Top 10 News: NIRF Ranking 2024 ଅପଡେଟ୍ ସହ ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2380395

Top 10 News: NIRF Ranking 2024 ଅପଡେଟ୍ ସହ ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ଅପରାହ୍ମର ୧୦ଟି ବଡ଼ ଖବର

Top 10 News: NIRF Ranking 2024 ଅପଡେଟ୍ ସହ ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Top 10 News Today: 

01- ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ହିଂସା ଓ ନିର୍ଯାତନାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଲୋକ । ଆଜି ଏ ସମ୍ପର୍କରେ ହିନ୍ଦୁ ଯୁବଗୋଷ୍ଠୀ ଏବଂ ଛାତ୍ର ସଂଗଠନ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ । ସେପଟେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଆଲର୍ଟ ରହିଛନ୍ତି ରାଜ୍ୟ ସରକାର । ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଉଭୟ ଜଳ ଓ ସ୍ଥଳପଥରେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଛି । ପୋଲିସ ଓ କୋଷ୍ଟଗାର୍ଡକୁ ମଧ୍ୟ ଆଲର୍ଟ କରାଯାଇଛି ।

02- କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବର୍ତ୍ତମାନ ଧିରେ ଧିରେ ଆନ୍ଦୋଳନ ତେଜିବାରେ ଲାଗିଛି । ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲିଥିବା ଦେଖିବାକୁ ମିଳିଛି । ସେପଟେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ । ପୀଡିତାଙ୍କ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ଦାବି କରିଛନ୍ତି ସମସ୍ତେ ।

03- NIRF ranking 2024: ଆଜି ଦେଶର ସର୍ବୋର୍ତ୍ତମ ୧୦ଟି ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟର ନାମ ପ୍ରକାଶ ପାଇଛି । ଯେଉଁଥିରେ ୦୧ ନମ୍ୱର ସ୍ଥାନ ପାଇଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜୀ ମାଡ୍ରାସ ଏବଂ ୨ ନମ୍ୱରରେ ଆଇଆଇଟି ଦିଲ୍ଲୀ ରହିଥିବା ସମୟରେ ୩ ନମ୍ୱରରେ ରହିଛି ଆଇଆଇଟି ବମ୍ୱେ । ସେହିପରି ବେଙ୍ଗଲୁରର ଇଣ୍ଡିଆନ ଇନଷ୍ଟିଚ୍ୟୁଚ ଅଫ୍ ସାଇନ୍ସ ୧ ନମ୍ୱରରେ ରହିଥିବା ସମୟରେ ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭରସିଟି ୨ ନମ୍ୱରରେ ରହିଛି ।

04-  ନିର୍ବାଚନ ସମୟରେ ଅନିୟମିତତା ହୋଇଥିବା ମାମଲାରେ ୨ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍ ଜାରି ହୋଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ୍ ହୋଇଥିବା ସୂଚନା ମିଳିଛି । ନାମାଙ୍କନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ନୋଟିସ୍ ହୋଇଛି । ସେପ୍ଟେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି ।

05- ବିଜେପି ନିଜର ନିର୍ବାଚନ ପ୍ରତିଶୃତି ପାଳନ କରୁନାହିଁ। ଯେଉଁ ଆଶା ଓ ଆକାଂକ୍ଷା ନେଇ ଜନସାଧାରଣ ବିଜେପିକୁ ରାଜ୍ୟରେ ସରକାର ଗଠନ ଲାଗି ବହୁମତ ଦେଇଛନ୍ତି ତାହାକୁ ସମ୍ମାନ ଜଣାଉ ନାହିଁ ସରକାରୀ ଦଳ। ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଏନେଇ ସେ ସାରା ରାଜ୍ୟରେ ଜନ ସଚେତନତା ବୃଦ୍ଧି କରିବେ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସରକାରୀ ଦଳକୁ ସମାଲୋଚନା କରି ନବୀନ କହିଛନ୍ତି ‘୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ। ଏହାର ଅର୍ଥ ବିଜେପିର ପ୍ରତିଶୃତି ପାଣିର ଗାର’। 

