Top 10 News Today: ବୁଧବାର ଓଡ଼ିଶାରେ ପହଞ୍ଚିବେ ଭାରତୀୟ ହକି ଟିମ୍ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2392158

Top 10 News Today: ବୁଧବାର ଓଡ଼ିଶାରେ ପହଞ୍ଚିବେ ଭାରତୀୟ ହକି ଟିମ୍ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Today: ବୁଧବାର ଓଡ଼ିଶାରେ ପହଞ୍ଚିବେ ଭାରତୀୟ ହକି ଟିମ୍ ଓ ଅନ୍ୟାନ୍ୟ ଖବର

Top 10 News Today:

01- କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାର ସହ ରାଜ୍ୟ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଉକ୍ତ ଘଟଣାରେ ବହୁ ବିଳମ୍ବରେ କାହିଁକି FIR କରାଗଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୩ ଜଣିଆ ଖଣ୍ଡପୀଠ ଏପରି ପ୍ରଶ୍ନ ଉଠାଇଥିବା ସୂଚନା ମିଳିଛି । CJI ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସିବିଆଇ ମଧ୍ୟ ଘଟଣାର ଖୋଳତାଡ କରୁଛି । ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ହେବ । 

02- RG କର ମେଡିକାଲର ସୁରକ୍ଷା ଦାୟିତ୍ବ ନେବ CISF ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମେଡିକାଲର ସୁରକ୍ଷା ଦାୟିତ୍ୱରୁ କୋଲକାତା ପୋଲିସକୁ ହଟାଯାଇ CISF ଯବାନଙ୍କୁ ନିୟୋଜିତ କରାଯିବ । ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ ସିଆଇଏସ୍‌ଏଫ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।

03- UPSC ଲେଟେରାଲ୍ ଏଣ୍ଟ୍ରି ବିଜ୍ଞାପନ ପ୍ରସଙ୍ଗରେ ନିଷ୍ପତ୍ତି ଫେରାଇଛି କେନ୍ଦ୍ର । ବିବାଦ ତେଜିବା ପରେ ନିଷ୍ପତ୍ତିରେ ରୋକ୍ ଲାଗିଛି । ଦେଶର ସର୍ବୋଚ୍ଚ ଅମଲାତନ୍ତ୍ରରେ ୪୫ ଟି ପଦବୀ ପାଇଁ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ନିଯୁକ୍ତି ପାଇଁ ବିଜ୍ଞାପନକୁ ମୋଦୀ ସରକାର ବାତିଲ କରିଛନ୍ତି। ବିରୋଧୀଦଳଙ୍କ ଦ୍ୱାରା ଏହି ନିଯୁକ୍ତି ଉପରେ ପ୍ରଶ୍ନ ଉଠିଥିଲା ​​ଏବଂ ଏହାକୁ ସଂରକ୍ଷଣ ଶେଷ କରିବାକୁ ଏକ ପ୍ରୟାସ କୁହାଯାଉଥିଲା। ଏହା ପରେ ହିଁ ମୋଦୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂ ୟୁପିଏସସି ଅଧ୍ୟକ୍ଷ ପ୍ରୀତି ସୁଦାନଙ୍କୁ ଏକ ଚିଠି ଲେଖି ତାଙ୍କୁ ଏହି ନିଯୁକ୍ତି ବାତିଲ କରିବାକୁ କହିଛନ୍ତି। ଏହି ଚିଠିରେ ଜିତେନ୍ଦ୍ର ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସ୍ଥିର କରିଛନ୍ତି ଯେ ସମ୍ବିଧାନରେ ଦିଆଯାଇଥିବା ସମାନତା ଅଧିକାର ଅଧୀନରେ ଲାଟେରାଲ୍ ଏଣ୍ଟ୍ରି ନିଯୁକ୍ତି ମଧ୍ୟ କରାଯିବା ଉଚିତ୍। ବିଶେଷକରି ଦେଶରେ ସଂରକ୍ଷଣ ସହିତ କୌଣସି ଟ୍ୟାମ୍ପରିଂ ନ ହେବା ଉଚିତ୍।

04- ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ହୋହଲ୍ଲା ସହ ଜୋରଦାର ପ୍ରତିବାଦ କରିଥିଲେ । ଫଳରେ ପ୍ରଥମେ ଦିନ ୧୧ଟା ୪୧ ପର୍ଯ୍ୟନ୍ତ ଓ ପରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।

