• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Reported ByZee Odisha Desk
Published: Feb 13, 2024, 08:09 AM IST|Updated: Feb 13, 2024, 08:12 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର, ବିଜୟ–ସଙ୍ଗୀତାଙ୍କ ପାରିବାରିକ ବିବାଦରେ ନୂଆ ମୋଡ଼

    ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର, ବିଜୟ–ସଙ୍ଗୀତାଙ୍କ ପାରିବାରିକ ବିବାଦରେ ନୂଆ ମୋଡ଼

    2

    Ajinkya Rahane: ସନ୍ନ୍ୟାସ ପରେ ରାହାଣେଙ୍କ ନୂଆ ଇନିଂସ୍! ଏହି ବିଦେଶୀ ଟିମ୍‌ ସହ କଲେ ବଡ଼ ଡିଲ୍

    3

    ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ରାଜ ଜଙ୍କିଆ GPର ADEO

    4

    JPSC ଛାତ୍ର ଆନ୍ଦୋଳନରେ ବଡ଼ ହଙ୍ଗାମା, AISA ନେତ୍ରୀ ନେହା ବୋରାଙ୍କ ଉପରେ କାଳି ମାଡ଼

    5

    Road Accident: ୩ଟି ସ୍ଥାନରେ ସଡକ ଦୁର୍ଘଟଣା, ୧୮ ଜଣ ଆହତ

    1-PM Modi Visit: ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ ହେବା ପରେ କତାର ରାଜଧାନୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋମବାର ବିଦେଶ ସଚିବ ବିନୟ କ୍ବାତା ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଫେବ୍ରୃଆରୀ ୧୪ ଅପରାହ୍ନରେ ଦୋହା ଗସ୍ତ କରିବେ । ଏହି ଅବସରରେ କତାର ଆମିର୍ ଖେଖ୍ ତାମିମ୍ ବିନ୍ ହମାଦ ଓ ଅନ୍ୟ ବରିଷ୍ଠ ପ୍ରତିନିଧିଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହା ମୋଦିଙ୍କ ଦ୍ବିତୀୟ କତାର ଗସ୍ତ ହେବ ।

    2-Cabinet Meeting: ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରୁ ୨୬ଟି କ୍ୟାବିନେଟ ମୋହର ବାଜିଛି । ବିଶେଷ କରି, ଯୁବ ବର୍ଗଙ୍କ ଲାଗି ନୂଆ ଯୋଜନା ସ୍ଵୟଂକୁ କ୍ୟାବିନେଟ ମଞ୍ଜୁରି ମିଳିଥିବାବେଳେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି । 

    3-Weather Update: ରାଜ୍ୟରୁ ଏବେ ଗାଏବ ହୋଇଯାଇଛି ଶୀତ । ରାଜ୍ୟରେ ଏବେ କୌଣସି ପାଣିପାଗ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଗ ମୁଖ୍ୟତ  ଶୁଖିଲା ରହିବା ସହ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର  (Bhubaneswar Meteorological Centre)ସୂଚନା ଦେଇଛି। ରବିବାର ରାତିରେ ସେମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୧୩.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ  ଟିଟିଲାଗଡ଼ ଓ ମାଲକାନଗିରିରେ ରାତି ପାରଦ ୨୦ ଡିଗ୍ରୀ ରହିଛି। ସେହିପରି ସୋମବାର  ମାଲକାନଗିରିରେ ରାତି ପାରଦ ୨୦ ଡିଗ୍ରୀ  ରହିଛି। ସେହିପରି ସୋମବାର ରାତିରେ ମାଲକାନଗିରି ଦିନର ତପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି। 

    4-Actor Chakradhar Jena passed away: ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଚକ୍ରଧର ଜେନା (odia Actor Chakradhar Jena passed away)। ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡି଼ଛି। ଯାହାକୁ ନେଇ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିର୍ଘ ଦିନ ଧରି ଚକ୍ରଧର ମଧୁମେୟ ରୋଗରେ ପୀଡିତ ଥିଲେ।

