Top 10 News Today: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର କମାଲ, ପଢ଼ନ୍ତୁ ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2360791

Top 10 News Today: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର କମାଲ, ପଢ଼ନ୍ତୁ ୧୦ ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଦିନର ୧୦ ବଡ଼ ଖବର

Top 10 News Today: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର କମାଲ, ପଢ଼ନ୍ତୁ ୧୦ ପ୍ରମୁଖ ଖବର

Top 10 News Today: 

01- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସପକ୍ଷରେ ଇଣ୍ଡି ମେଣ୍ଟ ହୋଇଛି । ଦିନକୁ ଦିନ କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଆଜି ନୂଆଦିଲ୍ଲୀରେ ଇଣ୍ଡି ମେଣ୍ଟର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

02-କେରଳ ୱାଏନାଡରେ ଭୟଙ୍କର ଭୁସ୍ଖଳନ ପରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସୁରକ୍ଷା କର୍ମୀ । ମୃତ୍ୟୁସଂଖ୍ୟା ବଢୁଥିବା ସମୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ଜଣଙ୍କର ଜୀବନ ଯାଇଛି । ଏଥିସହ ପାଖାପାଖି ୨୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହୁରି ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ତେବେ ଏହି ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ଅଛନ୍ତି । ନିଖୋଜ ଡାକ୍ତରଙ୍କ ନାମ ବିଷ୍ଣୁପ୍ରସାଦ ଚିନାରା । ତାଙ୍କ ଘର କଟକ ଚୌଦ୍ୱାର ହାଉସିଂ ବୋର୍ଡ ଅଞ୍ଚଳରେ । ପୁଅ ନିଖୋଜ ସମ୍ପର୍କରେ ବାପା ଅମର ଚିନାରା ସୂଚନା ଦେଇ କହିଛନ୍ତି ଯେ, ପୁଅବୋହୂ ତାଙ୍କ ଦୁଇ ବନ୍ଧୁଙ୍କ ସହ ମିଶି ୨୬ରେ କେରଳ ଯାଇଥିଲେ ।

03- ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଆଜି ଇଞ୍ଜିନିୟରିଂ ସେବା ପରୀକ୍ଷା (ମେନ୍ସ)  ଫଳାଫଳ ପ୍ରକାଶ କରିଛି ।  ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏହି ପରୀକ୍ଷା ଜୁନ୍ ମାସରେ ଅନୁଷ୍ଠିତ ହୋଇଥିଲା । ଇଞ୍ଜିନିୟରିଂ ସେବା ପରୀକ୍ଷା (ମେନ୍ସ) ଆୟୋଗ ଦ୍ୱାରା ୨୩ ଜୁନ୍ ୨୦୨୪ ରେ କରାଯାଇଥିଲା।

04- ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡି ତଥା ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣାରେ ଦକ୍ଷିଣ ପୂର୍ବ ରେଳପଥ ସହାୟତା ଘୋଷଣା କରିଛି । ରାଉରକେଲାର ୨ ମୃତକ ଅଜିତ ସାମଲ ଓ ବିକାଶ ରାଓଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ଗୁରୁତରଙ୍କୁ ୫ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ମିଳିବ ।

05-  ଭାରତୀୟ ସୁଟର ମନୁ ଭାକର ଆଜି ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି। ଭାରତ ପାଇଁ ଦ୍ୱିତୀୟ ପଦକ ହାସଲ କରି ଦେଶବାସୀଙ୍କୁ ଖୁସି କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ ସୁଟିଂର ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ମନୁ । ତାଙ୍କ ସହ ଥିଲେ ପାର୍ଟନର ସରବଜୋତ୍ ସିଂହ । କୋରିଆ ସୁଟରଙ୍କୁ ପରାସ୍ତ କରି ମନୁ-ସରବଜୋତ୍ ଯୋଡ଼ି ରେକର୍ଡ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବା ପରେ ମନୁ ଭାକରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଦେଶବାସୀ ।

06- ରାଜ୍ୟ ସରକାରଙ୍କ  ପ୍ରଥମ ବଜେଟ୍‍କୁ ‘ନେମ ଚେଞ୍ଜିଂ’ ବଜେଟ ବୋଲି କହି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପାଲଟା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ବିଧାନସଭାରେ ବଜେଟ୍‍ ଆଲୋଚନାର ଉତ୍ତର ରଖିବା ବେଳେ ପୂର୍ବ ସରକାରଙ୍କ କାର୍ଯ୍ୟ କିପରି ପ୍ରହେଳିକା ସୃଷ୍ଟି କରିଥିଲା ତାହାର ଗୋଟିଏ ଗୋଟିଏ ଉଦାହରଣ ରଖିଥିଲେ ମୋହନ। ସେ କହିଛନ୍ତି ଭୋଟ୍‍କୁ ଆଖିରେ ରଖି ଜନସାଧାରଣଙ୍କୁ ମିଛ ପ୍ରହେଳିକା ଦେଖାଉଥିଲେ। ଇଂରେଜୀ ନାଁ ଦେଇ ଓଡ଼ିଆଙ୍କ ଅସ୍ମିତାକୁ ମାରୁଥିଲେ। ଏହା ସହ ନବୀନ ସରକାରଙ୍କ ପ୍ରମୁଖ ପ୍ରହେଳିକା ବା ‘ଜୁମଲା’କୁ ମଧ୍ୟ ସାମ୍ନାକୁ ଆଣିଥିଲେ। 

07- ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରେ ଆରମ୍ଭ ହୋଇଛି CRPF ଯବାନଙ୍କ ମିଳିତ କମ୍ବିଂ ଅପରେସନ । କମ୍ୱିଂରେ ସାମିଲ ହୋଇଛନ୍ତି ୪୫୦ CRPF ଯବାନ ।   ଶିକାରୀ ଓ କାଠ ମାଫିଆମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ପ୍ରତିକୂଳ ପରିସ୍ଥିତିର ଦୃଢ ମୁକାବିଲା ଶିଖିବେ ବନ କର୍ମଚାରୀ । ୧୪ ଦିନ ଧରି ଏହି ଅପରେସନ ଚାଲିବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

08- ପୋଖରୀରେ ବୁଡ଼ି ୩ ଅଙ୍ଗନବାଡି ଶିଶୁଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଆତୁରିକଣା ଗାଁରେ ଏପରି ଅଘଟଣ ଘଟିଛି । ମୃତ ୩ ଶିଶୁ କନ୍ୟାଙ୍କ ନାମ ପାୟଲ ପାତ୍ର (୩ବର୍ଷ), ଲିପ୍ସା ପାତ୍ର (୩ବର୍ଷ), ଭାରତୀ ପାତ୍ର (୪ ବର୍ଷ) ବୋଲି ଜଣାପଡିଛି । ସୂଚନା ମୁତାବକ, ଆଜି ସକାଳୁ ଶିଶୁ ଜଣ ଅଙ୍ଗନବାଡିକୁ ପାଠ ପଢିବାକୁ ଯାଇଥିଲେ । ଶ୍ରେଣୀ ଶେଷ ହେବା ପରେ ଅଙ୍ଗନବାଡି ନିକଟରେ ଥିବା ଏକ ପୋଖରୀକୁ ଯାଇଥିଲେ । ସେଠାରେ ପାଣିରେ ଖେଳିବା ସମୟରେ ପାଦ ଖସିଯିବାକୁ ପୋଖରୀ ମଧ୍ୟକୁ ଖସି ପଡିଥିଲେ ୩ ଶିଶୁ । 

09- ପ୍ୟାରିସ ଅଲିମ୍ପିକ୍ସରେ ଆଜି କମାଲ୍ କରିଛି ଭାରତୀୟ ପୁରୁଷ ହକି ଟିମ । ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇ ବିଜୟ ଧାରା ଜାରି ରଖିଛି । ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଯାକ ଗୋଲ ଦେବାରେ ସଫଳ ହୋଇଛନ୍ତି । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ଓ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନା ସହ ସ୍ଥିତି ଡ୍ର ହୋଇଥିଲା । ଦ୍ୱିତୀୟ ଏବଂ ତୃତୀୟ କ୍ୱାର୍ଟରରେ ମ୍ୟାଚ ଜୋରଦାର ହେବା ପରେ ୪ର୍ଥ କ୍ୱାର୍ଟରରେ ଆୟର୍ଲ୍ୟାଣ୍ଡ ଆଟାକିଂ ମୁଡରେ ଖେଳିଥିବା ଦେଖିବାକୁ ମିଳିଥିଲା । ଦଳ ଭାରତର ଡିଫେନ୍ସ ଭାଗକୁ ଭେଦ କରିବା ସହ ବାରମ୍ବର ଡି’ରେ ଏଣ୍ଟ୍ରି କରିଥିଲା । ଏଥିସହ ଏକାଧିକ ପିସି ମଧ୍ୟ ଦଳକୁ ମିଳିଥିଲା। ଗୋଲକିପର ଶ୍ରୀଜେଶ ଆୟର୍ଲ୍ୟାଣ୍ଡର ସବୁ ପ୍ଲାନକୁ ଫେଲ୍ କରି ଭାରତକୁ ୨-୦ରେ ମ୍ୟାଚ୍‌କୁ ଆଗେଇବାରେ ସଫଳ ହୋଇଥିଲେ ।

10- ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୩ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ୭ଟି ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ଏଥିସହ ୧୨ଟି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି,  ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ ଏବଂ ମାଲକାନଗିରି ।

Also Read- Surya Gochar 2024: ଅଗଷ୍ଟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ତିନୋଟି ରାଶିକୁ ବଡ଼ ଲାଭ