Top 10 News: ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...
Advertisement
Article Detail0/zeeodisha/odisha2480777

Top 10 News: ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News Today

Headlines 01- ଦିଲ୍ଲୀର ଦୀପାବଳି ପୂର୍ବରୁ ଘଟିଥିବା ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥା ସତର୍କ ହୋଇଉଠିଛି। ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ଅବସ୍ଥିତ CRPF ବିଦ୍ୟାଳୟ ନିକଟରେ ରବିବାର ଦିନ (୨୦ ଅକ୍ଟୋବର ୨୦୨୪) ଘଟିଥିବା ବିସ୍ଫୋରଣର ତଦନ୍ତ ଦାୟିତ୍ୱ ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ସ୍କୁଲ ବିସ୍ଫୋରଣରେ ଗୃହ ମନ୍ତ୍ରଣାଳୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏହି ବିସ୍ଫୋରଣ ସମ୍ପର୍କରେ ରିପୋର୍ଟ ମାଗିଛି।

Headlines 02- ମୁମ୍ବାଇରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇନଭେଷ୍ଟର୍ସ ମିଟ୍ ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଭେଟିଛନ୍ତି। 

Headlines 03- ପାଣିପାଗରେ ପରିବର୍ତ୍ତନ ହେତୁ ଦିଲ୍ଲୀର ବାୟୁ ଗୁଣବତ୍ତା 'ଖରାପ' ବର୍ଗରେ ପହଞ୍ଚିଛି ଏବଂ ତାପମାତ୍ରା ହ୍ରାସ ହେତୁ ଅବସ୍ଥା ଆହୁରି ଖରାପ ହୋଇପାରେ।  AQI ଯଥା ବାୟୁ ଗୁଣବତ୍ତା ଶନିବାର ଦିନ ପାଖାପାଖି ୩୫୦ରେ ପହଞ୍ଚିଛି।  ଦୀପାବଳି ପରେ ବାୟୁ ଗୁଣବତ୍ତା ଖରାପ ହେବାର ଆଶଙ୍କା ରହିଛି। ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 04- ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଶିମିଳିପାଳକୁ ଆସିବେ ଦୁଇଟି ମହାବଳ ବାଘ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇଛନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବ । ପୂର୍ବରୁ ଶିମିଳିପାଳ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି NTCA ସ୍ପଷ୍ଟ କରିଥିଲା । ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁ ଦୁଇଟି ମହାବଳ ଅଣା ଯାଉଥିବା ସ୍ପଷ୍ଟ କରିଛନ୍ତି PCCF । ଏଥିପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି ବୋଲି PCCF କହିଛନ୍ତି । ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ମୋଟ ୨୮ଟି ବାଘ ଥିବା ସୂଚନା ରହିଛି।

Headlines 05- କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା-ଜମ୍ମୁକାଶ୍ମୀର ରଣ୍‌ଜୀ ମୁକାବିଲାରେ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଲଢ଼ୁଆ ଶତକ ବଳରେ ଓଡ଼ିଶା ଅଗ୍ରଣୀ ରହିଛି । ଜମ୍ମୁ-କଶ୍ମୀରର ୨୭୦ ରନ୍‌ ଜବାବରେ ଓଡ଼ିଶା ୨୭୨ରେ ଅଲଆଉଟ୍‌ ହୋଇଛି । ୧୩୩ ରନ୍‌ର ଅପରାଜିତ ଇନିଂସ ଖେଳି ପୋଦ୍ଦାର ଦଳକୁ ଆଗୁଆ କରିଛନ୍ତି । ଘରୋଇ ମାଟିରେ ୨ ରନ୍‌ର ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ନେଇଛି ଓଡ଼ିଶା ।

Headlines 06- କୋଣାର୍କରେ ବଜ୍ରାଘାତ କାରଣରୁ ୨ ମହିଳାଙ୍କ ମୃତ୍ୟୁ ହୋଇଛି । ଗୋପ ଥାନା ଡିହସାହିରେ ଏହି ଅଘଟଣ ଘଟିଛି । ଦଶାହ କର୍ମରେ ଯୋଗଦେବାକୁ ଯାଇଥିବା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟଜଣେ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ।

Headlines 07- ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତି ପରେ ପ୍ରତାପଙ୍କୁ କଲ୍ ଆସିଛି । ବିଜେପି ସାଂଗଠନିକ ନିର୍ବାଚନିକ ବୈଠକରେ ଯୋଗଦେବା ପାଇଁ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ ପ୍ରତାପ ଏବଂ କାଲି ବୈଠକରେ ସାମିଲ ହେବେ ।

Headlines 08- ବରଗଡ଼ ସୋହେଲା ଖଇରପାଲିରୁ ଶିଶୁ ବିକ୍ରି ଅଭିଯୋଗ ଆସିଛି । ଅଭାବ ଅନଟନ କାରଣରୁ ଖଇରପାଲିର ଗଣେଶ୍ ଭୂସାଗର ଓ ତାଙ୍କ ପତ୍ନୀ ମାତ୍ର ୧୭ ଦିନର ଶିଶୁପୁତ୍ରଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଟିମ ଦୁଆନପାଲି ଗାଁରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

Headlines 09- ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ । ୨୩ରୁ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ । ଏପରିକି ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଜପତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Headlines 10- ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ପରେ ପଶ୍ଚିମବଙ୍ଗରେ ଜାରି ହୋଇଛି ବାତ୍ୟା ସତର୍କତା । ପ୍ରବଳ ବର୍ଷା ଏବଂ ସମୁଦ୍ର ଅଶାନ୍ତ ରହିବା ନେଇ ଆକଳନ କରାଯାଉଥିବାରୁ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ଲୋକଙ୍କୁ ସତର୍କ କରାଇଛି ପୋଲିସ ।

Also Read- Mars Transit 2024 in Cancer: ଆଜିଠୁ ଆସିଲା ଶୁଭ ସମୟ, ୫ ରାଶିର ଜୀବନରେ ହେବ ଧନ ବର୍ଷା