RIP: ଆଉ ନାହାନ୍ତି ଏହି ମହାନ ଓଡ଼ିଆ କଳାକାର, ପ୍ରଶଂସକଙ୍କ ଆଖିରେ ଲୁହ
Advertisement
Article Detail0/zeeodisha/odisha2378908

RIP: ଆଉ ନାହାନ୍ତି ଏହି ମହାନ ଓଡ଼ିଆ କଳାକାର, ପ୍ରଶଂସକଙ୍କ ଆଖିରେ ଲୁହ

ଅଲେଖଙ୍କ ଘର ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ଗାଁରେ । ଅଲେଖଙ୍କ ମୃତ୍ୟୁରେ କେବଳ ଗାଁରେ ନୁହେଁ ବରଂ ତାଙ୍କୁ ଜାଣିଥିବା ପ୍ରତିଟି ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । 

RIP: ଆଉ ନାହାନ୍ତି ଏହି ମହାନ ଓଡ଼ିଆ କଳାକାର, ପ୍ରଶଂସକଙ୍କ ଆଖିରେ ଲୁହ

କଟକ: କଳାକାରଙ୍କ ପ୍ରତି ଥାଏ ସମସ୍ତଙ୍କର ଆଦର । ନିଖୁଣ କଳା ପାଇଁ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତି କଳାକାର । ଟିଭି ପରଦା ହେଉ ଅବା ସିଲଭର ସ୍କ୍ରିନ, ବା ସେ ଯାତ୍ରା ମଞ୍ଚ ହେଉ କି ପୌରାଣିକ ନାଟକ ପରିବେଷଣ ସବୁଠି ଦେଖିବାକୁ ମିଳେ କଳାକାରଙ୍କ ହୃଦୟସ୍ପର୍ଶୀ ଅଭିନୟର ଯାଦୁ। କୁହାଯାଏ କଳାକାରର କେବେ ମୃତ୍ୟୁ ନାହିଁ କାରଣ ତାର କଳା ଚିରଦିନ ପାଇଁ ରହିଯାଏ ଲୋକଙ୍କ ହୃଦୟରେ । ଯେବେ ଜଣେ କଳାକାରର ମୃତ୍ୟୁ ହୁଏ ସେତେବେଳେ କେବଳ କଳା ଜଗତ ନୁହେଁ ବରଂ ତାକୁ ଜାଣିଥିବା ଏବଂ ତା କଳାକୁ ଭଲ ପାଉଥିବା ପ୍ରତିଟି ମଣିଷର ଆଖିରୁ ଝରିଥାଏ ଅଶ୍ରୁ ।

ରାଜ୍ୟର ଜଣେ ସୁନାମଧନ୍ୟ କଳାକାର ଅଲେଖ ଚନ୍ଦ୍ର ବଳଙ୍କ ପରଲୋକ ହୋଇଯାଇଛି । ୯୨ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । ଅଲେଖଙ୍କ ଘର ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ଗାଁରେ । ଅଲେଖଙ୍କ ମୃତ୍ୟୁରେ କେବଳ ଗାଁରେ ନୁହେଁ ବରଂ ତାଙ୍କୁ ଜାଣିଥିବା ପ୍ରତିଟି ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଅଲେଖ ପିଲାଟିଦିନୁ କଳାପ୍ରତି ଆଗ୍ରହ ପ୍ରକାଶ କରି ପାଲା ଗାୟକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । କେବଳ ନିଜ ଅଞ୍ଚଳ ନୁହେଁ ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସେ ପାଲା ପରିବେଷଣ କରି ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଏଥିସହିତ ସେ ମହିମା ମହାପୁରୁଷ ମଠର ମଠାଧୀଶ ମଧ୍ୟ ଥିଲେ । ସ୍ୱର୍ଗତ ଅଲେଖ ଚନ୍ଦ୍ର ବଳ ଜଣେ ପରୋପକାରୀ, ଆଧ୍ୟାତ୍ମିକବାଦୀ ଏବଂ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳବାସୀ ଗଭୀର ଶୋକପ୍ରକାଶ କରିଛନ୍ତି । ସରପଞ୍ଚ ରାଜକିଶୋର ବଳ ଏବଂ ସମିତିସଭ୍ୟ ସୁରେନ୍ଦ୍ର ମହାନ୍ତିଙ୍କ ସମେତ ଅନେକ ବରିଷ୍ଠ ପ୍ରଶାସନିକ ବ୍ୟକ୍ତିବିଶେଷ ପହଞ୍ଚି ପରିବାରକୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ଅଲେଖ ବଳଙ୍କ ମର ଶରୀରକୁ ମଠ ପରିସରରେ ସମାଧି ଦିଆଯାଇଥିଲା । ପୁଅ ଅରବିନ୍ଦ ବଳ ପ୍ରଥମେ ମାଟି ଅନୁକୂଳ କରିଥିଲେ ।

Also Read- ମମତା ବାନାର୍ଜୀଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Also Read- Mangal Gochar 2024: ୨ ସପ୍ତାହ ପର୍ଯ୍ୟନ୍ତ ଚିନ୍ତାରେ ରହିବେ ଏହି ୫ରାଶିର ବ୍ୟକ୍ତି