    5-Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ। ଲକ୍ଷ୍ମୀ ନୃସିଂହ ବେଶ କ୍ଷୟ ପଡୁଥିବାରୁ ଏହି ବେଶ କରାଯିବ ନାହିଁ। ଏଥିସହ ଏପ୍ରିଲ ୧୪ ରେ ହେବ ପଣା ସଂକ୍ରାନ୍ତି ସେ ନେଇ ଆଜି ନିଷ୍ପତି ନିଆଯାଇଛି। ଏବଂ ରଥଯାତ୍ରା ସମୟରେ ୧୩ ଦିନିଆ ଅଣସର ତିଥି କ୍ଷୟ ପଡୁଥିବାରୁ ଅନବସର ସମୟରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଗୋଟାଏ ଦିନରେ କେବଳ ନୀତି କାନ୍ତି କରାଯିବ। ଏ ନେଇ ସୋମବାର ବସିଥିବା ପାଞ୍ଜି ସମୀକ୍ଷା ବୈଠକରେ ମୋହର ବାଜିଛି । 

    6- Priyanka Gandhi Odisha Visit: ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏହାସହ ସଚିନ ପାଇଲଟ୍‌ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଏହି କାର୍ଯ୍ୟକ୍ରମ ପାଇଁ ବିଧିବଦ୍ଧ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇନାହିଁ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା‌ ବେଳେ କଂଗ୍ରେସର ଜାତୀୟ ସ୍ତରର ନେତା ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ। 

    7- Rahul Gandhi Odisha Visit: ତେଲେଙ୍ଗାନା ବିଜୟ ପରେ  ଓଡି଼ଶାକୁ ନେଇ  କଂଗ୍ରେସର ଆଶା ବଢିଛି। ଓଡି଼ଶାକୁ ଫୋକସ୍ କରିଛି କଂଗ୍ରେସ୍। ଭାରତ ଯୋଡ଼ ଯାତ୍ରା ନ୍ୟାୟ ଯାତ୍ରାରେ ଓଡି଼ଶାରେ ତିନି ଦିନକାଳ ଡେରା ପକାଇ ଫେରିଥିବା କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ ପୁଣି ଓଡି଼ଶା ଆସିବେ । ସମ୍ଭବତଃ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସରିବା ପରେ ରାହୁଲ୍ ପୁଣି ଥରେ ଓଡି଼ଶା ଆସିବେ। 

    8-BJP releases list of candidates for Rajya Sabha elections: ରାଜ୍ୟସଭା ନିର୍ବାଚନ ୨୦୨୪ ପାଇଁ ଫେବୃଆରୀ ୧୨ ତାରିଖ ସୋମବାର ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଳିତ ବର୍ଷ ରାଜ୍ୟର ମୋଟ ୧୦ ସିଟ୍ ମଧ୍ୟରୁ ୩ ଆସନରେ ନିର୍ବାଚନ ହେବାକୁ ଯାଉଛି। ଏହି ୩ ସିଟ୍ ମଧ୍ୟରୁ ୨ ଆସନ ପାଇଁ ସୋମବାର ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ  ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବାକି ଗୋଟିଏ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ ବିଜୁ ଜନତା ଦଳ।   

    9- Shivraj Singh Chouhan odisha visit: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ।  ଲଢେଇ ପାଇଁ ରାଜ୍ୟ ବିଜେପିର ସମର ସଜ୍ଜା ଆରମ୍ଭ ହୋଇଛି। ଏନେଇ ଆଜି ଓଡିଶା ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ୍। ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ । 

    10- World Radio Day 2024: ଆଜି ହେଉଛି  ବିଶ୍ୱ ରେଡିଓ ଦିବସ । ପ୍ରତିବର୍ଷ ଫେବ୍ରୁଆରୀ ୧୩କୁ ବିଶ୍ୱ ରେଡିଓ ଦିବସ ଭାବରେ ପାଳନ କରାଯାଏ ।  ପୁରୁଣା ଦିନ ଗୁଡିକରେ ଏହି ରେଡିଓ ଲୋକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା। ଆଜିବି କିଛି ରେଡିଓପ୍ରେମୀ ନିଜ ଘରେ ରେଡିଓକୁ ସାଇତି ରଖିଛନ୍ତି । 

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News