Advertisement
Article Detail0/zeeodisha/odisha2472817
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ପରେ ଜଷ୍ଟିନ ଟ୍ରୁଡୋଙ୍କ ପ୍ରତିକ୍ରିୟା। 'କାନାଡାରେ ଅନେକ ଅପରାଧିକ କାର୍ଯ୍ୟକଳାପରେ ଭାରତ ସଂପୃକ୍ତ'। ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କଲେ। କାନାଡା ମାଟିରେ ଦକ୍ଷିଣ ଏସୀୟ କାନାଡା ନାଗରିକଙ୍କୁ ଟାର୍ଗେଟ କରାଯାଉଛି'। 'ହତ୍ୟା, ଧମକାଇବା ଓ ଅନେକ ହିଂସାରେ ଭାରତର ସଂପୃକ୍ତି ଅଭିଯୋଗ'। 'ଭାରତର ଏଭଳି ଗତିବିଧି ଆମ ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ।'ଭାରତର ଏଭଳି କାର୍ଯ୍ୟ ଆଦୌ ଗ୍ରହଣଯୋଗ୍ୟ ନୁହେଁ' ବୋଲି ସେ କହିଛନ୍ତି। 

2-ଆସନ୍ତା ୧୭ ତାରିଖରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ ଗସ୍ତ ଅବସରରେ ମୁମ୍ବାଇରେ ସେ ମେଗା ରୋଡ୍ ସୋ କରିବେ।

3- ଆସନ୍ତାକାଲି ଜମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାସନାଲ୍ କନଫରେସନ୍ସ (ଏନସି) ନେତା ଓମାର ଅବଦୁଲ୍ଲା ଶପଥ ଗ୍ରହଣ କରିବେ।  ଗତ ଶୁକ୍ରବାର ସେ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି  ସରକାର ଗଠନ ଲାଗି ଦାବି ଜଣାଇଥିଲେ।  ଏନେଇ ସୋମବାର ଉପ-ରାଜ୍ୟପାଳଙ୍କ ପକ୍ଷରୁ ପ୍ରମୁଖ ସଚିବ  ଏକ ଚିଠି ଓମାର ଅବଦୁଲ୍ଲାଙ୍କୁ  ହସ୍ତାନ୍ତର କରିଛନ୍ତି। ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧ ଟା ୩୦ ମିନିଟ୍ ସମୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। 

Add Zee News as a Preferred Source

4-ବ୍ରହ୍ମପୁରରେ ଅବକାରୀ କନଷ୍ଟେବଲଙ୍କୁ ମାଡ଼ ମାରିଲେ ମଦ ମାଫିଆ। ଟାଉନ ଥାନା ଟେଲିଫୋନ ଭବନ ଛକ ପାଖ ଗଳିରେ ଆକ୍ରମଣ। ଆକ୍ରମଣରେ କନଷ୍ଟେବଲଙ୍କ ଆଖିରେ ଲାଗିଛି ଗଭୀର ଆଘାତ। ୫ ଜଣଙ୍କ ନାଁରେ ମାମଲା କରିବା ସହ ଜଣଙ୍କୁ ଗିରଫ କଲା ପୋଲିସ। ବେଆଇନ ମଦ କାରବାର ଚଢ଼ାଉ ବେଳେ ଆକ୍ରମଣ।

5- ରାଜ୍ୟରେ ଏବେ ଜାରି ରହିଛି ଗରମ ଓ ଗୁଳୁଗୁଳି।  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଦିଗରେ ଗତି କରିବ।  ଆଜି ସୁଧା  ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ (ଓ୍ବେଲ୍- ମାର୍କଡ୍) ରେ ପରିଣତ ହେବ। ସେହିଭଳି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ  ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି।  କିନ୍ତୁ ଓଡିଶାରେ ଏହାର ପ୍ରଭାବ ରହିବନି।  ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

7-କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଚିଠି। ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ଫ୍ଲାଏ ଆସ୍‌ ଡମ୍ପିଂ ଅଭିଯୋଗରେ ଚିଠି। ବେଦାନ୍ତ ଆଲୁମିନିୟମ୍ କାରଖାନା ବେଆଇନ୍ ଡମ୍ପିଂ କରୁଥିବା ଅଭିଯୋଗ। ଉଚ୍ଚସ୍ତରୀୟ ତଦନ୍ତ ଟିମ୍ ଗଠନ ପାଇଁ ଚିଠିରେ ଅନୁରୋଧ। 

8-ମୟୁରଭଞ୍ଜ ବାଙ୍ଗିରିପୋଷି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ବାଙ୍ଗିରିପୋଷି ଷ୍ଟେସନର ଉନ୍ନତୀକରଣ କାର୍ଯ୍ୟ ପାଇଁ ମାଲ ନେଇ ଆସିଥିବା ସମୟରେ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। 

9- ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏବେ ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହି ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେବା ସହ ସମଗ୍ର ବଲିଉଡରେ ଶୋକର ଛାୟା ଖେଳାଇ ଦେଇଛି। ଏବେ ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାଙ୍କ ଘର ବାହାରେ ବ୍ୟାରିକେଡ୍ ରହିଛି। ସଲମାନଙ୍କ ଘର ବାହାରେ କିମ୍ବା ଆଖପାଖରେ କୌଣସି ଗାଡିକୁ ଅଟକାଇବାକୁ ଅନୁମତି ଦିଆଯାଉନାହିଁ । ଏହାବ୍ୟତୀତ ସଲମାନ ଖାନଙ୍କ ଘର ବାହାରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମଧ୍ୟ ମୁତୟନ ଅଛନ୍ତି । 'ଆଜତକ୍'ର ରିପୋର୍ଟ ଅନୁଯାୟୀ, ସଲମାନଙ୍କ ଘର ବାହାରେ ଏକ ଅତିରିକ୍ତ ସୁରକ୍ଷା ଟିମ୍ ମୁତୟନ କରାଯାଇଛି।

10-ହିନ୍ଦୀ ଓ ମରାଠୀ ସିନେମାରେ ନିଜର ଅଭିନୟର ଦକ୍ଷତା ଦେଖାଇଥିବା ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ଘଟିଛି। ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ଅତୁଲ ପରଚୁରେ ଗତ କିଛି ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ସେ ମଧ୍ୟ ସୁସ୍ଥ ହୋଇଥିଲେ। ଗମ୍ଭୀର ରୋଗରୁ ସୁସ୍ଥ ହେବା ପରେ ଅତୁଲ ପରଚୁରେ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ । ସଲମାନ ଖାନଙ୍କ ଫିଲ୍ମ 'ପାର୍ଟନର'ଠାରୁ ଆରମ୍ଭ କରି 'ସଲାମ୍ ଏ ଇସ୍କ', 'ବିଲୁ ବାର୍ବର' ପର୍ଯ୍ୟନ୍ତ ସେ ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଛନ୍ତି। 'କମେଡି ନାଇଟ୍ସ ୱିଥ୍ କପିଲ'ରେ ମଧ୍ୟ ସେ ଲୋକଙ୍କୁ ଖୁବ ହସାଇଥିଲେ । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

 

About the Author