Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1994056

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1- ୧୧ ପର୍ବତାରୋହୀଙ୍କ ମୃତ୍ୟୁ: ଆଗ୍ନେୟ ଉଦ୍‌ଗୀରଣ କାରଣରୁ ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏଥି ସହିତ ଅନେକ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିବା ସମୟରେ କିଛି ଜଣଙ୍କର ସନ୍ଧାନ ମିଳୁନାହିଁ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି । ସ୍ଥାନୀୟ ଅଞ୍ଚଳରେ ପାଉଁଶ ଉଡୁଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।

2- କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ? : ରାଜସ୍ଥାନ ନିର୍ବାଚନ ଫଳ ବାହାରିବା ପରେ ବିଜେପି ଖୁବ ଚମତ୍କାର ଢଙ୍ଗରେ ବିଜୟଲାଭ କରିଛି । କିନ୍ତୁ ବର୍ତ୍ତମାନ କଥା ଉଠୁଛି ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ୱ କାହାକୁ ମିଳିବ । ଏନେଇ ସବୁଠି ଚର୍ଚ୍ଚା ଆଲୋଚନା ମଧ୍ୟ ଜୋର ଧରିଛି । କୁହାଯାଉଛି ଯେ, ଦଳର ମୁଖିଆ ହିଁ ସ୍ଥିର କରିବେ କିଏ ନେବ ଦାୟିତ୍ୱ । ଅନ୍ୟପଟେ ବାବା ବାଳକନାଥ ମୁଖ୍ୟମନ୍ତ୍ରୀ ହେବା ନେଇ ଅଧିକ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

3- ମିଜୋରାମରେ ସରକାର ଗଢିବ ଜେଡ୍‍ପିଏମ୍‍! : ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଛି। ୪୦ଟି ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ଲାଗି ଆବଶ୍ୟକ ମ୍ୟାଜିକ୍‍ ସଂଖ୍ୟା ୨୧କୁ ଟପି ମିଜେରାମରେ ବିରୋଧୀ ଦଳ ଆସନ ଗ୍ରହଣ କରିଥିବା ଜୋରାମ ପିପୁଲ୍ସ ମୁଭ୍‍ମେଣ୍ଟ ( ଜେଡ୍‍ପିଏମ୍‍) ସରକାର ଗଠନ ଲାଗି ପ୍ରସ୍ତୁତି ହେଉଛି। ଅର୍ଥାତ୍‍ ସରକାରୀ ଦଳ ମିଜୋ ନ୍ୟାସନାଲ୍‍ ଫ୍ରଣ୍ଟ ଲୋକଙ୍କ ଆସ୍ଥା ହରାଇଛି ତଥା ଏହି ରାଜ୍ୟରେ ମଧ୍ୟ ସରକାର ବିରୋଧୀ ତତ୍ତ୍ୱ ସରକାରୀ ଦଳକୁ ବିରୋଧୀ ଦଳ ଆସନରେ ବସାଇଛି।

4- ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ: ସୋମବାର ତେଲେଙ୍ଗାନାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡି଼ଛି । କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏନେଇ ତଦନ୍ତ ଜାରି ରହିଥିବା ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି  ।

5- ସ୍ୱାମୀଙ୍କୁ ଖୋଜୁଛନ୍ତି ବାଂଲାଦେଶୀ ଯୁବତୀ: ବାଲେଶ୍ୱର ଭୋଗରାଇ ବ୍ଳକ୍‌ ବୁଢ଼ାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜ ନାମକ ଯୁବକ ବାଂଲାଦେଶର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ବିବାହ କରି ଧୋକା ଦେଇଥିବାର ଅଭିଯୋଗ ଆସିଛି । ପ୍ରଥମେ ଅନଲାଇନରେ ବନ୍ଧୁତା ଓ ପରେ ପ୍ରେମରେ ପଡିଥିଲେ ଉଭୟେ । ବାଂଲାଦେଶ ଯାଇ ପ୍ରେମିକାଙ୍କୁ ଭେଟିବା ସହିତ ସେଠାରେ ମୁସଲିମ ପରମ୍ପରା ଅନୁଯାୟୀ ତାଙ୍କୁ ବିବାହ କରିଥିଲେ ବିରେନ୍ଦ୍ର । ପରେ ପାଖାପାଖି ୫ ବର୍ଷ ସେମାନେ ଏକାଠି ରହିଥିଲେ କିନ୍ତୁ ପରେ ଯୁବତୀଙ୍କୁ ଛାଡି ଓଡ଼ିଶା ଫେରିଆସିଥିଲେ ବିରେନ୍ଦ୍ର । ବର୍ତ୍ତମାନ ଯୁବତୀ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

6- ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା: କାର୍ତ୍ତକ ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇଥିବା କଟକ ଐତିହାସିକ ବାଲିଯାତ୍ରା ଆଜି ଶେଷ ଦିନ ଥିଲା । କିନ୍ତୁ ବାଲିଯାତ୍ରା ପ୍ରତି ଲୋକଙ୍କ ଉତ୍ସାହ ଓ ଆଗ୍ରହକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ଜିଲ୍ଲା ପ୍ରଶାସନକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

7- ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ବଡ଼ଠାକୁର: ମଙ୍ଗଳବାର ପ୍ରଥମାଷ୍ଟମୀ । ନୂଆ ଡ୍ରେସ ପିନ୍ଧି ପିଠାପଣା ଖାଇ ପୋଢୁଆଁ ହେବେ ଘରର ବଡ଼ ପୁଅ ଓ ଝିଅ । ସେପଟେ ମାର୍ଗଶୀର ଅଷ୍ଟମ ତିଥିରେ ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ଠାକୁର । ପ୍ରଥମାଷ୍ଟମୀ ଉପଲକ୍ଷେ ନିଆଳି ଶ୍ରୀମାଧବ ପୀଠରୁ ଶ୍ରୀକ୍ଷେତ୍ର ଯାଇଛି ପୋଢୁଆଁ ଭାର ।

8- ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ:  ଆଜି ପବିତ୍ର ମାର୍ଗଶୀର ମାସ କୃଷ୍ଣପକ୍ଷ ସପ୍ତମୀ ତିଥି। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ପଇତାଲାଗି ନିତି ଅନୁଷ୍ଠିତ ହେବ।  ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଏହି ନିତି ସମୟରେ ପ୍ରାୟ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।  ଏଥିପାଇଁ ଅପରାହ୍ନ ୫ ଟା ଠାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ  ସୂଚନା ଦିଆଯାଇଛି । 

9- ଭୀଷଣ ବାତ୍ୟାର ରୂପ ନେଲା ‘ମିଗଜୋମ’: ବାତ୍ୟା ମିଗଜୋମ ପ୍ରଭାବ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପଶ୍ଚିମ ଭାଗରେ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। ତାମିଲନାଡୁ ରାଜଧାନୀ ଚେନ୍ନାଇ ଓ ଏହାର ଆଖପାଖ ଜିଲ୍ଲାରେ ଆଜିଠାରୁ ବର୍ଷା ଆରମ୍ଭ ହେବାରେ ଲାଗିଛି। ବାତ୍ୟାର ପ୍ରଭାବକୁ ନଜରରେ ରଖି ପୁଡୁଚେରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଆଇପିସି ଧାରା ୧୪୪ ଲାଗୁ କରାଯାଇଛି । ଦେଶର ୪ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପୁଡୁଚେରୀରେ ଏହି ବାତ୍ୟାର ସର୍ବାଧିକ ପ୍ରଭାବ ରହିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର।

10- ରାଜ୍ୟର ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ: ବାତ୍ୟା ପ୍ରଭାବରେ ଆଜିଠାରୁ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ କୋହଲା ପାଗ ଦେଖିବାକୁ ମିଳିଛି। ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସେସବୁ ସ୍ଥାନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ୭ ରୁ ୧୧ ସେ.ମି ବର୍ଷା ହୋଇପାରେ। ୫ ଓ ୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାମାନଙ୍କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Also Read- ମହଙ୍ଗା ପଡିଲା ଅନଲାଇନ୍ ପ୍ରେମ, ବାଂଲାଦେଶରୁ ବାଲେଶ୍ୱର ଆସିଲେ ଯୁବତୀ

Also Read- ମଣିଷ ସ୍ୱରକୁ କିପରି ଅନୁକରଣ କରେ ଶୁଆ ? ଗଳାରେ ଏପରି କଣ ଥାଏ?