Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2387921

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଡାକ୍ତରଖାନେରେ ଓପିଡି ବନ୍ଦ ଏବଂ ଅନ୍ୟ ପ୍ରମୁଖ ଖବର
1. ସାରା ଦେଶରେ ଆଜି ବିଭିନ୍ନ ଡାକ୍ତରଖାନାରେ ବର୍ହିବିଭାଗ ସେବା ବୃାଘାତ ହୋଇଛି। ଉଭୟ ସରକାରୀ ଓ ଘରୋଇ ହସ୍‍ପିଟାଲରେ ଏହି ଅବସ୍ଥା ସକାଳୁ ଦେଖିବାକୁ ମିଳିଛି। ଭାରତୀୟ ଭେଷଜ ସଂଘ ନିଷ୍ପତ୍ତି କ୍ରମେ ଡାକ୍ତରମାନେ ଆଜି ସକାଳ ୬ଟାରୁ ୨୪ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। କୋଲକତାର ଆରଜି ହସ୍‍ପିଟାଲରେ ଜଣେ ଶିକ୍ଷାନବୀଶ ମହିଳା ଡାକ୍ତରଙ୍କ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଏପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ଡାକ୍ତର। 

2.ଡାକ୍ତରଙ୍କ ବିରୁଦ୍ଧରେ ହିଂସା ଘଟାଇଲେ ଏଣିକି ୬ ଘଣ୍ଟା ଭିତରେ ଦାଖଲ ହେବ ଏତଲା। ଏ ବାବଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସମସ୍ତ ଚିକିତ୍ସାଳୟକୁ ସରକାରଙ୍କ ମାଧ୍ୟମରେ ବିଜ୍ଞପିତ କରିଛନ୍ତି। ଏହି ଏତଲା ଦାୟର କରିବା କାର୍ଯ୍ୟ କେବଳ ଅନୁଷ୍ଠାନ ମୁଖ୍ୟଙ୍କର ରହିଛି। ଏଥିଲାଗି ସଚେତନ ରହିବା ସହ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ସମସ୍ତ ଅନୁଷ୍ଠାନ ମୁଖ୍ୟଙ୍କୁ ସ୍ମାରକ ମାଧ୍ୟମରେ ଜଣାଇଛନ୍ତି। 

3. ଆଜିଠାରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାରେ ନୂଆ ବିଧାୟକଙ୍କ ତାଲିମ ଶିବିର। ଦୁଇଦିନିଆ ଏହି ତାଲିମ ଶିବିରରେ ବିଧାନସଭାର କାର୍ଯ୍ୟବିଧି, ବ୍ୟବହାର, ଟେକ୍ନୋଲୋଜି, ପରମ୍ପରାକୁ କିପରି ରକ୍ଷା କରାଯାଇପାରିବ ସେ ନେଇ ତାଲିମ ଦିଆଯିବ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରେନ୍‍ ରିଜିଜ୍ଜୁ ଉଦ୍‍ଘାଟନ କରିବେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ବରିଷ୍ଠ ସାଂସଦ ଓ ମନ୍ତ୍ରୀମାନେ ଏହି ଦୁଇଦିନିଆ ଶିବିରରେ ନବ ନିର୍ବାଚିତ ବିଧାୟକଙ୍କୁ ତାଲିମ ପ୍ରଦାନ କରିବେ। 

4.ସପ୍ତଦଶ ବିଧାନସଭାରେ ୮୪ ଜଣ ନୂଆ ବିଧାୟକ ରହିଛନ୍ତି, ଯେଉଁମାନେ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ତାଲିକାରେ ଭାଜପାରୁ ସର୍ବାଧିକ ୫୪ ଜଣ ଥିବାବେଳେ, ବିଜେଡିରୁ ୧୮, କଂଗ୍ରେସରୁ ୯ ଓ ୩ ଜଣ ସ୍ବାଧୀନ ବିଧାୟକ ରହିଛନ୍ତି।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିକୁ ବିରୋଧ କରି ବିଜେଡି ବିଧାୟକମାନେ ଏହି ଶିବିରରେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଥିଲେ। ହେଲେ ନୂଆ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀ ପ୍ରଧାନଙ୍କ ବଦଳରେ ଏହି  ଶିବିରକୁ କେନ୍ଦ୍ରମନ୍ତ୍ରୀ କିରେନ୍‍ ରିଜିଜ୍ଜୁ ଉଦ୍‍ଘାଟନ କରିବେ। 

