Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Trending Photos
Top 10 News Today
Headlines 01- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ତଥା ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭା ପଦରୁ ଇସ୍ତଫା ପ୍ରଦାନ କରିବା ପରେ ଦଳରୁ ବହିଷ୍କାର କରିଛି ବିଜେଡି। ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ଏକ ଇସ୍ତାହାର ମାଧ୍ୟମରେ ଜଣାଇ ଦିଆଯାଇଛି।
Headlines 02- ବିଜେଡି ଛାଡ଼ିବାର ମାତ୍ର କିଛି ସମୟ ମଧ୍ୟରେ ଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି ସୁଜିତ କୁମାର। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତରେ ସୁଜିତ୍ ବିଜେପିରେ ଯୋଗ ଦେଇଛନ୍ତି।
Headlines 03- ବିଜେପିରେ ଯୋଗ ଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ସୁଜିତ କୁମାର । ସେ କହିଛନ୍ତି ଯେ, ବିଜେଡିରେ ରହି ମୁଁ ମୋର ସ୍ୱପ୍ନ ପୁରଣ କରିପାରିଲି ନାହିଁ ତେଣୁ ଆଜି ବିଜେପିରେ ସାମିଲ ହେଲି । ବିଜେଡି ଆଉ ମୋର ସେବା ଆବଶ୍ୟକ କରୁନଥିବା ଅନୁଭବ କଲି ସେଥିପାଇଁ ଏଭଳି କଠିନ ନିଷ୍ପତ୍ତି ନେଇଛି । ଦୁର୍ନୀତି ସଂପର୍କରେ ଦଳ ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରି ବହୁବାର ମୁଁ ବିଫଳ ହୋଇଥିଲି । ଶେଷରେ ବାଧ୍ୟ ହୋଇ ଦଳ ଛାଡ଼ିଲି ବୋଲି ସୁଜିତ୍ କହିଛନ୍ତି ।
Headlines 04- କେନିଆର ଏକ ବିଦ୍ୟାଳୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ହଷ୍ଟେଲରେ ନିଆଁ ଲାଗି ୧୭ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିବାର ଖବର ସାମ୍ନାକୁ ଆସିଛି। ୧୩ ଜଣ ଛାତ୍ର ଗୁରୁତର ଭାବେ ପୋଡି ଯାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ମୁଖପାତ୍ର ରେସିଲା ଓନିଆଙ୍ଗୋ ଏହି ଦୁର୍ଘଟଣାକୁ ନେଇ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ହଷ୍ଟେଲରେ ନିଆଁ ଲିଭାଇ ଦିଆଯାଇଛି।
Headlines 05- ବିନେଶ ଫୋଗାଟ କଂଗ୍ରେସରେ ଯୋଗଦେବା ପୂର୍ବରୁ ରେଳବାଇ ଚାକିରିରୁ ଇସ୍ତପା ଦେଇଛନ୍ତି। ସେ ଏହି ସୂଚନା ମଧ୍ୟ ସେୟାର କରିଛନ୍ତି। ସେ X ରେ ପୋଷ୍ଟ କରି କହିଛନ୍ତି, "ଭାରତୀୟ ରେଳବାଇ ସେବା ମୋ ଜୀବନରେ ଏକ ସ୍ମରଣୀୟ ତଥା ଗର୍ବର ସମୟ ଅଟେ। ମୋ ଜୀବନର ଏହି ମୋଡରେ ମୁଁ ରେଳ ସେବା ଠାରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛି ଏବଂ ଭାରତୀୟ ରେଳବାଇର ଦକ୍ଷ ଅଧିକାରୀଙ୍କ ନିକଟରେ ମୋର ଇସ୍ତଫା ପତ୍ର ଦାଖଲ କରିଛି। ରାଷ୍ଟ୍ରର ସେବାରେ ମୁଁ ରେଳବାଇ ମୋତେ ଦେଇଥିବା ଏହି ସୁଯୋଗ ପାଇଁ ମୁଁ ସର୍ବଦା ଭାରତୀୟ ରେଳ ପରିବାରକୁ କୃତଜ୍ଞତା ଜଣାଇବି। "
