁ ଜଣାଇଛି ବିଏମସି। ଅର୍ଥାତ ଯଦି ରାସ୍ତାରେ କୌଣସି ଦୁହାଁଳିଆ ଗାଈ ବୁଲିବା ଅବସ୍ଥାରେ ଧରାପଡ଼େ ତାହେଲେ ଗାଈ ମାଲିକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବ ଭୁବନେଶ୍ୱର ମହାନଗର ନିଗମ। 

ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା
ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନ ୨ଟା ୫୦ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନରେ ୬.୧ ତୀବ୍ରତାର ଏକ ଭୂକମ୍ପ ହେବା ପରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଉତ୍ତରପୂର୍ବରେ ୨୪୧ କିମି ଦୂରରେ ଥିଲା ବୋଲି ଜଣାପଡ଼ିଛି।  

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ
ଜାନୁଆରୀ ୩୧ରୁ ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ସଂସଦର ବଜେଟ୍ ଅଧିବେଶନ। ଫେବ୍ରୁଆରୀ ୧ ତାରିଖରେ କାମଚଳା ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ଅଧିବେଶନର ପ୍ରଥମ ଦିନ ଜାନୁଆରୀ ୩୧ରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବଜେଟରେ ଆଖିଦୃଶିଆ ଯୋଜନା ଆଣିପାରନ୍ତି କେନ୍ଦ୍ର ସରକାର।

ଆଜି ଭାରତ- ଆଫଗାନିସ୍ତାନ ଟି-୨୦ 
ଆଜି ସନ୍ଧ୍ୟା ୭ଟାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି ୨୦ ଖେଳାଯିବ । ତେବେ ଆଜି ଖେଳରେ କ୍ରିକେଟ ପ୍ରେମିଙ୍କୁ ସାମାନ୍ୟ ନିରାଶ ହେବାକୁ ପଡିବ । କାରଣ ବ୍ୟକ୍ତିଗତ କାରଣ ପାଇଁ ପ୍ରଥମ ମ୍ୟାଚ୍ ଖେଳିବେନି କୋହଲି । ଆଜିର ମ୍ୟାଚ ବିଣ୍ଡ୍ରା ଷ୍ଟାଡିୟମ ମୋହଲିରେ ଅନୁଷ୍ଠିତ ହେବ ।