5.ଆଜି ସକାଳେ ସାବରମତୀ ଏକ୍ସପ୍ରେସର ୨୦ଟି ଡିବା ଲାଇନଚ୍ୟୁତ ହୋଇଛି। ଉତ୍ତରପ୍ରଦେଶର କାନପୁର ଏବଂ ଭୀମସେନ ଷ୍ଟେସନ୍‍ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ ଇଞ୍ଜିନରେ ଏକ ବଡ଼ ପଥର ବାଜିବାରୁ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି। କୌଣସି ଧନଜୀବନ ହାନୀ ହୋଇ ନାହିଁ। ଏହି ଦୁର୍ଘଟଣା ହେତୁ ୭ଟି ଟ୍ରେନ ବାତିଲ କରାଯାଇଛି। ୩ ଟ୍ରେନର ଗତିପଥ ବଦଳାଯାଇଛି। ଟ୍ରେନରେ ଥିବା ଯାତ୍ରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। 

6.ରାଜ୍ୟର ଆଇନଶୃଙ୍ଖଳା ରକ୍ଷା ଲାଗି ନୂଆ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୯୦ ବ୍ୟାଚ ଆଇପିଏସ୍‍ ଯୋଗେଶ ବାହାଦୂର ଖୁରାନିଆ ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ଶୁକ୍ରବାର ଅପରାହ୍ଣରେ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡିସେମ୍ବର ୨୦୨୩ ମସିହାରୁ ଅରୁଣ ଷଡ଼ଙ୍ଗୀ ରାଜ୍ୟର ଭାରପ୍ରାପ୍ତ ଡିଜି ପୁଲିସ ଭାବେ କାର୍ଯ୍ୟ କରୁଥିଲେ। 

7.ଅଭିନେତା ଋଷଭ ସେଟ୍ଟୀଙ୍କୁ ଶ୍ରଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ।  ସତୁରୀତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ବେଳେ ଏହା ପ୍ରକାଶ କରାଯାଇଛି। ସେହିପରି ମଲାୟାଲାମ ଭାଷାର ଫିଲ୍ମ ଆଟ୍ଟମକୁ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚନା କରାଯାଇଛି। ଓଡ଼ିଆ ଫିଲ୍ମ ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ସୁନାମ ଅର୍ଜନ କରିଛି। ଭାରତ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। 

8.ଗ୍ରାହାମ ଷ୍ଟେନ୍ସ ହତ୍ୟାକାରୀ ଭାବେ ଦୋଷୀ ସାବ୍ୟସ୍ତ ଦାରା ସିଂ ଓରଫ ରବୀନ୍ଦ୍ର ପାଲଙ୍କୁ ମୁକ୍ତି ଦେବା ଲାଗି ରାଷ୍ଟ୍ରପତିଙ୍କ ପାଖରେ ନିବେଦନ ହୋଇଛି। ଯେହେତୁ ଅନେକ ବର୍ଷ ହେଲା ଦାରା ଏବଂ ତାଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମ ଏହି ମାମଲାରେ ଦଣ୍ଡ ଭୋଗି ସାରିଛନ୍ତି ତାଙ୍କୁ ଏଥର ମୁକ୍ତି ଦେବା ଲାଗି ଉଲ୍ଲେଖ କରାଯାଇଛି। ଖୋଦ ଦାରା ସିଂ ଏହି ଆବେଦନ କରିଛନ୍ତି। 

9.ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ବନ୍ଦ ହେବ। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ସୁରକ୍ଷା ଯୋଗାଇଦିଆଯିବ। ଏଥିଲାଗି ମଧ୍ୟବର୍ତ୍ତୀକାଳୀନ ସକରାର ପ୍ରତିଶୃତିବଦ୍ଧ ବୋଲି ବଂଲାଦେଶର ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବାବେଳେ ସେ ଏହା ଜଣାଇଛନ୍ତି। ଫୋନଯୋଗେ ଉଭୟ ନେତା ଏ ବାବଦରେ କଥା ହୋଇଥିଲେ। 

10.କୃଷି କ୍ଷେତ୍ରର ମାଟି କିପରି ରହିଛି, କେଉଁ ଖଣିଜ ତଥା ସାରର ଆବଶ୍ୟକତା ରହିଛି, ପାଣି କେତେ ଗଭୀରରେ ରହିଛି, ସ୍ଥାନୀୟ ଅଞ୍ଚଳର ପାଣିପାଗ ସହ ଜଳ ଉତ୍ସର ସ୍ଥିତିସବୁ କିଛି ଏବେ କୃଷକଙ୍କ ହାତ ପାହାନ୍ତାରେ ଗୋଟିଏ କ୍ଲିକ୍‍ରେ ପହଞ୍ଚିବ। ଏଥିଲାଗି ଉପଗ୍ରହ ତଥ୍ୟକୁ ଆଧାର କରି ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କୃଷି ନିଷ୍ପତ୍ତି ସହାୟକ ବ୍ୟବସ୍ଥା ( କେ-ଡିଏସ୍‍ଏସ୍‍)  ପୋର୍ଟାଲ। ଏହା କୃଷି ଓ କୃଷକଙ୍କ ପାିଁ ଏକ ମାଇଲ ଖୁଣ୍ଟ ହେବ ବୋଲି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଭଗୀରଥ ଚୌଧୁରୀ କହିଛନ୍ତି।