Headlines 06- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କୁ ଭିଜିଲାନ୍ସ ଧରିଛି। ତାଙ୍କର କେନ୍ଦୁଝର ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ଉ ଜାରି ରଖିଛି। ଏଥିସହ ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ଉ ଜାରି ରହିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଠୁଳ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛନ୍ତି।
Headlines 07- ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ଖାଲି ପଡିଥିବା ସିଟ୍ ରେ ଏହି ନାମଲେଖା କରାଯିବ। ସେପ୍ଟେମ୍ବର ୧୩ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ସାମସ୍ ଓ୍ବେବସାଇଟ୍ ମାଧ୍ୟମରେ ଇଚ୍ଛକ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ୨୦ ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୧ରୁ ୨୪ ତାରିଖ ମଧ୍ୟରେ ନାମଲେଖା ହେବ। ସେପ୍ଚେମ୍ବର ୨୬ରେ ଚୟନ ହୋଇ ନଥିବା ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ଅକ୍ଟୋବର ୩ରେ ସ୍ପଷ୍ଟ ନାମଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇବ। ୪ରୁ ୫ ମଧ୍ୟରେ ନାମଲେଖା ହେବ। ଆଉ ବଳକା ସିଟ୍ ରେ ଲିଖିତ ଦରଖାସ୍ତ ପଞ୍ଜୀକରଣ ଅକ୍ଟୋବର ୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୩ ଟା ଯାଏଁ ହେବ। ସେହିଦିନ ଅପରାହ୍ନ ସାଢେ ୪ଟାରେ ମେଧା ତାଲିକା ପ୍ରକାଶ ପାଇବ। ୮ରୁ ୯ ତାରିଖ ମଧ୍ୟରେ ନାମଲେଖା ହେବ।
Headlines 08- ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ବିଭିନ୍ନ ଜନସେବା କେନ୍ଦ୍ର ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାର କୌଣସି ଡେଡ ଲାଇନ୍ ନାହିଁ। ତେଣୁ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକତା ନାହିଁ । ସୁଭଦ୍ରା ଯୋଜନା କରାଇ ଦେବାକୁ ଯଦି କେହି ଟଙ୍କା ମାଗନ୍ତି ତା ହେଲେ ତୁରନ୍ତ ଫୋନ କରନ୍ତୁ ବୋଲି ପ୍ରଭାତି ଜଣାଇଛନ୍ତି ।
Headlines 09- ବିଧାନସଭାରେ ଆଜି ରେଭେନ୍ସା ବିବାଦ ଦେଖିବାକୁ ମିଳିଛି । ଗୃହ ବିଜେଡିର ନେତା ପ୍ରବଳ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡିୟମ୍ ତଳେ ନାରାବାଜି କରିଥିଲେ । ତେଣୁ ବାଚସ୍ପତି ଗୃହକୁ ଦିନ ୧୨ଟା୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଅନ୍ୟପଟେ ରେଭେନ୍ସା କଳି ମାମଲାରେ ୩ ବିଜେଡି ନେତାଙ୍କ ବିରୋଧରେ ମାମଲା ହୋଇଛି । ରେଭେନ୍ସା ଛାତ୍ରଙ୍କ ଅଭିଯୋଗ ପରେ ମାଲଗୋଦାମ ଥାନାରେ ମାମଲା ହୋଇଥିବା ସୂଚନା ରହିଛି ।
Headlines 10- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି। ଆଜି ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ରାୟଗଡ଼ା, ଗଞ୍ଜାମ, ଗଜପତି, ଜଗତସିଂହପୁର,କୋରାପୁଟ କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି । ଏହିସବୁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି।
Also Read- Weekly Horoscope: ସେପ୍ଟେମ୍ୱର ୯ରୁ ୧୫ କେମିତି କଟିବ ଆଗାମି ସପ୍ତାହ ? ଜାଣନ୍ତୁ ଆପଣଙ୍କ ରାଶିଫଳ