06- ପୂର୍ବତନ ଜେଲ ବିଭାଗର ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କର ଗତକାଲି ରାତିରେ ଏମସରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ରହି ସେ ଏମସରେ ଚିକିତ୍ସାଧିନ ରହିଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସୂଚନାଯୋଗ୍ୟ ୨୦୦୬ ମସିହାରେ ଜଣେ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ ମାମଲା ପରେ ବିତ୍ତିହୋତ୍ର ଚର୍ଚ୍ଚାରେ ରହିଥିଲେ। ରାଜସ୍ଥାନ ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ବେଳେ ବିତ୍ତିଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଥିଲା।

07- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଶ୍ରୀ ମାଝୀ ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ଦେବେ। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ କେତେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ବଙ୍କୁ ଏହି ଗସ୍ତ ସମୟରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ଜାତୀୟ ରାଜପଥର ବିକାଶ ନେଇ ଆଲୋଚନା କରିବେ ବୋଲି ସୂଚନା ରହିଛି।

08-  ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ବରରେ ୭ଟି ଓ ଝାରସୁଗୁଡ଼ାରେ ୩ଟି ଫ୍ଲାଟ ରହିଥିବା ଜଣାପଡିଛି । ଭୁବନେଶ୍ବର, କଟକ ଓ ଜଟଣୀରେ ରହିଛି ୭ଟି ପ୍ଲଟ । ୨.୭ କୋଟିର ବ୍ୟାଙ୍କ ଜମା, ପ୍ରାୟ ଦେଢ଼ କେଜି ସୁନା ଜବତ ହୋଇଛି । ଏଥିସହ ନଗଦ ୬ ଲକ୍ଷ ଟଙ୍କା, ମର୍ସିଡିଜ୍ ସମେତ ୨ଟି ଦାମୀ କାର୍ ଥିବା ଜଣାପଡିଛି । ରୋଲେକ୍ସ ଭଳି ୧୩ ଲକ୍ଷର ବ୍ରାଣ୍ଡେଡ୍ ହାତ ଘଣ୍ଟା ମଧ୍ୟ ରହିଛି ।

09- ରବିବାର ଦିନ ହରିୟାଣାର ଅନେକ ଖାପ ପଞ୍ଚାୟତ ମହିଳା ରେସଲର ବିନେଶ ଫୋଗାଟଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ପୂର୍ବରୁ ଭିନେଶଙ୍କୁ ୧୦୦ ଗ୍ରାମ ଅଧିକ ଓଜନ ହେତୁ ଅଯୋଗ୍ୟ କରାଯାଇଥିଲା। ଖାପ ପଞ୍ଚାୟତ (ଜାତି ଆଧାରରେ) ହରିୟାଣାର ଚାରଖୀ ଦାଦ୍ରିରେ ‘ସର୍ବ ଖାପ ମହାପଞ୍ଚାୟତ’ ଅନୁଷ୍ଠିତ ହୋଇଥିଲା। କୁସ୍ତିରୁ ଅବସର ନେବାକୁ ତାଙ୍କ ନିଷ୍ପତ୍ତି ସମୀକ୍ଷା କରିବାକୁ ସମସ୍ତେ ବିନେଶଙ୍କୁ ନିବେଦନ କରିଥିଲେ। 

10- ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ନୂଆପଡ଼ା, ବରଗଡ଼, ସମ୍ୱଲପୁର, ବଲାଙ୍ଗିର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ୱଲପୁର, ସୁନ୍ଦରଗଡ଼, ବାଲେଶ୍ୱର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ବିଜୁଳି ଘଡଘଡି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । 

Also Read- Guru Gochar 2024: ମୃଗଶୀରା ନକ୍ଷତ୍ରରେ ବୃହସ୍ପତି ଚଳନ, ବଦଳିବ ୩ ରାଶିର ଭାଗ୍ୟ