05- ସିମ୍ ବକ୍ସ ମାମଲାର ତଦନ୍ତ କରି ଝାଡ଼ଖଣ୍ଡ ରାଞ୍ଚିରେ ପହଞ୍ଚିଛି କମିଶନରେଟ୍ ପୋଲିସ୍ । ଝାଡ଼ଖଣ୍ଡ ପୋଲିସ୍‌ ସହାୟତାରେ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ ଜାରି ରଖିଛି  । ଯେଉଁ ଘରେ ସିମ୍‌ ବକ୍ସ ରହିଛି ସେଠାରେ ଚଢ଼ାଉ କରାଯାଉଥିବା ଜଣାପଡିଛି । ଅଭିଯୁକ୍ତ ରାଜୁ ମଣ୍ଡଳ ମଧ୍ୟ ପୋଲିସ ସହିତ ରହିଛି । ବିର୍ସାମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଘର ଭଡ଼ା ନେଇ କାରବାର ଚଳାଉଥିବା ସୂଚନା ମିଳିଥିଲା ।

06- ସହରାଞ୍ଚଳ ପରି ରାଜ୍ୟର ଗ୍ରାମାଞ୍ଚଳରେ ମଧ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ । ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏନେଇ କହିଥିଲେ । ପଞ୍ଚାୟତରେ କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ SHG ଦ୍ୱାରା ସଂଗ୍ରହ କରାଯିବାର ବ୍ୟବସ୍ଥା ହେବ । ଗ୍ରାମାଞ୍ଚଳରେ ଜୈବିକ ଓ ତରଳ ବର୍ଜ୍ୟବସ୍ତୁ ସଂଗ୍ରହ ଲାଗି କମ୍ପୋଷ୍ଟ ପିଟ୍ ବ୍ୟବସ୍ଥା ରହିଛି ।

07- ଭିଜିଲାନ୍ସ ଜାଲରେ ସମ୍ବଲପୁର କେଶେଇବାହାଲ ଆର୍‌ଆଇ ଏବଂ ଅମିନ । ଏକ ଜମି ମାମଲା କାର୍ଯ୍ୟ କରାଇଦେବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଉଭୟଙ୍କୁ ଧରିଛି ଭିଜିଲାନ୍ସ । ଉକ୍ତ ଘଟଣାରେ ପୂର୍ବରୁ ୩ ହଜାର ନେଇଥିବା ସମୟରେ ଆଜି ୭ ହଜାର ଟଙ୍କା ନେଉଥିଲେ ଆର୍‌ଆଇ ତୁଳସା ପ୍ରଧାନ ଏବଂ ଅମିନ ମୁକେଶ ସାହୁ ।  ଉଭୟଙ୍କ ଘର ସମେତ ଲିଙ୍କ୍ ଥିବା ସ୍ଥାନ ଗୁଡିକରେ ଭିଜିଲାନ୍ସ ରେଡ୍ କରୁଥିବା ଜଣାପଡିଛି ।

08- ରାଜ୍ୟରେ ବର୍ତ୍ତମାନ ୨୭ଟି ମହାବଳ ବାଘ, ୨୦୯୮ଟି ହାତୀ ଅଛନ୍ତି । ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏହାର ତଥ୍ୟ ରଖିଛନ୍ତି । ଯେଉଁଥିରେ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ୧୪ଟି ଘଡ଼ିଆଳ କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ରେ ୮୪ ଗୋ ମୁହାଁ କୁମ୍ଭୀର ଅଛନ୍ତି । ଏଥିସହ ଚିଲିକା ସମେତ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ରହିଛନ୍ତି ୭୪୩ଟି ଡଲ୍‌ଫିନ୍‌ ।

09- ବୁଧବାର ଓଡ଼ିଶାରେ ପହଞ୍ଚିବେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ଏନେଇ ସୂଚନା ଦେଇଛନ୍ତି କ୍ରିଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ହକି ଟିମ୍ ସାଢ଼େ ୧୨ଟାରେ ସମୟରେ ବିମାନ ବନ୍ଦରରେ ପହଞ୍ଚିବା ପରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍‌ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ । କଳିଙ୍ଗ ଷ୍ଟାଡ଼ିୟମ୍‌ରେ ସମ୍ବର୍ଦ୍ଧନା ସହ ଘୋଷିତ ପୁରସ୍କାର ରାଶି ପ୍ରଦାନ କରାଯିବ ।

10- ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ଅନେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୧ ଅଗଷ୍ଟରୁ ବର୍ଷାର ପ୍ରଭାବ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

Also Read- Puri News: ଖଜା ପାଇଁ ଜୀବନ ଲାଗିଲା ବାଜିରେ

Also Read- Mangal Gochar 2024: ୫୫ ଦିନ ପର୍ଯ୍ୟନ୍ତ ୫ଟି ରାଶିର ଲୋକ ପାଇବେ ଦ୍ୱିଗୁଣ ଲାଭ